ସରକାର ଗଢିଲେ ମିଳିବ ଏହି ସବୁ ସୁବିଧା, ଭାଜପା ଦେଇଥିଲା ପ୍ରତିଶ୍ରୁତି, ଜାଣନ୍ତୁ କେବେଠୁ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ନିଷ୍ପତ୍ତି ହୋଇଥିବା ବେଳେ ଏବେ ପ୍ରଶ୍ନ ହେଉଛି ଯେ ରାଜ୍ୟ ଭାଜପା ପକ୍ଷରୁ ଦିଆଯାଇଥିବା ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ କି ନାହିଁ। ରାଜ୍ୟ ଭାଜପା ଗ୍ୟାରେଣ୍ଟି ସଂକଳ୍ପପତ୍ରରେ ଗରିବ ପରିବାରକୁ ପରବର୍ତ୍ତୀ ୫ବର୍ଷ ପାଇଁ ମାଗଣା ରାସନ। ମାଗଣା ଏବଂ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଣ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର ସହ ପ୍ରତିଘରକୁ ଟ୍ୟାପ ଜଳ ଯୋଗାଣ ଓ ବସ୍ତିର ପୁନଃବିକାଶ କରିବାକୁ ଗ୍ୟାରେଣ୍ଟି ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ସେହିପରି କୃଷକଙ୍କ ପାଇଁ ପିଏମ କିଷାନ ଓ ପିଏମ ଫସଲ ବୀମା ଯୋଜନାରେ ଚାଷୀଙ୍କ ପାଇଁ ଆର୍ଥିକ ସହାୟତାଜାରି ରହିବ। କଷ୍ଟମ ହାଇରିଂ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ କିଷାନ ସମୃଦ୍ଧି କେନ୍ଦ୍ରର ବିସ୍ତାର ଯୋଗୁ ସହଜରେ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ। ଦୁଗ୍ଧ ସମବାୟ ସମିତି ଯୋଗେ ଦୁଗ୍ଧ ପରୀକ୍ଷଣ, ଲାବୋରାଟୋରୀ, କୁଲର ଓ ପ୍ରକ୍ରିୟାକରଣ କେନ୍ଦ୍ରର ବିସ୍ତାର ହେବ। ଯୁବକଙ୍କ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅଧୀନରେ ଉଚ୍ଚମାନର ଶିକ୍ଷା, ବିଶ୍ୱସ୍ତରୀୟ କ୍ରୀଡା ସୁବିଧା, ନିଯୁକ୍ତି ଓ ଉଦ୍ୟୋଗୀ ସୁଯୋଗର ଗ୍ୟାରେଣ୍ଟି ଦିଆଯାଇଛି।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସି ଅନେକ ଗ୍ୟାରେଣ୍ଟି କଥା କହିଯାଇଥିଲେ। ସେଥିରେ ରତ୍ନ ଭଣ୍ଡାର ଚାବି ଠାରୁ, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପର୍ଯ୍ୟନ୍ତ ଥିଲା। ତେବେ ଭାଜପା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ ଏହି ସବୁ ଗ୍ୟାରେଣ୍ଟି ଲାଗୁ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri