ପୂର୍ବ ତୁଳନାରେ କାର୍‌ ଉପରେ କମିଛି ଜିଏସ୍‌ଟି; ରୟାଲଟି କମାଇ ଖର୍ଚ୍ଚ କମାନ୍ତୁ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କାର୍‌ ଉପରେ ଯେଉଁ ହାରରେ ଟିକସ ଲାଗୁ ଥିଲା ବର୍ତ୍ତମାନ ତାହା ଅପେକ୍ଷାକୃତ କମିଛି। ଅଟୋମୋବାଇଲ କମ୍ପାନୀଗୁଡିକ ବିଦେଶରେ ରହିଥିବା ସେମାନଙ୍କ ମୂଳ କମ୍ପାନୀକୁ ପ୍ରଦାନ କରୁଥିବା ରୟାଲଟି ପେମେଣ୍ଟ ହ୍ରାସ କରିବାର ଆବଶ୍ୟକତା ରହିଛି। ଏଭଳି କାର୍ଯ୍ୟ ଦ୍ୱାରା କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କାଟ କରିପାରିବେ। ସରକାରଙ୍କୁ ଜିଏସ୍‌ଟି ହ୍ରାସ କରିବା ଲାଗି କହିବା ପରିବର୍ତ୍ତେ ଅଟୋ କମ୍ପାନୀଗୁଡିକ ରୟାଲଟି ପେମେଣ୍ଟ କାଟ କରନ୍ତୁ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ଉଚ୍ଚ ପରିମାଣର ଜିଏସ୍‌ଟି ଲାଗୁ ହେଉଥିବାରୁ ଏହା ଅଟୋମୋବାଇଲ ଶିଳ୍ପର ସମ୍ପ୍ରସାରଣରେ ବାଧକ ବୋଲି ଟୟୋଟା ପକ୍ଷରୁ କୁହାଯାଇଥିଲା। ଏହାର ଉତ୍ତରରେ ଅଧିକାରୀ ଜଣକ ଏଭଳି କହିଥିବା ଜଣାପଡିଛି।
ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନର ଟିକସ ବ୍ୟବସ୍ଥା ଏବଂ ନିୟାମକ ଧାରାକୁ ନେଇ ଅଧିକାଂଶ କମ୍ପାନୀଙ୍କର ଆପତ୍ତି ରହିଛି। ଭାରତୀୟ ପାର୍ଟନର ଫାର୍ମଗୁଡିକ ଉଚ୍ଚ ହାରରେ ରୟାଲଟି ଦେଉଥିବାରୁ ଏଭଳି ସ୍ଥିତି ଉପୁଜିଛି। ଭାରତୀୟ ଅଟୋମୋବାଇଲ କ୍ଷେତ୍ରର ବିଭିନ୍ନ ନୀତି ଗତ ୩ ଦଶନ୍ଧି ହେବ ବେଶ୍‌ ଉନ୍ନତ ଏବଂ ସ୍ଥିତାବସ୍ଥା ବଜାୟ ରଖିଛି। ବର୍ତ୍ତମାନ ବିଦେଶୀ ନିବେଶକୁ ଉତ୍ସାହିତ କରାଯାଉଛି। ଏହାବାଦ ଘରୋଇ ବଜାରର ମାନୁଫାକଚରିଂକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ପୂର୍ବରୁ ଲାଗୁ ହେଉଥିବା ଭାଟ୍‌ ଏବଂ ଉତ୍ପାଦ ଟିକସ ତୁଳନାରେ ବର୍ତ୍ତମାନର ଜିଏସ୍‌ଟି ହାର ଅପେକ୍ଷାକୃତ କମ୍‌ ରହିଛି ବୋଲି ଅଧିକାରୀ ମତ ଦେଇଛନ୍ତି।
ମାତ୍ର ଗତ କିଛିଦିନ ଧରି ଅଟୋମୋବାଇଲ କମ୍ପାନୀଗୁଡିକ ଟିକସ ହାରକୁ ନେଇ ଆପତ୍ତି ଉଠାଇବା ଦେଖାଯାଉଛି। ଏଭଳି ସ୍ଥିତିରେ ସରକାରଙ୍କୁ ଜିଏସ୍‌ଟି କମାଇବାକୁ ନ କହି, ରୟାଲଟି ପେମେଣ୍ଟ ହ୍ରାସ କରି କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କମ୍‌ କରିପାରିବେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ସାରା ବିଶ୍ୱ ବଜାର କଥା ବିଚାର କଲେ ଅଟୋମୋବାଇଲ ଉଚ୍ଚ ଟିକସ ବାସ୍କେଟରେ ରହିଛି। ଜାପାନ ଅଟୋମୋବାଇଲ ଶିଳ୍ପ ଉପରେ ୩ ପ୍ରକାର ଟିକସ ଲାଗୁ କରୁଛି। କ୍ରୟ ସମୟ, ଏନର୍ଜି ସାଇଜ ନେଇ ବାର୍ଷିକ ଅଟୋମୋବାଇଲ ଟିକସ ଏବଂ ପ୍ରତି ୨ ବର୍ଷରେ ଓ୍ବେଟ୍‌ ଟାକ୍ସ ଏହା ମଧ୍ୟରେ ସାମିଲ ରହିଛି। ଭାରତରେ ଜିଏସ୍‌ଟିକୁ କିନ୍ତୁ ଅଧିକ ହାରର ଟିକସ ବୋଲି କମ୍ପାନୀ କିଭଳି କହୁଥିବା ଅଧିକାରୀ ପ୍ରଶ୍ନ କରିଛନ୍ତି। ସେହିଭଳି ୟୁରୋପିଆନ ୟୁନିୟନରେ ଭାଟ୍‌, ଜିଏସ୍‌ଟିର ମୂଳ ହାର ଅଟୋମୋବାଇଲ ପାଇଁ ୨୦ରୁ ୨୫% ରହିଛି। ଇଂଲଣ୍ଡ ଏହି ବର୍ଗରେ କାର୍‌ର ନିର୍ଗମନ ନିୟମ ଅନୁସାରେ ହାର ଭିନ୍ନ ରହିଛି। ଏହି କ୍ଷେତ୍ରରେ ୧୪ଟି ହାରରେ ସ୍ଲାବ୍‌ ରହିଛି। ସେହିଭଳି ରୋଡ୍‌ ଚାର୍ଜ, ପାର୍କିଂ ଚାର୍ଜ ମଧ୍ୟ ଏଠାରେ ଲାଗୁ ହୋଇଥାଏ।
ଅଟୋମୋବାଇଲ ଉପରେ ୨୮% ଜିଏସ୍‌ଟି
ଭାରତରେ ଅଟୋମୋବାଇଲକୁ ୨୮% ଟିକସ ସ୍ଲାବ୍‌ରେ ରଖାଯାଇଛି। ସେହିଭଳି ୧ରୁ ୨୨% ହାରରେ କ୍ଷତିପୂରଣ ଟିକସ ଲାଗୁଛି। ମାତ୍ର ଟିକସ ହାର ଯେଭଳି ଜିଏସ୍‌ଟି ପୂର୍ବ ଅବସ୍ଥାକୁ ନ ଯାଏ ତାକୁ ସରକାର ଧ୍ୟାନରେ ରଖିଥିବା ଅଧିକାରୀ କହିଛନ୍ତି। କିଛି ଦେଶ ଇ-ଯାନ ଉପରେ ରିହାତି ପ୍ରଦାନ କରୁଛି। ଏହାକୁ ଅଟୋ ଶିଳ୍ପ ଜିଏସ୍‌ଟି ହ୍ରାସ କରିବାକୁ କହିବାକୁ ଅଧିକାରୀ ମତ ବ୍ୟକ୍ତ କରିଛନ୍ତି। ସେ ପୁଣି କହିଛନ୍ତି, କମ୍ପାନୀଗୁଡିକ ଅଧିକ ମୂଲ୍ୟର ଯାନ ତିଆରି କରୁଛନ୍ତି; ଯାହା ଲୋକଙ୍କର ଚାହିଦାଠାରୁ ଊର୍ଦ୍ଧ୍ୱରେ ରହିଛିି। ସେହିଭଳି ଅନ୍ୟ କିଛି କମ୍ପାନୀ ଛୋଟ କାର ପ୍ରସ୍ତୁତ କରୁଥିବାରୁ ସେଗୁଡିକର ଚାହିଦା ଉନ୍ନତ ରହିଛି। ଯଦି ଭାରତରେ ନିୟାମକ ଧାରା ଉନ୍ନତ ହୋଇ ନ ଥାନ୍ତା ତେବେ ଜିପ୍‌, କିଆ, ଏମ୍‌ଜି ମୋଟର୍ସ ଭଳି ନୂଆ କମ୍ପାନୀ ଭାରତକୁ ଆସି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri