Posted inଫୁରସତ

ସଂଗ୍ରହାଳୟର ଉତ୍ପତ୍ତି ଓ ପ୍ରଗତି

ଗ୍ରୀକ୍‌ ଶବ୍ଦ ମ୍ୟୁଜିଅନ୍‌ରୁ ମ୍ୟୁଜିୟମ୍‌ର ସୃଷ୍ଟି ବୋଲି ଧରାଯାଏ। ଗ୍ରୀକ୍‌ର ଧାର୍ମିକ ଚର୍ଚ୍ଚାର ସ୍ଥଳକୁ ମ୍ୟୁଜିଅନ୍‌ କୁହାଯାଉଥିଲା। ମହାପ୍ରତାପୀ ଆଲେକ୍‌ଜାଣ୍ଡରଙ୍କ ଯୁଦ୍ଧ ଜୟରୁ ସଂଗୃହୀତ ଦ୍ରବ୍ୟମାନ ଏଭଳି ଧାର୍ମିକ ସ୍ଥଳରେ ଧୀରେ ଧୀରେ ଶୋଭାମଣ୍ଡିତ କଲା। ସମ୍ଭବତଃ ଖ୍ରୀ.ପୂ.୨୮୩ରେ ଆଲେକଜାଣ୍ଡ୍ରିଆଠାରେ ବିଶ୍ୱର ପ୍ରଥମ ମ୍ୟୁଜିୟମ୍‌ ତିଆରି ହୋଇଥିବାର ଗବେଷକଙ୍କ ମତ। ତେବେ ୟୁରୋପ ମହାଦେଶରେ ୧୭୦୦ ଶତାବ୍ଦୀରେ ମ୍ୟୁଜିୟମ୍‌ଗୁଡ଼ିକରେ କେବଳ ମନଲୋଭା ବସ୍ତୁରେ ସଜେଇବା ଆରମ୍ଭ ହେଲା। ବ୍ରିଟିଶ ମ୍ୟୁଜିୟମ୍‌ ଆଧୁନିକତାର ରୂପନେଇ ୧୭୫୩ରେ ପରିପ୍ରକାଶ ହେଲା ଯାହାକୁ ‘ମଦର ଅଫ୍‌ ଅଲ୍‌ ମର୍ଡନ ମ୍ୟୁଜିୟମ୍‌’ ବୋଲି ଧରାଯାଏ। ପ୍ରାଚୀନ ଭାରତ କଥା କହିଲେ ଚିତ୍ରଶାଳାକୁ ସଂଗ୍ରହାଳୟ ବୁଝାଉଥିଲା। ରାଜା ମହାରାଜାଙ୍କର ପ୍ରାସାଦରେ ହିଁ ଏହି ଚିତ୍ରଶାଳା ସ୍ଥାପନ କରାଯାଉଥିଲା, ଯାହାସବୁ ରାଜପରିବାର, ପାରିଷଦ ଏବଂ ଅନ୍ୟ ବିଜ୍ଞ, ଗୁଣୀଜନମାନେ ବିଭିନ୍ନ ସମୟରେ ଚିତ୍ତ ବିନୋଦନ ପାଇଁ ଚିତ୍ରଶାଳାରେ ଏକାଠି ହୋଇ କଳା ଭାସ୍କର୍ଯ୍ୟ ଉପରେ ଭାବର ଆଦାନପ୍ରଦାନ କରୁଥିଲେ। ଏହାହିଁ ଭାରତୀୟ ସଂଗ୍ରହାଳୟର ଭିତ୍ତିଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତରେ ୨୦୦ ବର୍ଷ ବ୍ରିଟିଶ ଶାସନର ଅବଧି ଭିତରେ ସାର୍‌ ଉଇଲିଅମ ଜନ୍‌ସଙ୍କ ଉଦ୍ୟମରେ ଇଣ୍ଡିଆନ ମ୍ୟୁଜିୟମ୍‌ କଲିକତାରେ ୧୮୧୪ରେ ସ୍ଥାପିତ ହୋଇଥିଲା, ଯାହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ତଥା ଗରିମାକୁ ଦୃଶ୍ୟମାନ କରାଇଥିଲା। ଲର୍ଡ କର୍ଜନ ଗଭର୍ଣ୍ଣର ଜେନେରାଲ ଭାବେ ଦାୟିତ୍ୱ ନେବା ପରେ ସଂଗ୍ରହାଳୟକୁ ପ୍ରୋତ୍ସାହିତ କରିଥିଲେ। ଏହାପରେ ଭାରତର ବିଭିନ୍ନ ରାଜ୍ୟରେ ସଂଗ୍ରହାଳୟ ସ୍ଥାପନ ହୋଇଥିଲା। ଦେଶ ସ୍ବାଧୀନତା ପରେ ଭାରତ ସରକାର ସଂଗ୍ରହାଳୟ ସ୍ଥାପନାକୁ ଗୁରୁତ୍ୱ ଦେଇଥିଲେ। ଏହାପରେ ଦିଲ୍ଲୀ ଜାତୀୟ ସଂଗ୍ରହାଳୟ, ସଲରଜଙ୍ଗ ମ୍ୟୁଜିୟମ୍‌, କ୍ରାଫ୍ଟସ୍‌ ମ୍ୟୁଜିୟମ୍‌ ନୂଆଦିଲ୍ଲୀ ଗାନ୍ଧୀ ମ୍ୟୁଜିୟମ୍‌ ଦିଲ୍ଲୀ, ନାଶନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି, ମାନବ ସମ୍ବଳ ମ୍ୟୁଜିୟମ୍‌, ଭୋପାଳ ସମେତ ଅନ୍ୟାନ୍ୟ ମ୍ୟୁଜିୟମ୍‌ ଗଢ଼ି ଉଠିଥିଲା।
ରାଜ୍ୟ ସଂଗ୍ରହାଳୟ ୧୯୩୨ରେ ଆରମ୍ଭ ହୋଇଥିଲା ଓ ସଂଗୃହୀତ କଳାକୃତି, ପୋଥି (ସିଂହଭାଗ) ଇତ୍ୟାଦି ରେଭେନ୍‌ଶା କଲେଜରେ ରଖାଯାଇଥିଲା। ପରେ ପରେ ଭୁବନେଶ୍ୱର ପଟେଲ ହଲ୍‌କୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷିତ କରାଯାଇଥିଲା। ୧୯୫୭ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ରାଜ୍ୟ ସଂଗ୍ରହାଳୟ (କଳ୍ପନାଛକ)ର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ପରେ ୧୯୬୦ରେ ସମସ୍ତଙ୍କ ସଂଗୃହୀତ ଦ୍ରବ୍ୟ ନିଜସ୍ବ ଗୃହରେ ସ୍ଥାନିତ ହୋଇଥିଲା।
ସଂଗ୍ରହାଳୟର ଆବଶ୍ୟକତା: ଦେଖିବାକୁ ଗଲେ ମନୁଷ୍ୟକୃତ ଓ ପ୍ରକୃତିକୃତ ଦୁର୍ଲଭ କୃତିକୁ ସାଇତି ରଖିବାର ଯେଉଁ ଅଭିଳାଷ ଜାତ ହୁଏ, ତାକୁ ଚରିତାର୍ଥ କରିବାକୁ ହେଲେ ସଂଗ୍ରହାଳୟର ଆବଶ୍ୟକତା ହୁଏ। ଅନେକେ ସଂଗ୍ରହାଳୟକୁ ଏକ ଧାର୍ମିକ ଅନୁଷ୍ଠାନ ବା ମନ୍ଦିର ସହିତ ବିଚେଚନା କରିବାକୁ ମତ ଦେଇ ଆସିଛନ୍ତି।
ଜାତି/ରାଷ୍ଟ୍ର କେତେ ପରିମାଣରେ ସମୃଦ୍ଧ ସେ ଜାତିର ଇତିହାସ ପୃଷ୍ଠାରୁ ସମ୍ପୂର୍ଣ୍ଣ ଜାଣିହୁଏନା। ଇତିହାସକୁ ଗ୍ର୍ରହଣ କରିବାକୁ ହେଲେ ତା’ର ପ୍ରମାଣ ସମସ୍ତେ କହିବେ। ସେ ପ୍ରମାଣ ସାମଗ୍ରୀକୁ ନେଇ ସଂଗ୍ରହାଳୟର ପରିକଳ୍ପନା ମାତ୍ର।
ଯେପରି ଟିପୁ ସୁଲତାନଙ୍କର ଲମ୍ବା ଓଜନଦାର ଖଣ୍ଡା, ଟିପୁଙ୍କ ସମର ପଟୁତାକୁ ପ୍ରମାଣିତ କରୁଛି। ଶିବାଜୀଙ୍କର ଚତୁରପଣିଆ ତାଙ୍କର ଆଙ୍ଗୁଠିରେ ଖଞ୍ଜା ବାଘନଖ କଣ୍ଟାରେ ଶତ୍ରୁକୁ ନିପାତ କରିବା ପ୍ରମାଣ ଦିଏ। ପଶ୍ଚିମ ଓଡ଼ିଶାର କୁଶଳୀ ବୁଣାକାରଙ୍କର ପତଳା ଧୋତି ଓ ବାଉଁଶ ନଳ ଭିତରେ ରଖାଯାଇପାରୁଥିଲା, ଯାହା ମାଜିଷ୍ଟର ଲୁଗାକଳକୁ ପ୍ରଭାବିତ କରିଥିଲା। ତା’ତ ଆମ ବୟନ ଶିଳ୍ପ କଳା ନିପୁଣତାକୁ ବିଶ୍ୱକୁ ଆଚମ୍ବିତ କରିଥିଲା। ଏ ମାଟିର ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତ ଦୁଇଖଣ୍ଡ ବାଉଁଶ ନଳି ସାହାଯ୍ୟରେ ପର୍ବତର ଠିକ ଉଚ୍ଚତା ବ୍ରିଟିଶ ସାହେବଙ୍କ ଆଗରେ ମାପି ଥୋଇ ଦେଇଥିଲେ। ସେ ବାଉଁଶନଳି ସମ୍ଭବତଃ ରେଭେନ୍‌ଶା କଲେଜରେ ସୁରକ୍ଷିତ ହୋଇ ରହିଛି। ଏହା ସାମନ୍ତଙ୍କ ବୈଜ୍ଞାନିକ କଳା କୌଶଳର ନିଦର୍ଶନ। ସେପରି ହୀରାପୁରର ଚଉଷଠି ଯୋଗିନୀ ପୀଠ ସୁରକ୍ଷିତ ଥିବାରୁ ଆମେ ପ୍ରମାଣିତ କରିପାରିଲେ ଯେ ଉତ୍କଳ ବା କଳିଙ୍ଗ ଉତ୍କର୍ଷ କଳାର ଦେଶ ଥିଲା। ତା’ ସହିତ ତନ୍ତ୍ର, ମନ୍ତ୍ର, ଶାସ୍ତ୍ର ନିପୁଣତାର ଶୀର୍ଷରେ ଥିବାର ଏ ଯୋଗିନୀ ପୀଠ ବଳିଷ୍ଠ ପ୍ରମାଣ ଦିଏ। ଏଠି ଚଉଷଠି ଯୋଗିନୀ ରୂପରେ ଉପବିଷ୍ଟ କରାଯାଇଛି ଗଣେଶଙ୍କୁ, ଯାହା ଉପରେ ଦେଶ ଭିତର ଓ ବାହାରର ଗବେଷକଙ୍କର ସୁଅ ଛୁଟୁଛି ହୀରାପୁରକୁ। ଏପରି ଅନେକ ଏତିହ୍ୟସ୍ଥଳର ନମୁନାରେ ଓଡ଼ିଶା ଭରପୂର। ଆମ ପୂର୍ବଜମାନଙ୍କର ଗାଥାକୁ ପ୍ରାମାଣିତ ତଥ୍ୟ ସହ ସଂଗ୍ରହାଳୟ ବହନ କରୁଥିବାରୁ ଆମର ଗୌରବମୟ -ଇତିହାସ ଆପେ ଆପେ ଆଗାମୀ ପିଢ଼ିକୁ ରୁଦ୍ଧିମନ୍ତ କରିଥାଏ। ମୋଟାମୋଟି ଭାବେ ସଂଗ୍ରହାଳୟର ଉଦ୍ଦେଶ୍ୟ ହେଲା-୧. ସଂଗ୍ରହ ୨. ଉପଯୁକ୍ତ ସଂରକ୍ଷଣ ୩. କଳାକୃତି/ଦ୍ରବ୍ୟର ବର୍ଗୀକରଣ ୪. ଆଖିଦୃଶିଆ ପ୍ରଦର୍ଶନ ୫. ଦର୍ଶକଙ୍କୁ ଠିକ୍‌ ବାର୍ତ୍ତା/ ସନ୍ଦେଶ ୬. ଦେଶ/ଜାତି ଉଦ୍ଦେଶ୍ୟରେ ସମର୍ପଣ। ତେବେ ଦୀର୍ଘ ୩୫ ବର୍ଷ ତଳୁ ସଂଗ୍ରହାଳୟ ପ୍ରେମରେ ପଡ଼ିଯାଇଛି। ମୋର ବାବା (ସ୍ବର୍ଗତ ଗୋପୀନାଥ ସାହୁ, ଯେ କି କଂସା ଥାଳିର ଅତି କୁଶଳୀ କାରିଗର ଥିଲେ। ତାଙ୍କ ସ୍ମୃତିରେ ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ପୁରାତନ କଂସା, ପିତଳ ତମ୍ବା ବର୍ତ୍ତନ/କଳାକୃତିକୁ ନିଜ ଘରେ ଗୋପୀନାଥ ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ ସଂଗ୍ରହାଳୟ ୨୨ଟି ଗ୍ୟାଲେରିରେ ସଂରକ୍ଷିତ କରିବାର ପ୍ରୟାସ ଜାରି ରଖିଛି। ତେବେ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ନିଜ ଘରର ପ୍ରାଚୀନ ପରମ୍ପରାର ଘର କରଣା ଜିନିଷ ଯେପରି ଗୁଆକାତି, ପାନବେଡ଼ା, ଡିବି, ବାକ୍ସ ଇତ୍ୟାଦି ସାଇତି ରଖିବା ଓ ଆମ ଐତିହ୍ୟ, ପରମ୍ପରା, ସଂସ୍କୃତିକୁ ବଞ୍ଚାଇବାର ପ୍ରୟାସ କରିବା। ବିଭିନ୍ନ ସଂଗ୍ରହାଳୟକୁ ବର୍ଷକୁ ୪/୬ ଥର ବୁଲିଆସିବା।

ଏ ବର୍ଷର ବାର୍ତ୍ତା

୧୯୭୭ରୁ ଇଣ୍ଟରନାଶନାଲ କାଉନ୍‌ସିଲ ଅଫ୍‌ ମ୍ୟୁଜିୟମ୍‌ (ଆଇସିଓଏମ୍‌) ସାରା ବିଶ୍ୱରେ ମେ ୧୮କୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ଭାର ବହନ କରି ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି “Museums, sustainability and well- being” (ସଂଗ୍ରହାଳୟର ସତ୍ତାକୁ କଲ୍ୟାଣମୟ କରାଇବାର ପ୍ରୟାସ)।
-ସୁଦର୍ଶନ ସାହୁ
ଗବେଷକ ଓ ସଂଗ୍ରାହକ, ଜାଗମରା, ଭୁବନେଶ୍ୱର
ମୋ: ୮୮୯୫୨୯୫୧୬୫


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri