ଗୁଜରାଟୀ ମ୍ୟାଙ୍ଗୋ କଡ଼ି

ଆବଶ୍ୟକ ସାମଗ୍ରୀ
ଆମ୍ବ ପ୍ଲପ- ୧ କପ୍‌, ଖଟା ଦହି- ୧ କପ୍‌, ବେସନ- ୨ ବଡ଼ ଚାମଚ, ତେଲ- ୨ ଚାମଚ, ଅଦା- ଖଣ୍ଡେ, କଞ୍ଚା ଲଙ୍କା- ୨ଟି, ମେଥି- ଅଧା ଚାମଚ, ଜିରା- ଅଧା ଚାମଚ, ସୋରିଷ- ଅଧା ଚାମଚ, ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ସ୍ବାଦ ଅନୁସାରେ ଲୁଣ ଓ ଲଙ୍କାଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଦାକୁ କୋରି ରଖନ୍ତୁ। ଏକ ପାତ୍ରରେ ବେସନ, ଅଦା, କଞ୍ଚାଲଙ୍କା ଓ ଦହିକୁ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ କଡେଇକୁ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ହେଙ୍ଗୁ ପକାଇ ତା’ପରେ ମେଥି, ସୋରିଷ ଏବଂ ଜିରାକୁ ମିଶାଇ ଛୁଙ୍କ କରନ୍ତୁ। ଏହାପରେ ଭୁର୍ସୁଙ୍ଗପତ୍ରକୁ ପକାଇ ଦହିର ମିଶ୍ରଣକୁ ପକାନ୍ତୁ। ଏଥିରେ ଆମ୍ବ ପ୍ଲପ, ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ଏହି ମିଶ୍ରଣରେ ୪ରୁ ୫ କପ୍‌ ପାଣି ଦେଇ କମ୍‌ ଆଞ୍ଚରେ ବସାନ୍ତୁ। ମଝିରେ ମଝିରେ ମିଶ୍ରଣକୁ ଗୋଳାଇ ଦିଅନ୍ତୁ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ। ଏହାପରେ ଚୁଲିରୁ ଓହ୍ଲାଇ ଭାତ ସହିତ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର-ରୋଗୀ ଉପାଖ୍ୟାନମ୍‌

ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ । ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… “ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ...

ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ...

ଅନ୍ୟପାଇଁ ଭୋଗିବାକୁ ପଡୁଛି କି ଦୁଃଖ: ଏପରି ପରିସ୍ଥତି ଉପୁଜିଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶହ ଶହ ବର୍ଷ ପୂର୍ବରୁ ଯେପରି ଥିଲା ଆଜି ବି ତାହା ସେମିତି ରହିଛି। ଜୀବନକୁ ସଫଳ ଏବଂ ସୁଖମୟ କରିବା...

ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ...

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: କିଭଳି ଜାଣନ୍ତୁ

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ ସ୍ବାସ୍ଥ୍ୟ ତାହା ନୁହେଁ,...

ଏହି ଦିଗରେ କରନ୍ତୁ ପିଲାଙ୍କ ରୁମ: ପଢ଼ା ଟେବୁଲରେ ଏସବୁ ରଖିବା ଲାଭଦାୟକ

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌...

ଅଧିକ ଦିନ ହେଲା କାଶ ଲାଗିରହିଛି କି, ସତର୍କ ହୋଇଯାନ୍ତୁ

ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା...

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା...

Advertisement


Archives

Model This Week

Why Dharitri