Posted inଖେଳ

୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଗୁଜରାଟ ଲାଗି ଗୁରୁତ୍ୱ ବହନ କରୁଥିଲା। କାରଣ ଏହି ବିଜୟ ଯୋଗୁ ଦଳ ପ୍ଲେଅଫ୍‌ ରେସ୍‌ରେ ରହିବାରେ ସଫଳ ହୋଇଛି। ତେବେ ଗୁଜରାଟ ଚେନ୍ନାଇକୁ ୨୩୨ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୯୬ ରନ୍‌ କରିବାରେ ସଫଳ ହୋଇଥିଲା। ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଦଳ ୩୫ ରନ୍‌ରେ ପରାଜୟର ସମ୍ମୁଖୀନ ହୋଇଛି।

ପ୍ରକାଶ ଯେ, ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ ଟାଇଟନ୍ସ। ଘରୋଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରୁ ଭରପୂର ଫାଇଦା ଉଠାଇଥିଲେ ଦୁଇ ଓପନର ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ୍‌। ଓପନିଂ ଯୋଡ଼ିରେ ୧୦୪ ବଲ୍‌ରୁ ୨୧୦ ରନ ସଂଗ୍ରହ କରିଥିଲେ ଗିଲ୍‌ ଓ ସୁଦର୍ଶନ। ସୁଦର୍ଶନ ୫୧ ବଲ୍‌ରୁ ୫ ଚୌକା ଓ ୭ ଛକା ସହାୟତାରେ ୧୦୩ ଓ ଗିଲ୍‌ ୫୫ ବଲ୍‌ରୁ ୯ ଚୌକା ଓ ୬ ଛକା ସହ ୧୦୪ ରନ କରିଥିଲେ। ଏହି ଭାଗୀଦାରି ବଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୧ ରନ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

ବାଂଲାଦେଶର ନୂଆ ରାଷ୍ଟ୍ରପତି ମିର୍ଜା ଫକରୁଲ୍: ଜାଣନ୍ତୁ ତାଙ୍କ ପତ୍ନୀଙ୍କ ଭାରତ କନେକ୍ସନ୍

ଢାକା,୨୦।୮: ବାଂଲାଦେଶ ନେସନାଲିଷ୍ଟ ପାର୍ଟି (BNP) ର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ସଂସଦୀୟ ନିର୍ବାଚନରେ ୨୫୫ଟି ଭୋଟ୍ ପାଇବା ପରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଇଭି-ଇଥାନଲ୍ ଚାଳିତ ଗାଡ଼ିକୁ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri