ଟିକା ଯୋଗୁ ଝିଅଙ୍କ ମୃତ୍ୟୁ, ପିତା ଦାଖଲ କଲେ ୧,୦୦୦ କୋଟିର କ୍ଷତିପୂରଣ ପିଟିଶନ୍‌…

ମୁମ୍ବାଇ, ୨।୨ : ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ ପିତା ବମ୍ବେ ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପିତା ୧,୦୦୦ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି।

ଏହି ଆବେଦନରେ ଅଭିଯୁକ୍ତମାନଙ୍କ ମଧ୍ୟରେ କୋଭିଡଶିଲ୍ଡ ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଏହାର ସହଯୋଗୀ ବିଲ ଗେଟ୍ସ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଅଧିକାରୀମାନେ ପକ୍ଷଭୁକ୍ତ ଅଛନ୍ତି। ଆବେଦନକାରୀ ଦିଲୀପ ଲୁନାଓ୍ବତ୍‌ ଦାବି କରିଛନ୍ତି ଯେ ତାଙ୍କ ଝିଅ ସ୍ନେହଲ ଲୁନାଓ୍ବତ୍‌ ନାଗପୁରର ଏକ ମେଡିକାଲ କଲେଜର ବରିଷ୍ଠ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ।

ସ୍ନେହଲ ୨୦୨୧ ଜାନୁଆରୀ ୨୮ରେ ନାସିକ୍‌ ଠାରେ କୋଭିଶିଲ୍ଡ ଟିକା ନେଇଥିଲେ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏକ ମାସ ପରେ ୨୦୨୧ ମାର୍ଚ୍ଚ ୧ରେ ତାଙ୍କର ମୃତ୍ୟୁ ଘଟିଥିଲା।

ପିତା ପିଟିଶନ୍‌ରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଝିଅ ସ୍ବାସ୍ଥ୍ୟ କର୍ମୀ ଥିବାରୁ ତାଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇଛି। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସଜିଆଇ) ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌) ର ନିଦ୍ଦେଙ୍କ ଦ୍ୱାରା ଟିକା ସୁରକ୍ଷିତ ବୋଲି କୁହାଯାଇଥିଲା।

ପିଟିଶନ୍‌ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପ୍ରଭାବ (ଏଇଏଫ୍‌ଆଇ) କମିଟି ୨୦୨୧ ଅକ୍ଟୋବର ୨ରେ ସ୍ବୀକାର କରିଥିଲେ ଯେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଅଭିଯୋଗକାରୀଙ୍କ ୩୩ ବର୍ଷ ବୟସ୍କା ଝିଅଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ୧୭ ହଜାର ତଳେ, ଦିଲ୍ଲୀରେ କମିଲା ସଂକ୍ରମଣ…

ନୂଆଦିଲ୍ଲୀ, ୧୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କଲେ ଦଦଲାନି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଯୋରସୋରରେ ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ଭୋଟରଙ୍କୁ ଆକର୍ଷିତ କରିବାକୁ ଆଗେଇ...

୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍‌

ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିୟମିତ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ସ୍ତ୍ରୀ ତଥା...

‘ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ’

ଅହମ୍ମଦାବାଦ,୪।୧୨: ଆଜିକାଲି ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...

ମହିଳାଙ୍କୁ ଗଣବଳାତ୍କାର କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

କୋଲକାତା,୮।୭: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଗାର୍ଡେନ ରିଚ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ଆପର୍ଟମେଣ୍ଟରେ ଗଣବଳାତ୍କାର କରାଯାଇଛି। ଅଭିଯୁକ୍ତମାନେ ମହିଳାଙ୍କ ଫ୍ଲାଟରୁ ୧୫...

ରାଷ୍ଟ୍ରପତି ଶାସନ ପାଇଁ ମଞ୍ଜୁରୀ ଦେଲା ମୋଦି କ୍ୟାବିନେଟ: କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଯାହାର ସମୟ ସୀମା ଥିଲା...

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ...

Advertisement
Archives

Model This Week