Posted inଜାତୀୟ

ମୃତ୍ୟୁ କାଳୀନ ବୟାନ ଆଧାରରେ ଦୋଷ ପ୍ରମାଣିତ ହୋଇ ପାରିବ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୨।୨ :ସୁପ୍ରିମକୋର୍ଟ କହିଛନ୍ତି ଯେ ମୃତ୍ୟୁ କାଳୀନ ବୟାନ ଆଧାରରେ ଦୋଷ ପ୍ରମାଣିତ ହୋଇ ପାରିବ। ଜଷ୍ଟିସ ଏମ.ଆର. ଶାହା ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ସତ୍ୟ ଏବଂ ସ୍ବେଚ୍ଛାକୃତ ବୋଲି କୋର୍ଟ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଏହା ବିନା ଅନ୍ୟ କୌଣସି ପ୍ରମାଣରେ ଦଣ୍ଡବିଧାନର କାରଣ ମଧ୍ୟ ହୋଇପାରେ। ଟ୍ରାଏଲ କୋର୍ଟ ଦ୍ୱାରା ଲିପିବଦ୍ଧ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତର ଦୋଷକୁ ପୁଣି ପ୍ରମାଣିତ କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି।

ଏହି ପରିପ୍ରେକ୍ଷୀରେ, ଟ୍ରାଏଲ୍‌ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଉପରେ ନିର୍ଭର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ଯୁକ୍ତି ଦର୍ଶାଇଥିଲେ ଯେ, ମୃତକ ନିଜ ଉପରେ ନିଜେ କିରୋସିନ୍‌ ଢାଳି ନିଆଁ ଲଗାଇଥିଲେ। ତେବେ ମୃତ୍ୟୁ କାଳୀନ ବୟାନ ଉପରେ ନିର୍ଭର କରିବାକୁ ମନା କରି ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନରେ ମୃତ୍ୟୁ ପୂର୍ବରୁ ଦୁଇଟି ବୟାନ ଅଛି।

ଗୋଟିଏ ପୋଲିସ ଦ୍ୱାରା ୨୦-୧୨-୨୦୧୧ରେ ଏବଂ ଅନ୍ୟଟି ୨୨-୧୨-୨୦୧୧ ରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଛି। ହାଇକୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ବୟାନ ଉପରେ ଭରସା କରି ନାହାନ୍ତି। ହାଇକୋର୍ଟ କହିଥିଲେ ଯେ, ଦୁଇ ଦିନ ପୂର୍ବରୁ ପୋଲିସ ଦ୍ୱାରା ବୟାନ ରେକର୍ଡ କରାଯାଇଥିଲା। ମାତ୍ର ଏପରିସ୍ଥଳେ ମୃତ୍ୟୁ ପୂର୍ବରୁ ଦ୍ୱିତୀୟ ବୟାନ ରେକର୍ଡ କରିବାର କୌଣସି କାରଣ ନାହିଁ।

ଖଣ୍ଡପୀଠ କହିଛନ୍ତି ଯେ, ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଡାକ୍ତରୀ ପ୍ରମାଣ ସହିତ ମେଳ ଖାଉଛି। ଯାହା ଦର୍ଶାଉଛି ଯେ ଛାତି, ପେଟ ଏବଂ ପିଠି ବ୍ୟତୀତ ଶରୀରର ସମସ୍ତ ଅଂଶରେ ପୋଡା ଚିହ୍ନ ରହିଛି। ତେଣୁ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪ ସହିତ ଧାରା ୩୦୨ ଅନୁଯାୟୀ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଏବଂ୧୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ

ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍‌ସିପି ମୁଖ୍ୟ ଶରଦ...

୪ ରାଜ୍ୟରେ ବିଜୟ ପରେ ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ମୋଦି

ନୂଆଦିଲ୍ଲୀ,୧୧ ।୩: ଗୋଟିଏ ଦିନ ପୂର୍ବରୁ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର ଗୁଜରାଟ ବିଧାନସଭା...

ସବୁ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ କହିଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ସତ୍ତ୍ୱେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ସମୟରେ ସମସ୍ତ...

୫ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ…

ରାୟପୁର,୧୮।୭ : ଛତିଶଗଡର ଦନ୍ତେ ୱାଡା ଜିଲାରେ ବୁର୍କାପାଲ ମାଓବାଦୀ ଆକ୍ରମଣ ମାମଲାରେ ଏନଆଇଏ କୋର୍ଟ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…

ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରୂପାନି

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି । ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ରୂପାନି...

ରବିବାର ଦିଲ୍ଲୀ କରୋନା ସ୍ଥିତି ସମୀକ୍ଷା କରିବେ ଶାହା

ନୂଆଦିଲ୍ଲୀ, ୧୩ା୬: ମହାମାରୀ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ...

ଦେଶରେ ୪ କୋଟି ଲୋକ ଏବେ ସୁଦ୍ଧା ନେଇ ନାହାନ୍ତି କରୋନାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,୨୩।୭: ଦେଶରେ ଟିକାକରଣ ଜାରି ରହିଛି। ଏହାରି ମଧ୍ୟରେ ବୁଷ୍ଟର ଡୋଜ୍‌ ମଧ ମାଗଣାରେ ଦିଆଯାଉଛି। ହେଲେ ଦେଶର ୪ କୋଟି ଲୋକ ଏଯାଏ ଟିକାର...

Advertisement
Archives

Model This Week