Posted inଫୁରସତ

ବରଙ୍କ ଅଜବ ସର୍ତ୍ତ, ରାତି ୯ଟା ଯାଏ ସାଙ୍ଗମାନଙ୍କ ସହ ବାହାରେ ବୁଲିବି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ନୂଆ ଦାୟିତ୍ୱ, ନୂଆ କାର୍ଯ୍ୟ, ନୂଆ ଇଚ୍ଛା। କିନ୍ତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ। ଅନେକ କୁହନ୍ତି,ବିବାହ ପରେ ପ୍ରତିବନ୍ଧକ ଆରମ୍ଭ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ବନ୍ଧନକୁ ବଜାୟ ରଖିବା କଷ୍ଟକର ହୋଇପଡ଼ିଥାଏ। ଏହା ମଧ୍ୟ ପ୍ରାୟତଃ ଅନୁଭବ କରାଯାଏ ଯେ, ବିବାହ ପରେ ସାଙ୍ଗମାନଙ୍କ ସହିତ ମିଳାମିଶା ବନ୍ଦ ହୋଇଯାଏ। କାରଣ ନବ ବିବାହିତ ଦମ୍ପତି ପରସ୍ପର ସହିତ ସେମାନଙ୍କର ସମ୍ପର୍କ ଦୃଢ଼ କରିବାକୁ ଅଧିକ ସମୟ ଅତିବାହିତ କରନ୍ତି। ତେଣୁ ଏହି ବନ୍ଧନକୁ ଭାଙ୍ଗିବା ପାଇଁ କେରଳର ଏକ ଦମ୍ପତି ନିଆରା ଉପାୟ ବାଛିଛନ୍ତି। ସେମାନେ ଏଥିପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ।

ଉଭୟ ନଭେମ୍ବର ୫ରେ ପଲକଡ୍‌ର କାଞ୍ଜିକୋଡ୍‌ରେ ବିବାହ କରିଥିଲେ। ସାଙ୍ଗମାନେ ବର ରଘୁଙ୍କୁ ଉପହାର ସ୍ବରୂପ ଏକ ଚୁକ୍ତିନାମା କାଗଜ ଦେଇଥିଲେ। ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା। ରଘୁ କାଞ୍ଜିକୋଡ୍‌ରେ ଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଏବଂ କନ୍ୟା ଅର୍ଚ୍ଚନା ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଅର୍ଚ୍ଚନା ୫୦ ଟଙ୍କାର ଏକ ଷ୍ଟାମ୍ପ୍‌ ପେପରରେ ଦସ୍ତଖତ କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ବିବାହ ପରେ ମଧ୍ୟ ମୋ ସ୍ବାମୀ ରଘୁ ଏସ୍‌ କେଡିଆରଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ରାତି ୯ଟା ପର୍ଯ୍ୟନ୍ତ ସମୟ ଅତିବାହିତ କରିବାକୁ ଅନୁମତି ଦିଆଯିବ ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ଏହି ସମୟରେ ମୁଁ ତାଙ୍କୁ ଫୋନରେ ବିବ୍ରତ କରିବି ନାହିଁ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରଘୁ ୧୭ଟି ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଅଛନ୍ତି। ସେ ନିଜ ବିବାହ ପରେ ଏପରି ଚୁକ୍ତିନାମା କରିବେ ବୋଲି ଯୋଜନା କରିଥିଲେ।

ଦେଶରେ ଏଭଳି ଘଟଣା ସାଧାରଣ ହେବାରେ ଲାଗିଛି। ନିକଟରେ ଆସାମର ଜଣେ ବରକୁ ବିବାହ ପରେ ଚୁକ୍ତି ସ୍ବାକ୍ଷର କରିବାକୁ କୁହାଯାଇଥିଲା। ଚୁକ୍ତିରେ ମାସକୁ ଗୋଟିଏ ପିଜା ଖାଇବାକୁ ଦେବା ସହିତ କିଛି ଜିନିଷ ଉଲ୍ଲେଖ କରାଯାଇଥିଲା। ସେ ଏକ ସ୍ବତନ୍ତ୍ର ଚୁକ୍ତିନାମା ମଧ୍ୟ କରିଥିଲେ। ଯେଉଁଥିରେ ସେମାନେ ଏକାଠି କରିବାକୁ ଚାହୁଁଥିବା ଅନେକ ମଜାଦାର କଥା ଅନ୍ତର୍ଭୁକ୍ତ କରିଥିଲେ। ଯେମିତିକି ପ୍ରତିଦିନ ଜିମ ଯିବା, ପ୍ରତି ୧୫ ଦିନ ପରେ ଶପିଂ କରିବା ଏବଂ ପ୍ରତି ମାସରେ ଥରେ ପିଜା ଖାଇବା ପାଇଁ ତାରିଖ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?