Posted inଫୁରସତ

ବାହା ବେଦୀରେ ଲାପ୍‌ଟପ୍‌ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…

କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅର୍ଥାତ ଘରୁ କାମ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଓ୍ବାର୍କ ଫ୍ରମ୍‌ ହୋମ୍‌ର ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ହସି ହସି ଗଡ଼ିବେ। ବାହାବେଦୀରେ ବରବେଶରେ ବସି ଲାପ୍‌ଟପ୍‌ରେ ଓ୍ବାର୍କ ଫ୍ରମ ହୋମ୍‌ କରୁଛନ୍ତି ଜଣେ ବର। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ବର ଜଣଙ୍କ କୋଳରେ ଲାପ୍‌ଟପ୍‌ ଥୋଇ ବ୍ୟସ୍ତ ଅଛନ୍ତି।

ଏପଟେ ବାହାଘର ପାଇଁ ସବୁ ଯୋଗାଡ଼ ସରିଛି । ବାହାଘର ରୀତିନୀତି ଚାଲିଥିବା ବେଳେ ବର କିନ୍ତୁ ଲାପ୍‌ଟପ୍‌ରେ ବ୍ୟସ୍ତ। ଏହା ଦେଖି କନ୍ୟା ହସି ହସି ଗଡୁଛନ୍ତି। ଖାଲି ଏତିକି ନୁହେଁ ବାହାଘରରେ ଯୋଗ ଦେଇଥିବା ବନ୍ଧୁବାନ୍ଧବ ଏବଂ ଅତିଥିମାନଙ୍କ ନଜର କେବଳ ବରଙ୍କ ଉପରେ ହିଁ ଥିଲା। ସେ କିନ୍ତୁ କାହାକୁ ନ ଦେଖି ନିଜ କାମରେ ବ୍ୟସ୍ତ ଥିଲେ।

ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆଜିର ଦିନରେ ବି ଏମିତି ବ୍ୟସ୍ତ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମାଲିକ କ’ଣ ବାହା ହେବାକୁ ଛୁଟି ଦେଲେନି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମାଲିକ ଛୁଟି ନ ଦେଲେ ତ ଏମିତି ହିଁ ଭୋଗିବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri