ପାରାଦୀପରେ ଭୂତଳ ଜଳ ସାଜିଛି ନୀରବ ଘାତକ

ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସାର୍ବଜନୀନ କରାଯାଇଛି। ଏହା ମଧ୍ୟରେ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇଗଲାଣି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମିତ ପରୀକ୍ଷାରୁ ଜଣାପଡିଛି। ପ୍ରତିବର୍ଷ ବୋର୍ଡ ପକ୍ଷରୁ ସ୍ଥଳ ଉପରେ ଥିବା ନଦୀ, କେନାଲ ଜଳର ମାନ ଓ ଗୁଣବତ୍ତା ଉପରେ ପରୀକ୍ଷା କରାଯାଇଥାଏ। ଉକ୍ତ ରିପୋର୍ଟରେ ପାରାଦୀପ ଅନ୍ତେବାସୀ ବ୍ୟବହାର କରୁଥିବା ତାଳଦଣ୍ଡା କେନାଲ ପାଣି ପିଇବା ଗାଧୋଇବା ପାଇଁ ଅନୁପଯୁକ୍ତ ବୋଲି ଦର୍ଶାଯାଇଥିଲା। ସମାନ ଭାବେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଭୂତଳ ଜଳ ମଧ୍ୟ ପରୀକ୍ଷା କରାଯାଇଥାଏ। ଏହିକ୍ରମରେ ବୋର୍ଡ ପାରାଦୀପର ମୂଷାଡ଼ିଆ ଓ ବଡ଼ପଡ଼ିଆ ଅଞ୍ଚଳରେ ୨୦୨୨ ଜାନୁୟାରୀରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜଳ ପରୀକ୍ଷା କରାଯାଇଥିଲା। ସେହି ରିପୋର୍ଟ ଏବେ ବୋର୍ଡର ୱେବସାଇଟ୍‌ରେ ଉପଲବ୍ଧ ଅଛି। ସେଥିରେ ୧୬ ପ୍ରକାର ମାନକ ବ୍ୟବହାର ସମ୍ପର୍କରେ ରିପୋର୍ଟ ରହିଛି। ସେଥିରୁ ପ୍ରମୁଖ ୩ ପ୍ରକାର ମଣିଷ ଶରୀର ପାଇଁ ନୀରବ ଘାତକ ବୋଲି ଉଲ୍ଲେଖ ଅଛି। ସେଗୁଡ଼ିକ ହେଲା ହାର୍ଡନେସ, ଟିଡିଏସ୍‌ ଓ କ୍ଲୋରାଇଡ। ଯେଉଁ ନଳକୂପରୁ ପାଣି ଉତ୍ତୋଳନ ବେଳେ ଅଧିକ ଫେଣ ବାହାରେ ତାହା ହାର୍ଡନେସ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ମାନସ ମୁର୍ମୁ କୁହଛନ୍ତି। ସେହିପରି ଅଧିକ ହଳଦିଆ କିମ୍ବା ନାଲି ଭଳି ଦେଖାଗଲେ ସେଥିରେ ଟିଡିଏସ୍‌ ଅଧିକ। ଲୁହାଳିଆ ଲାଗିଲେ ତାହା ଅଧିକ କ୍ଲୋରାଇଡ। ଏହି ୩ ପ୍ରକାର ପାଣି ବ୍ୟବହାର ଦ୍ୱାରା ମଣିଷ ଶରୀର ଉପରେ କ’ଣ ପ୍ରଭାବ ପଡୁଛି ବୋଲି ପାରାଦୀପ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ବିଜୁ ମେମୋରିଆଲ ହସ୍ପିଟାଲ)ର ଡା. ପ୍ରସନ୍ନ କୁମାର ସାମଲଙ୍କୁ ପଚାରିବାରେ ଉପରୋକ୍ତ ଲକ୍ଷଣ ଥିବା ପାଣି ବ୍ୟବହାର କରୁଥିବା ଲୋକଙ୍କ ଦାନ୍ତ ଓ ମାଢି କ୍ଷୟ ହେବାର ସମ୍ଭାବନା ରହିଛି। ଏଥିସହ ପେଟରୋଗ, କିଡନୀ ଖରାପ, ଲିଭର ସଂକ୍ରମଣ, ଷ୍ଟୋନ ହେବାର ସମ୍ଭାବନା ଅଧିକ ଅଛି। ଏଭଳି ରୋଗୀ ପାରାଦୀପରେ ସାଧାରଣ ଘଟଣା ଭଳି ହୋଇଗଲାଣି।
ଭୂତଳ ଜଳ ପ୍ରଦୂଷିତ ହେବା ସହ ହ୍ରାସ ମଧ୍ୟ ପାଉଛି ବୋଲି ଜନସ୍ବାସ୍ଥ୍ୟ ଯନ୍ତ୍ରୀ ମୁର୍ମୁ କୁହନ୍ତି, ୨୦୧୭-୧୮ରୁ ପାରାଦୀପର ଭୂତଳ ଜଳସ୍ତର ମପା ଯାଉଛି। ବିଜୟଚନ୍ଦ୍ରପୁର, ମୂଷାଡିଆ, ଷଣ୍ଢକୁଦ ଅଞ୍ଚଳରେ ୪ବର୍ଷ ତଳେ ୨୫୦ରୁ ୨୬୦ ମିଟର ତଳେ ସ୍ବଚ୍ଛ ପାଣି ପର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା। ଏବେ ସେହି ନଳକୂପଗୁଡ଼ିକରେ ଆଉ ପାଣି ବାହାରୁନାହିଁ। ଯଦି କିଛି ପାଣି ଆସୁଛି ତାହା ଲୌହଯୁକ୍ତ ରହୁଛି। ସେଠାରେ ଏବେ ୩୦୦ ରୁ ୩୧୦ ମିଟର ତଳେ ଯାଇ ଭଲ ପାଣି ଆସୁଛି। ସେଥିପାଇଁ ସରକାରୀ ଭାବେ ଆଉ ଭୂତଳ ଜଳ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସରକାରୀ ଭାବେ ଏବେ ମହାନଦୀରୁ ପାଣି ଆଣି ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?