Posted inଫୁରସତ

ବରଙ୍କ ଅଜବ ସର୍ତ୍ତ, ରାତି ୯ଟା ଯାଏ ସାଙ୍ଗମାନଙ୍କ ସହ ବାହାରେ ବୁଲିବି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ନୂଆ ଦାୟିତ୍ୱ, ନୂଆ କାର୍ଯ୍ୟ, ନୂଆ ଇଚ୍ଛା। କିନ୍ତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ। ଅନେକ କୁହନ୍ତି,ବିବାହ ପରେ ପ୍ରତିବନ୍ଧକ ଆରମ୍ଭ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ବନ୍ଧନକୁ ବଜାୟ ରଖିବା କଷ୍ଟକର ହୋଇପଡ଼ିଥାଏ। ଏହା ମଧ୍ୟ ପ୍ରାୟତଃ ଅନୁଭବ କରାଯାଏ ଯେ, ବିବାହ ପରେ ସାଙ୍ଗମାନଙ୍କ ସହିତ ମିଳାମିଶା ବନ୍ଦ ହୋଇଯାଏ। କାରଣ ନବ ବିବାହିତ ଦମ୍ପତି ପରସ୍ପର ସହିତ ସେମାନଙ୍କର ସମ୍ପର୍କ ଦୃଢ଼ କରିବାକୁ ଅଧିକ ସମୟ ଅତିବାହିତ କରନ୍ତି। ତେଣୁ ଏହି ବନ୍ଧନକୁ ଭାଙ୍ଗିବା ପାଇଁ କେରଳର ଏକ ଦମ୍ପତି ନିଆରା ଉପାୟ ବାଛିଛନ୍ତି। ସେମାନେ ଏଥିପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ।

ଉଭୟ ନଭେମ୍ବର ୫ରେ ପଲକଡ୍‌ର କାଞ୍ଜିକୋଡ୍‌ରେ ବିବାହ କରିଥିଲେ। ସାଙ୍ଗମାନେ ବର ରଘୁଙ୍କୁ ଉପହାର ସ୍ବରୂପ ଏକ ଚୁକ୍ତିନାମା କାଗଜ ଦେଇଥିଲେ। ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା। ରଘୁ କାଞ୍ଜିକୋଡ୍‌ରେ ଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଏବଂ କନ୍ୟା ଅର୍ଚ୍ଚନା ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଅର୍ଚ୍ଚନା ୫୦ ଟଙ୍କାର ଏକ ଷ୍ଟାମ୍ପ୍‌ ପେପରରେ ଦସ୍ତଖତ କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ବିବାହ ପରେ ମଧ୍ୟ ମୋ ସ୍ବାମୀ ରଘୁ ଏସ୍‌ କେଡିଆରଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ରାତି ୯ଟା ପର୍ଯ୍ୟନ୍ତ ସମୟ ଅତିବାହିତ କରିବାକୁ ଅନୁମତି ଦିଆଯିବ ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ଏହି ସମୟରେ ମୁଁ ତାଙ୍କୁ ଫୋନରେ ବିବ୍ରତ କରିବି ନାହିଁ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରଘୁ ୧୭ଟି ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଅଛନ୍ତି। ସେ ନିଜ ବିବାହ ପରେ ଏପରି ଚୁକ୍ତିନାମା କରିବେ ବୋଲି ଯୋଜନା କରିଥିଲେ।

ଦେଶରେ ଏଭଳି ଘଟଣା ସାଧାରଣ ହେବାରେ ଲାଗିଛି। ନିକଟରେ ଆସାମର ଜଣେ ବରକୁ ବିବାହ ପରେ ଚୁକ୍ତି ସ୍ବାକ୍ଷର କରିବାକୁ କୁହାଯାଇଥିଲା। ଚୁକ୍ତିରେ ମାସକୁ ଗୋଟିଏ ପିଜା ଖାଇବାକୁ ଦେବା ସହିତ କିଛି ଜିନିଷ ଉଲ୍ଲେଖ କରାଯାଇଥିଲା। ସେ ଏକ ସ୍ବତନ୍ତ୍ର ଚୁକ୍ତିନାମା ମଧ୍ୟ କରିଥିଲେ। ଯେଉଁଥିରେ ସେମାନେ ଏକାଠି କରିବାକୁ ଚାହୁଁଥିବା ଅନେକ ମଜାଦାର କଥା ଅନ୍ତର୍ଭୁକ୍ତ କରିଥିଲେ। ଯେମିତିକି ପ୍ରତିଦିନ ଜିମ ଯିବା, ପ୍ରତି ୧୫ ଦିନ ପରେ ଶପିଂ କରିବା ଏବଂ ପ୍ରତି ମାସରେ ଥରେ ପିଜା ଖାଇବା ପାଇଁ ତାରିଖ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri