Posted inଫୁରସତ

ଅତିଥି ଆସୁଥିଲେ…

ଘରେ ଅଚାନକ ପାର୍ଟି। ଏଥିପାଇଁ ସମୟ ବହୁତ କମ୍‌। ଏତେ ଶୀଘ୍ର କ’ଣ କେମିତି ହେବ! ଏକଥା ଭାବି ଚିନ୍ତାରେ ରହିବା ବଦଳରେ ଠିକ୍‌ ଭାବେ ପ୍ଲାନିଂକରି ଆପଣ ବି ହୋଇପାରିବେ ସ୍ମାର୍ଟ ଶ୍ରୀମତୀ…

କେବେ ବନ୍ଧୁବାନ୍ଧବଙ୍କୁ ଏକାଠି କରିବା ପାଇଁ ତ କେବେ ଉତ୍ସବ ମନାଇବା ଲାଗି ଆଉ କେବେ ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ନିମନ୍ତେ ଘରେ ଭୋଜିଭାତର ଆୟୋଜନ କରିବାକୁ ହୋଇଥାଏ। କିନ୍ତୁ ଏସବୁ ପାଇଁ ଗୃହିଣୀମାନଙ୍କୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡ଼େ। ହେଲେ ବେଳେବେଳେ ହଠାତ୍‌ କମ୍‌ ସମୟ ମଧ୍ୟରେ ସବୁକିଛି କରିବା ପାଇଁ ପଡ଼େ। ତେବେ ଏମିତି ପରିସ୍ଥିତିରେ ଭୋଜି କରିବାକୁ ଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ବରଂ ଏଥିପାଇଁ କିଭଳି ସହଜରେ ପ୍ରସ୍ତୁତ ହୋଇପାରିବେ ପ୍ରୟାସ କରନ୍ତୁ।
ଅତିଥିଙ୍କ ତାଲିକା: ଘରକୁ ପାର୍ଟିରେ ଯୋଗଦେବା ପାଇଁ କେଉଁମାନେ ଆସିବେ ପ୍ରଥମେ ତାହାର ତାଲିକା କରନ୍ତୁ। ଯଦି ପାରିବାରିକ ଭୋଜି ହୋଇଥାଏ ତେବେ ବନ୍ଧୁମାନଙ୍କୁ ଫୋନ୍‌ କରି ମନେ ପକାଇ ଦିଅନ୍ତୁ। ଯଦି ସମସ୍ତଙ୍କୁ ଫୋନ୍‌ କରିବା ପାଇଁ ସମୟ ନ ଥାଏ ତେବେ ଏକ ମେସେଜ୍‌ ଲେଖି ସମସ୍ତଙ୍କ ପାଖକୁ ପଠାଇ ଦିଅନ୍ତୁ। ଅତିଥିଙ୍କ ତାଲିକା ଅନୁସାରେ ଭୋଜି ନିମନ୍ତେ କ’ଣ ଆଉ କେତେ ପରିମାଣର କରିବାକୁ ହେବ ସେହି ଅନୁସାରେ ପ୍ରସ୍ତୁତି କରନ୍ତୁ।
ଏକାଠି କିଣନ୍ତୁ: ପାର୍ଟି ନିମନ୍ତେ କ’ଣ ସବୁ ବ୍ୟବସ୍ଥା କରିବାକୁ ହେବ ସେନେଇ ସ୍ଥିରକରି ସେହି ଅନୁସାରେ ସବୁ ସାମଗ୍ରୀ କିଣନ୍ତୁ। ଯଦି କୌଣସି ପ୍ରକାର ସାଜସଜ୍ଜା କରିବାକୁ ଥାଏ ତେବେ ଆଗୁଆ କରି ଦିଅନ୍ତୁ। ସାଜସଜ୍ଜା କରିବା ପାଇଁ ଯଦି ସମୟ ନ ଥାଏ ତେବେ ଅତିଥିଙ୍କ ବସିବା ଓ ରହିବା ନିମନ୍ତେ ବ୍ୟବସ୍ଥା ନିଶ୍ଚୟ କରନ୍ତୁ। ଯଦି ସମ୍ଭବ ହୁଏ ତା’ହେଲେ ରେଡିମେଟ୍‌ ସାଜସଜ୍ଜା ହିଁ କରନ୍ତୁ। ତେବେ ଭୋଜି ନିମନ୍ତେ ଯାହା ସବୁ ଆବଶ୍ୟକ ସେସବୁର ତାଲିକା କରି ଏକାଠି କିଣି ଆଣନ୍ତୁ।
ପୂର୍ବ ଦିନରୁ: ପାର୍ଟି ଦିନ ହିଁ ସବୁ ପ୍ରକାର ରୋଷେଇ କରିବା ପାଇଁ ଯୋଜନା ରଖନ୍ତୁ ନାହିଁ। କିଛି ଖାଦ୍ୟ ଯେମିତିକି ମିଠା କିମ୍ବା ସ୍ନାକ୍ସ ଆଦି ଭୋଜି ପୂର୍ବ ଦିନରୁ କରି ରଖି ଦିଅନ୍ତୁ। ଆଗରୁ ଏସବୁ କରି ଦେଇଥିଲେ ଭୋଜି ଦିନ ଅନ୍ୟ ସବୁ ରୋଷେଇ କରିବା ପାଇଁ ଅଧିକ ସମୟ ମିଳିବ। ଏହା ସହିତ ଅତିଥିଙ୍କ ସହ ସମୟ କାଟିବା ପାଇଁ ବି ଅଧିକ ସମୟ ମିଳିବ।
ଫ୍ରୋଜନ ଫୁଡ୍‌: ସ୍ନାକ୍ସ ଆଇଟମ୍‌ କିଛି ତିଆରି କରିବା ବଦଳରେ ଫ୍ରୋଜନ ଫୁଡ୍‌ କିଣି ଆଣନ୍ତୁ। ଫଳରେ ରୋଷେଇ ପାଇଁ କମ୍‌ ସମୟ ଲାଗିବ ଏବଂ ଅତିଥିମାନଙ୍କ ସହ ଅଧିକ ସମୟ କଟାଇବାର ସୁଯୋଗ ମିଳିବ। ସ୍ନାକ୍ସ ଆଇଟମ୍‌ରେ ଫ୍ରୋଜନ୍‌ ଫୁଡ୍‌ ବହୁତ ଭଲ ବିକଳ୍ପ ହୋଇପାରିବ। ଲୋକଙ୍କୁ ମଧ୍ୟ ଏହା ଖୁବ୍‌ ପସନ୍ଦ ଆସିବ।
କାମ ବାଣ୍ଟନ୍ତୁ: ଘରେ ଭୋଜିର ଆୟୋଜନ ହେଲେ ବହୁତ କାମ ଆସିଥାଏ। ତେଣୁ ଏକୁଟିଆ କାମ କରିବା ବଦଳରେ ଘରର ସମସ୍ତଙ୍କୁ କାମ ବାଣ୍ଟିଦିଅନ୍ତୁ। ଘର ସଫା କାମ କିମ୍ବା ଘର ସଜାଡ଼ିବା ଅଥବା ରୋଷେଇ କାମରେ ସାହାଯ୍ୟ କରିବା ନିମନ୍ତେ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ୱ ବାଣ୍ଟିଦେବା ଉଚିତ। ଫଳରେ ସହଜରେ ଏବଂ ଠିକ୍‌ ସମୟରେ ସବୁ କାମ ଶେଷ ହୋଇପାରିବ।
ମଜାମସ୍ତି: ଭୋଜି ପାଇଁ ଘରକୁ ସବୁ ଅତିଥି ଆସିଲେ ଗପସପ ଓ ମଜାମସ୍ତି ତ ନିଶ୍ଚୟ ହେବ। କିନ୍ତୁ ସାଙ୍ଗମାନଙ୍କ ସହ ମଜାମସ୍ତି କରୁଥିଲେ ସତର୍କ ରୁହନ୍ତୁ। କାରଣ ଘରେ ଅନ୍ୟ ଗୁରୁଜନଙ୍କ ସାମ୍ନାରେ ଶାଳୀନତା ବି ରଖିବାକୁ ହେବ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଗପସପ କରନ୍ତୁ। ଭୋଜି ଶେଷରେ ସମସ୍ତେ ଘରକୁ ଫେରିବା ସମୟରେ ସେମାନଙ୍କୁ କିଛି ଉପହାର ଦେବାକୁ ଚେଷ୍ଟା କରନ୍ତୁ। ନ ହେଲେ ଭୋଜିର କିଛି ଖାଦ୍ୟ ମଧ୍ୟ ଅତିଥିଙ୍କୁ ଦିଅନ୍ତୁ।
ଏମାନେ କ’ଣ କରନ୍ତି
ଅଭ୍ୟାସ ହୋଇଗଲାଣି
ଆମର ଜଏଣ୍ଟ ଫ୍ୟାମିଲି ହେଇଥିବାରୁ ଆମ ଘରକୁ ଅଧିକାଂଶ ସମୟରେ ବନ୍ଧୁବାନ୍ଧବମାନେ ବିଭିନ୍ନ କାମରେ ଆସିଥାନ୍ତି। କିଏ ପରୀକ୍ଷା ଦେବାକୁ ତ କିଏ ଡାକ୍ତରଙ୍କ ପାଖକୁ ଏମିତି ବିଭିନ୍ନ କାମରେ ଆସି ଆମ ଘରେ ରୁହନ୍ତି। ସେମାନଙ୍କ ଆସିବାର ସୂଚନା ନ ଥିଲେ ବି ସଙ୍ଗେ ସଙ୍ଗେ ସେମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା କରିଥାଏ। ଏସବୁ ଅଭ୍ୟାସରେ ପରିଣତ ହୋଇଗଲାଣି। ଆଉ କିଛି ଅଡୁଆ ଲାଗୁନି।
-ଜୟନ୍ତୀ ବିଶ୍ୱାଳ, ଗୃହିଣୀ
ନୟାପଲ୍ଲୀ, ଭୁବନେଶ୍ୱର
ବହୁତ ଖୁସି ଲାଗେ
ମୋ ସ୍ବାମୀ ଅନେକ ଥର ଫୋନ୍‌ କରି କହିବେ ଆମେ ପାଞ୍ଚ ଛଅ ଜଣ ମିଶି ଘରକୁ ଯାଇ ଖାଇବୁ। ମାତ୍ର ଘଣ୍ଟାଏ ଆଗରୁ ସୂଚନା ପାଇ ୫ଜଣଙ୍କ ଲାଗି ରୋଷେଇ କରିବାକୁ ବେଳେବେଳେ କଷ୍ଟ ଲାଗେ। କିନ୍ତୁ ସମସ୍ତଙ୍କୁ ଖାଇବାକୁ ଦେବା ପରେ ବହୁତ ଖୁସି ଲାଗେ।
-ଦେବସ୍ମିତା ପଣ୍ଡା
କର୍ମଜୀବୀ, ମୁମ୍ବାଇ, ମହାରାଷ୍ଟ୍ର
ରୋଷେଇ କରିବାକୁ ଭଲ ଲାଗେ
ସବୁଦିନେ ଏମିତି ରୋଷେଇକରି ମୋର ଅଭ୍ୟାସ ହୋଇଗଲାଣି। ପ୍ରାୟ ଅଧିକାଂଶ ଥର ମୋ ସ୍ବାମୀ କିମ୍ବା ଶ୍ୱଶୁରଙ୍କର ବନ୍ଧୁମାନେ ହଠାତ୍‌ ଆସି ଘରେ ପହଞ୍ଚିଯାଆନ୍ତି। ଆଉ ସେମାନେ ଖାଇକି ଯିବା ପାଇଁ ମୁଁ ସଙ୍ଗେ ସଙ୍ଗେ ରୋଷେଇ କରିଦେଇଥାଏ। ଯାହା କିଛି ବି ହେଉ ସେମାନଙ୍କ ଖାଇବା ନିମନ୍ତେ ମୁଁ ସଙ୍ଗେ ସଙ୍ଗେ ରୋଷେଇ କରିଥାଏ। ଏଥିପାଇଁ ତ ଘର ଲୋକେ ମୋ ଉପରେ ବହୁତ ଖୁସି ହୋଇଥାନ୍ତି। ତା’ ଛଡ଼ା ମତେ ବି ରୋଷେଇ କରି ସମସ୍ତଙ୍କୁ ଖୁଆଇବା ପାଇଁ ବହୁତ ଭଲ ଲାଗେ।
-କ୍ଷୀରାବ୍ଧୀ ତନୟା ପତ୍ରୀ
ଗୃହିଣୀ, ସନ୍ଥିଆ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?