Posted inଜାତୀୟ

ଉପ ହେବାକୁ ଶିବକୁମାରଙ୍କ ନା

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୮ା୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳ ମେ’ ୧୩ରେ ଆସିଥିଲା। ୨୨୪ ଆସନ ମଧ୍ୟରୁ କଂଗ୍ରେସ ୧୩୫ ଦଖଲକରି ଅଭୂତପୂର୍ବ ବିଜୟ ହାସଲ କରିଛି। ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ପାଇଁ ମଞ୍ଚ ସଜ୍ଜା ମଧ୍ୟ ହୋଇସାରିଛି। କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କ ନାମ ପ୍ରକାଶ କରାଯାଇନାହିଁ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ନିଜ ଜିଦ୍‌ରେ ଅଡ଼ିବସିଥିବାରୁ ଦଳର ହାଇକମାଣ୍ଡ ବର୍ତ୍ତମାନ ସୁଦ୍ଧା ନାମ ଘୋଷଣା କରିନାହାନ୍ତି। କର୍ନାଟକରେ କଂଗ୍ରେସ ବିଜୟର ମୁଖ୍ୟ ବିନ୍ଧାଣି କୁହାଯାଉଥିବା ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ନାରାଜ ଥିବାରୁ ଦଳ ପାଇଁ ଚିନ୍ତା ବଢ଼ିଯାଇଛି।
ତୁହାକୁ ତୁହା ଗସ୍ତ, ମାରାଥନ୍‌ ବୈଠକ। ମନେ ହେଉଛି ତଥାପି ଛିଣ୍ଡିନି ହିସାବ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଦୁଇଟି ଅଫର୍‌କୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। ଶିବକୁମାର ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀରେ ଭେଟି ନିଜ ପକ୍ଷ ରଖିଥିଲେ। ଅଢ଼େଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଖାର୍ଗେ ଓ ରାହୁଲ ତାଙ୍କୁ ପିସିସି ସଭାପତି ସାଙ୍ଗକୁ ଉପମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ। ଏଥିସହ ୬ଟି ବିଭାଗ ନିଜ ପାଖରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଶିବକୁମାର ମନା କରିଦେଇଥିଲେ। ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନିୟମ ରାହୁଲ ନିଜେ ବାହାର କରିଥିଲେ, ଯେତେବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ସଚିନ ପାଇଲଟ୍‌ ବିଦ୍ରୋହ କରିଥିଲେ। କିନ୍ତୁ ଶିବକୁମାରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି ମାନିନେବା ପରେ କଂଗ୍ରେସ ବୁଝାମଣା ଜରିଆରେ ସମାଧାନ ଚାହୁଁଥିବା ଜଣାପଡ଼ିଛି। ଶିବକୁମାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ କ୍ଷମତା ଭାଗବଣ୍ଟା ନେଇ ଦ୍ୱିତୀୟ ବିକଳ୍ପ ଦିଆଯାଇଥିଲା। ପ୍ରଥମେ ସିଦ୍ଦାରାମାୟା ୨ ବର୍ଷ ଓ ପରେ ଶିବକୁମାର ୩ ବର୍ଷ ପାଳିକରି ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଶିବକୁମାର କିମ୍ବା ସିଦ୍ଦାରାମାୟା ଏହି ପ୍ରସ୍ତାବରେ ସହମତି ପ୍ରକାଶ କରି ନ ଥିବା ଜଣାପଡ଼ିଛି। ଏଭଳି ସମୟରେ କର୍ନାଟକରେ ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ରାଜସ୍ଥାନରେ ବର୍ତ୍ତମାନ ମଧ୍ୟ ପାଇଲଟ୍‌ ଭାଜପା ଅମଳର ଦୁର୍ନୀତିକୁ ଆଳକରି ଗେହଲଟ୍‌ଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ଛତିଶଗଡ଼ରେ ଗତ ବିଧାନସଭା ନିର୍ବାଚନ ପରେ ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ଟି.ଏସ୍‌. ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନ ମିଳିବା ଆଶ୍ୱାସନା ଦିଆଯାଇଥିଲା। ବଘେଲ ଓ ସିଂହଦେଓଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଲାଗିରହିଥିବାରୁ ଆଗାମୀ ନିର୍ବାଚନରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିପାରେ। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବାରୁ ସେ ନିଜ ୨୨ ଅନୁଗତ ବିଧାୟକଙ୍କୁ ଧରି ଭାଜପାରେ ସାମିଲ ହେଲେ। ଶେଷରେ କମଲନାଥ ସରକାରଙ୍କ ପତନ ଘଟିଲା। ଅନ୍ୟପକ୍ଷେ ଶିବକୁମାର ଏଭଳି ବିଦ୍ରୋହ ଘଟାଇବେ ନାହିଁ ବୋଲି କହିଛନ୍ତି। ଦଳ ଚାହିଁଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ, କଂଗ୍ରେସରେ ସେ ବିଭାଜନ ଚାହୁଁ ନ ଥିବା ଶିବକୁମାର କହିଛନ୍ତି। ତେବେ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କଲେ ଆଗାମୀ ଦିନରେ ଶିବକୁମାର କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରହିବ। କାରଣ ମଙ୍ଗଳବାର ଶିବକୁମାର ଖାର୍ଗେଙ୍କୁ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ କରନ୍ତୁ, ନଚେତ୍‌ ଆପଣ ନିଜେ ହୁଅନ୍ତୁ। କିନ୍ତୁ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଗ୍ରହଣୀୟ ହେବ ନାହିଁ। ଶିବକୁମାର ନିଜ ଅନୁଗତ ବିଧାୟକମାନଙ୍କୁ ନେଇ ତାଙ୍କ ଭାଇ ଡି.କେ. ସୁରେଶ (ଏମ୍‌ପି)ଙ୍କ ସରକାରୀ ବାସଭବନରେ ବୈଠକ କରିଛନ୍ତି। ସିଦ୍ଦାରାମାୟାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ତାଙ୍କ ଅନୁଗତ ଓ ସମର୍ଥକମାନେ ପରସ୍ପରକୁ ମିଠା ଖୁଆଉଛନ୍ତି। ସିଦ୍ଦାରାମାୟା ଶିବିରରେ ଉତ୍ସାହ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପ୍ରଥମ ଦାବିଦାର ଭାବେ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?