Posted inଜାତୀୟ

ଗୁଜରାଟ ନିର୍ବାଚନ : ୧୮ ଗ୍ରାମବାସୀ ଭୋଟ ଦେବାକୁ ମନାକଲେ, ‘ଟ୍ରେନ ନାହିଁ ତ ଭୋଟ ନାହିଁ’…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନରେ ନଭସାରୀ ବିଧାନସଭାର ୧୮ ଟି ଗାଁର ଲୋକମାନେ ସମସ୍ତ ରାଜନୈତିକ ଦଳର ଚିନ୍ତା ବଢ଼ାଇଛନ୍ତି। ଏହି ଗ୍ରାମବାସୀ ନିର୍ବାଚନରେ ଭୋଟ ନଦେବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଭାଜପା ଏବଂ ଅନ୍ୟ ଦଳର ନେତାଙ୍କ ଆଗମନ ଏବଂ ଗାଁରେ ପ୍ରଚାର ମଧ୍ୟ ନିଷେଧ କରାଯାଇଛି।

ସୂଚନାନୁସାରେ, ଏଠାରେ ଥିବା ଆଞ୍ଚେଲି ରେଳ ଷ୍ଟେଶନରେ ଲୋକାଲ ଟ୍ରେନ ରହଣୀ ପାଇଁ ଗ୍ରାମବାସୀ ଦୀର୍ଘ ସମୟ ଧରି ଦାବୀ କରିଆସୁଥିଲେ ମଧ୍ୟ ସେମାନଙ୍କର ଦାବୀକୁ ଗ୍ରହଣ କରାଯାଉନାହିଁ। ଏହି କାରଣରୁ ସେମାନେ ରାଗିଛନ୍ତି। ଆଞ୍ଚେଲି ରେଳ ଷ୍ଟେଶନ ଏବଂ ଅନ୍ୟାନ୍ୟ ଷ୍ଟେଶନରେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାନର ମଧ୍ୟ ଲଗାଯାଇଛି। ଏହା ଉପରେ ଲେଖା ଅଛି, ‘ଟ୍ରେନ ନାହିଁ ତ ଭୋଟ ନାହିଁ’।

ରେଳ ଷ୍ଟେଶନରେ ଟ୍ରେନ ଅଟକୁ ନ ଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ସ୍ଥାନକୁ ଯିବାକୁ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହାଯୋଗୁ ଗାଁରେ ରହୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅଧ୍ୟୟନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟତଃ ସେମାନଙ୍କର କଲେଜ ଯିବାକୁ ବିଳମ୍ବ ହେଉଛି।

ସ୍ଥାନୀୟ ବାସିନ୍ଦା କହିଛନ୍ତି ୧୯୬୬ ମସିହାରୁ ଆଞ୍ଚେଲି ରେଳ ଷ୍ଟେଶନରେ ଟ୍ରେନ ଅଟକୁ ଥିଲା। ତେବେ କରୋନା ମହାମାରୀ ସମୟରେ ଟ୍ରେନଗୁଡିକ ଏହି ଷ୍ଟେଶନରେ ଅଟକି ଯିବା ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ସବୁକିଛି ସ୍ବାଭାବିକ ହୋଇଗଲେ ମଧ୍ୟ ଟ୍ରେନ ଏଠାରେ ଅଟକୁ ନାହିଁ। ଗ୍ରାମବାସୀ କହିଛନ୍ତି ଯେ ଯଦି ଟ୍ରେନ ଏଠାରେ ନ ଅଟକେ ତେବେ ମତଦାନ ଦିନ କେହି ଭୋଟ ଦେବାକୁ ଯିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri