ତରଭୁଜ, ପିଜୁଳି ଚାଷ କରିଛି ସ୍ବାବଲମ୍ବୀ

ରାୟଗଡା ଅଫିସ,୩ା୪: ଚାଷ କରି ଲାଭବାନ ହେଲା ବେଳେ ଖୁସି ହୁଏ, ପୁଣି କେବେ କ୍ଷତି ସହିଲେ ଏଥିରେ ଅବଶୋଷ ନ ଥାଏ ବୋଲି କହିଛନ୍ତି ରାୟଗଡ଼ାର ଜଣେ ଚାଷୀ। ଚାଷ କରି ସଫଳ ହେବା ସହ ଅନ୍ୟକୁ ରୋଜଗାର ଦେଇ ବେଶ୍‌ ଖୁସି ଅଛନ୍ତି କାଲା ପୋଷି ବାବୁ (୪୭)। ଫୁଲଗଛ ବ୍ୟବସାୟୀରୁ ସେ ଏବେ ଜଣେ ସଫଳ ଚାଷୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ରାଜ୍ୟସ୍ତରରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି।
କାଲା ପୋଷି ବାବୁ ରାୟଗଡା ସହର ଖଲିଗୁଡ଼ା ନିକଟରେ ୨ ହେକ୍ଟର ଜାଗାରେ ପିଜୁଳି ଏବଂ ୨ ହେକ୍ଟର ଜାଗାରେ ତରଭୁଜ ଚାଷ କରିଛନ୍ତି। ମୋଟ ୪ ହେକ୍ଟର ଜମିରେ ୧୫ ଲକ୍ଷ ବ୍ୟୟରେ ସେ ଚାଷ କରିଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ହେଉଥିବା କାଲାପୋଷି ବାବୁ କହିଛନ୍ତି । ପିଲାବେଳେ ବାପାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିଲି। ତାଙ୍କଠାରୁ ଚାଷ କାର୍ଯ୍ୟ ଶିଖିଥିଲି। ରାୟଗଡା କୋର୍ଟ ସମୁଖରେ ଫୁଲଗଛ ଚାରା ବିକ୍ରି କରିବା ସମୟରେ ଚାଷ କରିବାର ଇଚ୍ଛା ହୋଇଥିଲା। ସେବେଠାରୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ହେବ ଚାଷ କାର୍ଯ୍ୟ କରୁଛନ୍ତି ବୋଲି କାଲାପୋଷି ବାକୁ କହିଛନ୍ତି। ଉତ୍ପାଦନ ଦ୍ରବ୍ୟକୁ ପ୍ରଥମେ ରାୟଗଡା ବଜାରରେ ବିକ୍ରି କରୁଥିଲେ। ପରେ ରାୟଗଡାର ନିକଟବର୍ତ୍ତୀ ଅଞ୍ଚଳ ଏବଂ ବର୍ତ୍ତମାନ ଉତ୍ପାଦିତ ତରଭୁଜ ଆନ୍ଧ୍ରପ୍ରଦେଶକୁ ହୋଲ୍‌ସେଲ୍‌ରେ ପଠାଉଛନ୍ତି। ତରଭୁଜ କେଜି ୧୨ ଟଙ୍କା ଏବଂ ପିଜୁଳି କେଜି ପ୍ରତି ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଟନରୁ ଉର୍ଦ୍ଧ୍ୱ ଲେଖାଏ ପିଜୁଳି ଏବଂ ତରଭୁଜ ଉତ୍ପାଦନ ହେଉଛି। ଆଗକୁ ଆହୁରି ଉତ୍ପାଦନ କରିବାକୁ ସେ ଆଶା ରଖିଛନ୍ତି । କାଲାପୋଷି ବାବୁ ଜମି ଲିଜରେ ନେଇ ଚାଷ କରୁଛନ୍ତି। ପୂର୍ବରୁ ମରିଚ, ଟମାଟୋ ଋତୁ ଅନୁଯାୟୀ ଅନେକ ପରିବା ଚାଷ କରିଛନ୍ତି। ଚାଷ କରି ସେ ସ୍ବାବଲମ୍ବୀ ହେବା ସହ ଅନ୍ୟ ୨୦ ଜଣଙ୍କୁ ପ୍ରତିଦିନ ରୋଜଗାର ଦେଉଛନ୍ତି। ସରକାରୀ ସ୍ତରରେ ସୁବିଧା ମିଳିଲେ ଆଗକୁ ଆହୁରି ଚାଷ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଉଦ୍ୟାନ ବିଭଗ ପକ୍ଷରୁ ତାଙ୍କୁ ଡ୍ରିପିଙ୍ଗ ବ୍ୟବସ୍ଥା ପାଇଁ ସହଯୋଗ କରାଯାଇଛି। ମଞ୍ଜି, ସାର ସୁଲଭ ଦରରେ ମିଳିଲେ ଅଧିକ ସହାୟକ ହୋଇପାରନ୍ତା ବୋଲି ସେ କହିଛନ୍ତି। ଡ୍ରିପିଙ୍ଗ ବ୍ୟବସ୍ଥା ଦ୍ୱାରା ବର୍ଷା ଉପରେ ନିର୍ଭର ନ କରି ଚାଷ କରି ହେବ। ଏହାଦ୍ୱାରା ପାଣିର ଅପଚୟ ନ ହୋଇ ସିଧା ଗଛ ମୂଳରେ ମିଶୁଛି ବୋଲି କାଲାପୋଷୀ ବାବୁ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

ଗ୍ରୀଷ୍ମ ପ୍ରବାହକୁ ଖାତିର ନାହିଁ: ମାରାଥନ ପ୍ରଚାରରେ ପ୍ରାର୍ଥୀ

କେସିଙ୍ଗା,୩।୫(ତୁମେଶ୍ୱର ସାହୁ): ମେ’ ୧୩ରେ ଓଡ଼ିଶରେ ପ୍ରଥମ ପର୍ଯ୍ୟାୟ ଭୋଟ। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ନିର୍ବାଚନ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri