Posted inଜାତୀୟ

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ମତାମତ ଏବଂ ପ୍ରସ୍ତାବକୁ ବିଚାରକୁ ନେଇ ଏହି ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି। ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଥିବା ବ୍ୟକ୍ତି ଓ ଗାଡ଼ି ସଂଖ୍ୟା ନିୟମରେ ପରିବର୍ତ୍ତନ କରାଯାଇଛି।
ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ଭୋଟ ଦେବା ପୂର୍ବରୁ ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋଭ୍ସ, ଫେସ୍‌ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ହେଲେ ଫେସ୍‌ମାସ୍କ ଖସାଇବାକୁ କୁହାଯିବ।
ଗାଇଡ୍‌ଲାଇନ୍ସ ଅନୁଯାୟୀ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରର ପ୍ରବେଶ ପଥରେ ଥର୍ମାଲ ସ୍କାନର ଲାଗିବ। କୌଣସି ଭୋଟରଙ୍କଠାରେ କରୋନା ଲକ୍ଷଣ ଥିଲେ ତାଙ୍କୁ ଭୋଟକେନ୍ଦ୍ରରେ ପ୍ରବେଶ ଅନୁମତି ଦିଆ ନ ଯାଇ ଶେଷ ମୁହୂର୍ତ୍ତରେ ଆସିବାକୁ କୁହାଯିବ। ଏହି କାର୍ଯ୍ୟରେ ପାରାମେଡିକ୍‌ କର୍ମଚାରୀ କିମ୍ବା ଆଶା କର୍ମୀଙ୍କୁ ନିୟୋଜିତ କରାଯିବ। ଭୋଟଗ୍ରହଣର ଦିନକ ପୂର୍ବରୁ ପ୍ରତି ବୁଥ୍‌କୁ ସାନିଟାଇଜ୍‌ କରାଯିବା ବାଧ୍ୟତାମୂଳକ। ଧାଡ଼ିରୁ ବର୍ତ୍ତିବା ପାଇଁ ପ୍ରଥମେ ଆସିବା ବ୍ୟକ୍ତି ଯେପରି ପ୍ରଥମେ ଭୋଟ ଦେବେ ସେଥିପାଇଁ ସେମାନଙ୍କୁ ଟୋକନ ଯୋଗାଇ ଦିଆଯିବ। ଏଥିପାଇଁ ପ୍ରତି ବୁଥ୍‌ରେ ହେଲ୍ପଡେସ୍କ ରହିବ। ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଚିହ୍ନ ରହିବ। ଏହି କାର୍ଯ୍ୟରେ ବୁଥ୍‌ ସ୍ତରୀୟ କର୍ମଚାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ସହାୟତା ନିଆଯିବ। କୌଣସି ପୋଲିଂ କର୍ମଚାରୀଙ୍କ ଶରୀରର ତାପମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ହେଲେ ପ୍ରିଜାଇଡିଂ ଅଫିସର ତାଙ୍କ ବଦଳରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବେ।
ପ୍ରଥମ ଥର ପାଇଁ ପ୍ରାର୍ଥୀ ଅମାନତ ଜମା ଅନ୍‌ଲାଇନ ପେମେଣ୍ଟ ଜରିଆରେ କରିବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ୍‌ ପ୍ରତିକାର ବ୍ୟବସ୍ଥାକୁ ମାନି ସାଧାରଣ ସଭା ଓ ରୋଡ୍‌ ଶୋ’ କରିବା ପାଇଁ ଇସି ଅନୁମତି ଦେଇଛନ୍ତି। ଘରକୁ ଘର ଯାଇ ପ୍ରଚାର କରିବା ଟିମ୍‌ରେ ପ୍ରାର୍ଥୀଙ୍କ ସମେତ ୫ ଜଣରୁ ଅଧିକ ରହିବେ ନାହିଁ। ସେହିପରି ରୋଡ୍‌ଶୋ’ରେ ୫ରୁ ଅଧିକ ଗାଡ଼ି ବ୍ୟବହାର କରାଯାଇପାରିବ ନାହିଁ। କରୋନା ସଂକ୍ରମିତ ଏବଂ କ୍ୱାରାଣ୍ଟାଇନରେ ଥିବା ଭୋଟର ଶେଷ ମୁହୂର୍ତ୍ତରେ ସେମାନଙ୍କ ବୁଥ୍‌ରେ ଭୋଟ ଦେବାକୁ ସୁଯୋଗ ପାଇବେ। ସ୍ବାସ୍ଥ୍ୟାଧିକାରୀ ଏବଂ ମାଜିଷ୍ଟ୍ରେଟ୍‌ଙ୍କ କଡ଼ା ତତ୍ତ୍ୱାବଧାନରେ ଏହି ଭୋଟ ନିଆଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଭୋଟରଙ୍କ ପାଇଁ ଇସି ଅଲଗା ଗାଇଡ୍‌ଲାଇନ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି...

ବିଶ୍ୱକପ୍‌ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…

ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ...

କୋର୍ଟରେ କହିଲେ ଏକାଠି ରହିବୁ, ବାହାରକୁ ଆସିବା ମାତ୍ରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ

ବେଙ୍ଗାଲୁରୁ,୧୪।୮: କର୍ନାଟକର ହାସନ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ଥାନୀୟ କୋର୍ଟ ପରିସରରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି।...

ବାୟୁସେନା ହେଲିକପ୍ଟର ଖସାଇବା ଘଟଣା: କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ ୨ ଅଧିକାରୀ

ନୂଆଦିଲ୍ଲୀ, ୧୫ା୧୦: ଗତ ଫେବୃୟାରୀ ୧୭ରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରକୁ ଅଜାଣତରେ ମିଶାଇଲ ମାଡ଼ କରି ଖସାଇବା ଘଟଣାରେ ୨ ଅଧିକାରୀ କୋର୍ଟ ମାର୍ଶାଲର...

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ...

ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି। କିନ୍ତୁ ଏହି ଭାଇରାଲ ଅତି ସାମାନ୍ୟ ରୋଗ ସୃଷ୍ଟି କରିଥାଏ। ଏଥିରେ ଆତଙ୍କିତ...

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ ନୂଆଦିଲ୍ଲୀ, ୩୧।୫: ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନଲାଇନ୍‌ କ୍ଲାସ ଚାଲୁଛି। ଇଂଲିଶ୍‌,...

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା...

Advertisement
Archives

Model This Week