ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌ ଜୁ’ ନିର୍ମାଣ କରିବ। ଏଥିଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜସଙ୍କେତ ମିଳିସାରିଥିବା କମ୍ପାନୀ ଘୋଷଣା କରିଛି। ଆର୍‌ଆଇଏଲ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ଏହା ହେଉଛି ସ୍ବପ୍ନର ପ୍ରକଳ୍ପ। ୨୮୦ ଏକର ଜମିରେ ଏହାର ନିର୍ମାଣ କରିବାକୁ ଯୋଜନା କରାଯାଇଛି।

ଆର୍‌ଆଇଏଲ୍‌ର କର୍ପୋରେଟ ଆଫେୟାର୍ସ ନିର୍ଦ୍ଦେଶକ ପରିମଲ ନାଥଓ୍ବାନି କହିଛନ୍ତି, ଜୁ’ର ନାମ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‌କ୍ୟୁ ଆଣ୍ଡ୍‌ ରିହାଲିବିଟେଶନ କିଙ୍ଗଡମ୍‌’ ରଖାଯାଇଛି। ଏଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ସ୍ବୀକୃତି ମିଳିସାରିଛି। ଏଭଳି ଏକ ପ୍ରକଳ୍ପ କରିବା ଲାଗି ଦୀର୍ଘଦିନରୁ ପରିକଳ୍ପନା କରାଯାଇଥିଲା। ତେବେ କୋଭିଡ୍‌-୧୯, ଲକ୍‌ଡାଉନ୍‌ କାରଣରୁ ଏହି ପରିଯୋଜନା ବିଳମ୍ବିତ ହୋଇଛି। ୨ବର୍ଷ ଭିତରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆଇଆର୍‌ଏଲ୍‌ ଏକ୍‌ଜିକ୍ୟୁଟିଭ୍‌ କମିଟି ଯୋଜନା କରିଛି।

ଜାମନଗରସ୍ଥିତ ରିଲାଏନ୍ସ ରିଫାଇନରି ନିକଟରେ ଏହି ଜୁ’ ନିର୍ମାଣ କରାଯିବ। ଏଠାରେ ଭାରତ ସମେତ ପୃଥିବୀର ବିଭିନ୍ନ ସ୍ଥାନରୁ ଜୀବଜନ୍ତୁ ଆଣି ରଖାଯିବ। ଆଫ୍ରିକୀୟ ସିଂହ, ହାତୀ, କମୋଡୋ ଡ୍ରାଗନ୍‌, ପାଣି ଓଧ, ହରିଣ, ଜିରାଫ୍‌ ସମେତ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଜୀବଜନ୍ତୁ ଦର୍ଶକଙ୍କ ମନୋରଞ୍ଜନ କରିବେ। ସେହିପରି ବିଶାଳ ଆକ୍ୱାରିୟମ୍‌ରେ ୩୫୦ ପ୍ରଜାତିର ମାଛ ମଧ୍ୟ ଦେଖିବାକୁ ମିଳିବ। ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗଙ୍କ ପ୍ରଜାତି ଅନୁଯାୟୀ ଜୁ’କୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯିବ। ଏଥିରେ ଫରେଷ୍ଟ ଅଫ୍‌ ଇଣ୍ଡିଆ, ଫ୍ରଗ୍‌ ହାଉସ୍‌, ଇନ୍‌ସେଟ୍‌ ଲାଇଫ୍‌, ଡ୍ରାଗନ୍ସ ଲ୍ୟାଣ୍ଡା, ଏକ୍ସୋଟିକ୍‌ ଆଇଲାଣ୍ଡ ରହିବ। ଜିଓର ଅଦ୍ଭୁତପୂର୍ବ ସଫଳତା ପରେ ଜୁ’ ଆଡ଼କୁ ପାଦ ବଢ଼ାଇଛି ରିଲାଏନ୍ସ। ଏହା ସଫଳ ହେଲେ ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୁଦ୍ରା ମଧ୍ୟ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?