Posted inଜାତୀୟ

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ମତାମତ ଏବଂ ପ୍ରସ୍ତାବକୁ ବିଚାରକୁ ନେଇ ଏହି ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି। ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଥିବା ବ୍ୟକ୍ତି ଓ ଗାଡ଼ି ସଂଖ୍ୟା ନିୟମରେ ପରିବର୍ତ୍ତନ କରାଯାଇଛି।
ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ଭୋଟ ଦେବା ପୂର୍ବରୁ ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋଭ୍ସ, ଫେସ୍‌ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ହେଲେ ଫେସ୍‌ମାସ୍କ ଖସାଇବାକୁ କୁହାଯିବ।
ଗାଇଡ୍‌ଲାଇନ୍ସ ଅନୁଯାୟୀ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରର ପ୍ରବେଶ ପଥରେ ଥର୍ମାଲ ସ୍କାନର ଲାଗିବ। କୌଣସି ଭୋଟରଙ୍କଠାରେ କରୋନା ଲକ୍ଷଣ ଥିଲେ ତାଙ୍କୁ ଭୋଟକେନ୍ଦ୍ରରେ ପ୍ରବେଶ ଅନୁମତି ଦିଆ ନ ଯାଇ ଶେଷ ମୁହୂର୍ତ୍ତରେ ଆସିବାକୁ କୁହାଯିବ। ଏହି କାର୍ଯ୍ୟରେ ପାରାମେଡିକ୍‌ କର୍ମଚାରୀ କିମ୍ବା ଆଶା କର୍ମୀଙ୍କୁ ନିୟୋଜିତ କରାଯିବ। ଭୋଟଗ୍ରହଣର ଦିନକ ପୂର୍ବରୁ ପ୍ରତି ବୁଥ୍‌କୁ ସାନିଟାଇଜ୍‌ କରାଯିବା ବାଧ୍ୟତାମୂଳକ। ଧାଡ଼ିରୁ ବର୍ତ୍ତିବା ପାଇଁ ପ୍ରଥମେ ଆସିବା ବ୍ୟକ୍ତି ଯେପରି ପ୍ରଥମେ ଭୋଟ ଦେବେ ସେଥିପାଇଁ ସେମାନଙ୍କୁ ଟୋକନ ଯୋଗାଇ ଦିଆଯିବ। ଏଥିପାଇଁ ପ୍ରତି ବୁଥ୍‌ରେ ହେଲ୍ପଡେସ୍କ ରହିବ। ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଚିହ୍ନ ରହିବ। ଏହି କାର୍ଯ୍ୟରେ ବୁଥ୍‌ ସ୍ତରୀୟ କର୍ମଚାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ସହାୟତା ନିଆଯିବ। କୌଣସି ପୋଲିଂ କର୍ମଚାରୀଙ୍କ ଶରୀରର ତାପମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ହେଲେ ପ୍ରିଜାଇଡିଂ ଅଫିସର ତାଙ୍କ ବଦଳରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବେ।
ପ୍ରଥମ ଥର ପାଇଁ ପ୍ରାର୍ଥୀ ଅମାନତ ଜମା ଅନ୍‌ଲାଇନ ପେମେଣ୍ଟ ଜରିଆରେ କରିବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ୍‌ ପ୍ରତିକାର ବ୍ୟବସ୍ଥାକୁ ମାନି ସାଧାରଣ ସଭା ଓ ରୋଡ୍‌ ଶୋ’ କରିବା ପାଇଁ ଇସି ଅନୁମତି ଦେଇଛନ୍ତି। ଘରକୁ ଘର ଯାଇ ପ୍ରଚାର କରିବା ଟିମ୍‌ରେ ପ୍ରାର୍ଥୀଙ୍କ ସମେତ ୫ ଜଣରୁ ଅଧିକ ରହିବେ ନାହିଁ। ସେହିପରି ରୋଡ୍‌ଶୋ’ରେ ୫ରୁ ଅଧିକ ଗାଡ଼ି ବ୍ୟବହାର କରାଯାଇପାରିବ ନାହିଁ। କରୋନା ସଂକ୍ରମିତ ଏବଂ କ୍ୱାରାଣ୍ଟାଇନରେ ଥିବା ଭୋଟର ଶେଷ ମୁହୂର୍ତ୍ତରେ ସେମାନଙ୍କ ବୁଥ୍‌ରେ ଭୋଟ ଦେବାକୁ ସୁଯୋଗ ପାଇବେ। ସ୍ବାସ୍ଥ୍ୟାଧିକାରୀ ଏବଂ ମାଜିଷ୍ଟ୍ରେଟ୍‌ଙ୍କ କଡ଼ା ତତ୍ତ୍ୱାବଧାନରେ ଏହି ଭୋଟ ନିଆଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଭୋଟରଙ୍କ ପାଇଁ ଇସି ଅଲଗା ଗାଇଡ୍‌ଲାଇନ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri