ପାରାଦୀପରେ ଭୂତଳ ଜଳ ସାଜିଛି ନୀରବ ଘାତକ

ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସାର୍ବଜନୀନ କରାଯାଇଛି। ଏହା ମଧ୍ୟରେ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇଗଲାଣି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମିତ ପରୀକ୍ଷାରୁ ଜଣାପଡିଛି। ପ୍ରତିବର୍ଷ ବୋର୍ଡ ପକ୍ଷରୁ ସ୍ଥଳ ଉପରେ ଥିବା ନଦୀ, କେନାଲ ଜଳର ମାନ ଓ ଗୁଣବତ୍ତା ଉପରେ ପରୀକ୍ଷା କରାଯାଇଥାଏ। ଉକ୍ତ ରିପୋର୍ଟରେ ପାରାଦୀପ ଅନ୍ତେବାସୀ ବ୍ୟବହାର କରୁଥିବା ତାଳଦଣ୍ଡା କେନାଲ ପାଣି ପିଇବା ଗାଧୋଇବା ପାଇଁ ଅନୁପଯୁକ୍ତ ବୋଲି ଦର୍ଶାଯାଇଥିଲା। ସମାନ ଭାବେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଭୂତଳ ଜଳ ମଧ୍ୟ ପରୀକ୍ଷା କରାଯାଇଥାଏ। ଏହିକ୍ରମରେ ବୋର୍ଡ ପାରାଦୀପର ମୂଷାଡ଼ିଆ ଓ ବଡ଼ପଡ଼ିଆ ଅଞ୍ଚଳରେ ୨୦୨୨ ଜାନୁୟାରୀରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜଳ ପରୀକ୍ଷା କରାଯାଇଥିଲା। ସେହି ରିପୋର୍ଟ ଏବେ ବୋର୍ଡର ୱେବସାଇଟ୍‌ରେ ଉପଲବ୍ଧ ଅଛି। ସେଥିରେ ୧୬ ପ୍ରକାର ମାନକ ବ୍ୟବହାର ସମ୍ପର୍କରେ ରିପୋର୍ଟ ରହିଛି। ସେଥିରୁ ପ୍ରମୁଖ ୩ ପ୍ରକାର ମଣିଷ ଶରୀର ପାଇଁ ନୀରବ ଘାତକ ବୋଲି ଉଲ୍ଲେଖ ଅଛି। ସେଗୁଡ଼ିକ ହେଲା ହାର୍ଡନେସ, ଟିଡିଏସ୍‌ ଓ କ୍ଲୋରାଇଡ। ଯେଉଁ ନଳକୂପରୁ ପାଣି ଉତ୍ତୋଳନ ବେଳେ ଅଧିକ ଫେଣ ବାହାରେ ତାହା ହାର୍ଡନେସ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ମାନସ ମୁର୍ମୁ କୁହଛନ୍ତି। ସେହିପରି ଅଧିକ ହଳଦିଆ କିମ୍ବା ନାଲି ଭଳି ଦେଖାଗଲେ ସେଥିରେ ଟିଡିଏସ୍‌ ଅଧିକ। ଲୁହାଳିଆ ଲାଗିଲେ ତାହା ଅଧିକ କ୍ଲୋରାଇଡ। ଏହି ୩ ପ୍ରକାର ପାଣି ବ୍ୟବହାର ଦ୍ୱାରା ମଣିଷ ଶରୀର ଉପରେ କ’ଣ ପ୍ରଭାବ ପଡୁଛି ବୋଲି ପାରାଦୀପ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ବିଜୁ ମେମୋରିଆଲ ହସ୍ପିଟାଲ)ର ଡା. ପ୍ରସନ୍ନ କୁମାର ସାମଲଙ୍କୁ ପଚାରିବାରେ ଉପରୋକ୍ତ ଲକ୍ଷଣ ଥିବା ପାଣି ବ୍ୟବହାର କରୁଥିବା ଲୋକଙ୍କ ଦାନ୍ତ ଓ ମାଢି କ୍ଷୟ ହେବାର ସମ୍ଭାବନା ରହିଛି। ଏଥିସହ ପେଟରୋଗ, କିଡନୀ ଖରାପ, ଲିଭର ସଂକ୍ରମଣ, ଷ୍ଟୋନ ହେବାର ସମ୍ଭାବନା ଅଧିକ ଅଛି। ଏଭଳି ରୋଗୀ ପାରାଦୀପରେ ସାଧାରଣ ଘଟଣା ଭଳି ହୋଇଗଲାଣି।
ଭୂତଳ ଜଳ ପ୍ରଦୂଷିତ ହେବା ସହ ହ୍ରାସ ମଧ୍ୟ ପାଉଛି ବୋଲି ଜନସ୍ବାସ୍ଥ୍ୟ ଯନ୍ତ୍ରୀ ମୁର୍ମୁ କୁହନ୍ତି, ୨୦୧୭-୧୮ରୁ ପାରାଦୀପର ଭୂତଳ ଜଳସ୍ତର ମପା ଯାଉଛି। ବିଜୟଚନ୍ଦ୍ରପୁର, ମୂଷାଡିଆ, ଷଣ୍ଢକୁଦ ଅଞ୍ଚଳରେ ୪ବର୍ଷ ତଳେ ୨୫୦ରୁ ୨୬୦ ମିଟର ତଳେ ସ୍ବଚ୍ଛ ପାଣି ପର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା। ଏବେ ସେହି ନଳକୂପଗୁଡ଼ିକରେ ଆଉ ପାଣି ବାହାରୁନାହିଁ। ଯଦି କିଛି ପାଣି ଆସୁଛି ତାହା ଲୌହଯୁକ୍ତ ରହୁଛି। ସେଠାରେ ଏବେ ୩୦୦ ରୁ ୩୧୦ ମିଟର ତଳେ ଯାଇ ଭଲ ପାଣି ଆସୁଛି। ସେଥିପାଇଁ ସରକାରୀ ଭାବେ ଆଉ ଭୂତଳ ଜଳ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସରକାରୀ ଭାବେ ଏବେ ମହାନଦୀରୁ ପାଣି ଆଣି ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri