ପୂର୍ବ ତୁଳନାରେ କାର୍‌ ଉପରେ କମିଛି ଜିଏସ୍‌ଟି; ରୟାଲଟି କମାଇ ଖର୍ଚ୍ଚ କମାନ୍ତୁ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କାର୍‌ ଉପରେ ଯେଉଁ ହାରରେ ଟିକସ ଲାଗୁ ଥିଲା ବର୍ତ୍ତମାନ ତାହା ଅପେକ୍ଷାକୃତ କମିଛି। ଅଟୋମୋବାଇଲ କମ୍ପାନୀଗୁଡିକ ବିଦେଶରେ ରହିଥିବା ସେମାନଙ୍କ ମୂଳ କମ୍ପାନୀକୁ ପ୍ରଦାନ କରୁଥିବା ରୟାଲଟି ପେମେଣ୍ଟ ହ୍ରାସ କରିବାର ଆବଶ୍ୟକତା ରହିଛି। ଏଭଳି କାର୍ଯ୍ୟ ଦ୍ୱାରା କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କାଟ କରିପାରିବେ। ସରକାରଙ୍କୁ ଜିଏସ୍‌ଟି ହ୍ରାସ କରିବା ଲାଗି କହିବା ପରିବର୍ତ୍ତେ ଅଟୋ କମ୍ପାନୀଗୁଡିକ ରୟାଲଟି ପେମେଣ୍ଟ କାଟ କରନ୍ତୁ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ଉଚ୍ଚ ପରିମାଣର ଜିଏସ୍‌ଟି ଲାଗୁ ହେଉଥିବାରୁ ଏହା ଅଟୋମୋବାଇଲ ଶିଳ୍ପର ସମ୍ପ୍ରସାରଣରେ ବାଧକ ବୋଲି ଟୟୋଟା ପକ୍ଷରୁ କୁହାଯାଇଥିଲା। ଏହାର ଉତ୍ତରରେ ଅଧିକାରୀ ଜଣକ ଏଭଳି କହିଥିବା ଜଣାପଡିଛି।
ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନର ଟିକସ ବ୍ୟବସ୍ଥା ଏବଂ ନିୟାମକ ଧାରାକୁ ନେଇ ଅଧିକାଂଶ କମ୍ପାନୀଙ୍କର ଆପତ୍ତି ରହିଛି। ଭାରତୀୟ ପାର୍ଟନର ଫାର୍ମଗୁଡିକ ଉଚ୍ଚ ହାରରେ ରୟାଲଟି ଦେଉଥିବାରୁ ଏଭଳି ସ୍ଥିତି ଉପୁଜିଛି। ଭାରତୀୟ ଅଟୋମୋବାଇଲ କ୍ଷେତ୍ରର ବିଭିନ୍ନ ନୀତି ଗତ ୩ ଦଶନ୍ଧି ହେବ ବେଶ୍‌ ଉନ୍ନତ ଏବଂ ସ୍ଥିତାବସ୍ଥା ବଜାୟ ରଖିଛି। ବର୍ତ୍ତମାନ ବିଦେଶୀ ନିବେଶକୁ ଉତ୍ସାହିତ କରାଯାଉଛି। ଏହାବାଦ ଘରୋଇ ବଜାରର ମାନୁଫାକଚରିଂକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ପୂର୍ବରୁ ଲାଗୁ ହେଉଥିବା ଭାଟ୍‌ ଏବଂ ଉତ୍ପାଦ ଟିକସ ତୁଳନାରେ ବର୍ତ୍ତମାନର ଜିଏସ୍‌ଟି ହାର ଅପେକ୍ଷାକୃତ କମ୍‌ ରହିଛି ବୋଲି ଅଧିକାରୀ ମତ ଦେଇଛନ୍ତି।
ମାତ୍ର ଗତ କିଛିଦିନ ଧରି ଅଟୋମୋବାଇଲ କମ୍ପାନୀଗୁଡିକ ଟିକସ ହାରକୁ ନେଇ ଆପତ୍ତି ଉଠାଇବା ଦେଖାଯାଉଛି। ଏଭଳି ସ୍ଥିତିରେ ସରକାରଙ୍କୁ ଜିଏସ୍‌ଟି କମାଇବାକୁ ନ କହି, ରୟାଲଟି ପେମେଣ୍ଟ ହ୍ରାସ କରି କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କମ୍‌ କରିପାରିବେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ସାରା ବିଶ୍ୱ ବଜାର କଥା ବିଚାର କଲେ ଅଟୋମୋବାଇଲ ଉଚ୍ଚ ଟିକସ ବାସ୍କେଟରେ ରହିଛି। ଜାପାନ ଅଟୋମୋବାଇଲ ଶିଳ୍ପ ଉପରେ ୩ ପ୍ରକାର ଟିକସ ଲାଗୁ କରୁଛି। କ୍ରୟ ସମୟ, ଏନର୍ଜି ସାଇଜ ନେଇ ବାର୍ଷିକ ଅଟୋମୋବାଇଲ ଟିକସ ଏବଂ ପ୍ରତି ୨ ବର୍ଷରେ ଓ୍ବେଟ୍‌ ଟାକ୍ସ ଏହା ମଧ୍ୟରେ ସାମିଲ ରହିଛି। ଭାରତରେ ଜିଏସ୍‌ଟିକୁ କିନ୍ତୁ ଅଧିକ ହାରର ଟିକସ ବୋଲି କମ୍ପାନୀ କିଭଳି କହୁଥିବା ଅଧିକାରୀ ପ୍ରଶ୍ନ କରିଛନ୍ତି। ସେହିଭଳି ୟୁରୋପିଆନ ୟୁନିୟନରେ ଭାଟ୍‌, ଜିଏସ୍‌ଟିର ମୂଳ ହାର ଅଟୋମୋବାଇଲ ପାଇଁ ୨୦ରୁ ୨୫% ରହିଛି। ଇଂଲଣ୍ଡ ଏହି ବର୍ଗରେ କାର୍‌ର ନିର୍ଗମନ ନିୟମ ଅନୁସାରେ ହାର ଭିନ୍ନ ରହିଛି। ଏହି କ୍ଷେତ୍ରରେ ୧୪ଟି ହାରରେ ସ୍ଲାବ୍‌ ରହିଛି। ସେହିଭଳି ରୋଡ୍‌ ଚାର୍ଜ, ପାର୍କିଂ ଚାର୍ଜ ମଧ୍ୟ ଏଠାରେ ଲାଗୁ ହୋଇଥାଏ।
ଅଟୋମୋବାଇଲ ଉପରେ ୨୮% ଜିଏସ୍‌ଟି
ଭାରତରେ ଅଟୋମୋବାଇଲକୁ ୨୮% ଟିକସ ସ୍ଲାବ୍‌ରେ ରଖାଯାଇଛି। ସେହିଭଳି ୧ରୁ ୨୨% ହାରରେ କ୍ଷତିପୂରଣ ଟିକସ ଲାଗୁଛି। ମାତ୍ର ଟିକସ ହାର ଯେଭଳି ଜିଏସ୍‌ଟି ପୂର୍ବ ଅବସ୍ଥାକୁ ନ ଯାଏ ତାକୁ ସରକାର ଧ୍ୟାନରେ ରଖିଥିବା ଅଧିକାରୀ କହିଛନ୍ତି। କିଛି ଦେଶ ଇ-ଯାନ ଉପରେ ରିହାତି ପ୍ରଦାନ କରୁଛି। ଏହାକୁ ଅଟୋ ଶିଳ୍ପ ଜିଏସ୍‌ଟି ହ୍ରାସ କରିବାକୁ କହିବାକୁ ଅଧିକାରୀ ମତ ବ୍ୟକ୍ତ କରିଛନ୍ତି। ସେ ପୁଣି କହିଛନ୍ତି, କମ୍ପାନୀଗୁଡିକ ଅଧିକ ମୂଲ୍ୟର ଯାନ ତିଆରି କରୁଛନ୍ତି; ଯାହା ଲୋକଙ୍କର ଚାହିଦାଠାରୁ ଊର୍ଦ୍ଧ୍ୱରେ ରହିଛିି। ସେହିଭଳି ଅନ୍ୟ କିଛି କମ୍ପାନୀ ଛୋଟ କାର ପ୍ରସ୍ତୁତ କରୁଥିବାରୁ ସେଗୁଡିକର ଚାହିଦା ଉନ୍ନତ ରହିଛି। ଯଦି ଭାରତରେ ନିୟାମକ ଧାରା ଉନ୍ନତ ହୋଇ ନ ଥାନ୍ତା ତେବେ ଜିପ୍‌, କିଆ, ଏମ୍‌ଜି ମୋଟର୍ସ ଭଳି ନୂଆ କମ୍ପାନୀ ଭାରତକୁ ଆସି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?