ମଲ୍‌ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସଂପୃକ୍ତ ମଲ ମାଲିକ କାଟି ସଫା କରି ଦେଇଥିବା ଜଣାପଡିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପରେ ବନ ବିଭାଗର ଚେତା ପସିଛି। ରବିବାର ସକାଳେ ଗଛ କଟା ଚାଲିଥିବା ଖବରପାଇ ଖୋର୍ଦ୍ଧା ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା ଟିମ୍‌ ସହ ପହଞ୍ଚି ଘଟଣା ସ୍ଥଳରୁ କରତ, ଟାଙ୍ଗିଆ ଏବଂ କଟା ଯନ୍ତ୍ରାଂଶ ଜବତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ତିନିଦିନ ହେଲା ଗଛ କଟା ଚାଲିଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ନୀରବଦ୍ରଷ୍ଟା ସାଜିଥିଲେ। କିଏ ଗଛ କାଟିଲା, କାହା ଇଙ୍ଗିତରେ ଗଛ କଟାଯାଉଛି ସେନେଇ କେହି ମୁହଁ ଖୋଲିବାକୁ ନାରାଜ ଥିଲେ। ତେବେ ଦୀର୍ଘ ଦିନ ଧରି ପ୍ରଚଣ୍ଡ ଖରାରେ ପଥଚାରୀଙ୍କୁ ଛାଇ ଯୋଗାଇ ଆସୁଥିବା ଗଛ କଟାଯିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଟାଙ୍ଗରା ପାଲଟିଛି। ତେବେ ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଗଛକଟା ଚାଲିଥିବା ବେଳେ ବନ ବିଭାଗ କିପରି କିଛି ଜାଣି ପାରିଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏନେଇ ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା କୁହନ୍ତି ରାସ୍ତାକଡରୁ ଗଛ କାଟିବାକୁ ହେଲେ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡେ। ବିନା ଅନୁମତିରେ ବର, ନିମ୍ବ ପରି ବହୁ ମୂଲ୍ୟବାନ ଗଛ କଟାଯିବା ଦଣ୍ଡନୀୟ ଅପରାଧ। ସଂପୃକ୍ତ ମଲ୍‌ ମାଲିକଙ୍କୁ ନୋଟିସ କରାଯିବ। ଗଛ କାଟିବାକୁ ତାଙ୍କୁ କିଏ ଅନୁମତି ଦେଲା, କୈଫତ ତଲବ କରାଯିବ। ବନ ବିଭାଗ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri