ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ୍‌ କରିବାକୁ ଚାହୁଁନାହାନ୍ତି। ବନ୍ୟା ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି। ଏଭଳିି ଘଟଣା ଘଟିଛି ବିହାର ମୁଜଫରପୁରର ସକରା ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି ବ୍ୟାଣ୍ଡବାଜା ସହ ବିବାହ କରିବାକୁ ପହଞ୍ଚିଥିଲେ। କିନ୍ତୁ ବରଯାତ୍ରୀ ପାଣିରେ ପଶି ରୋଶଣୀ କରି ଝିଅ ଘରେ ପହଞ୍ଚିଥିଲେ।

ଏହି ବରଯାତ୍ରୀ ତାଜପୁର ଥାନାର ମୁସାପୁର ଗାଁରୁ ବାହାରି ମୁଜଫରପୁର ସକରାର ଭଟଣ୍ଡି ଗାଁରେ ପହଞ୍ଚିଥିଲା। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମୁସାପୁରର ମହମ୍ମଦ ହସନ ରଜା ଓ ଭଟଣ୍ଡି ଗାଁର ମଜଦା ଖାତୁନଙ୍କ ନିକାହ ଠିକ୍‌ ହୋଇଥିଲା। ଇତିମଧ୍ୟରେ ମୁରୋଲରେ ନଦୀବନ୍ଧ ଭାଙ୍ଗିଯିବାରୁ ଗାଁରେ ବନ୍ୟା ହୋଇଯାଇଥିଲା। ବିବାହ ତାରିଖ ଘୁଞ୍ଚାଇବାକୁ ନେଇ ୨ପକ୍ଷ ଅରାଜି ହେବାରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଦିନ ହିଁ ନିକାହ ଅନୁଷ୍ଠିତ ହୋଇଥିଲା। ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟା ଲେଖାଏଁ ପାଣି ଥିବା ବେଳେ ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରେ ପହଞ୍ଚାଇଥିଲେ। ଏହାପରେ ପୁରା ରୀତିନୀତିରେ ଦୁଇଜଣଙ୍କ ନିକାହ ଏବଂ ପରେ ବିଦାୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ନିର୍ବାଚନ: କଂଗ୍ରେସ ଆଗରେ

ନୂଆଦିଲ୍ଲୀ, ୭।୫: (ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଚୂଡ଼ାନ୍ତ ଜନମତ ସର୍ଭେ ଅନୁଯାୟୀ ଏବେ ବି କଂଗ୍ରେସ ଜିତିବା ସ୍ଥିତିରେ...

ଅସଦାଚରଣ ଅଭିଯୋଗ: ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର…

ନୂଆଦିଲ୍ଲୀ,୧୦।୮ : ବାରମ୍ବାର ଅସଦାଚରଣ  ଅଭିଯୋଗରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛନ୍ତି। ଅଗଷ୍ଟ ୭ରେ...

କରୋନା କରିଛି ଅଚଳାବସ୍ଥା

ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍‌ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ...

୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍‌

ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍‌ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା।...

ବିବାହ କରିବା ପଡ଼ିଲା ମହଙ୍ଗା: ସିଲ୍‌ ହେଲା ସମଗ୍ର ସହର

ବିବାହ ଉତ୍ସବକୁ ଲୋକେ ଧୂମ୍‌ ଧାମ୍‌ରେ ପାଳନ କରିଥାନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ କରୋନା ଯୋଗୁ...

ରାହୁଲଙ୍କ ସଦସ୍ୟତା ଫେରାଇ ଦିଆଯିବା ପରେ ଉତ୍ସବ ମନାଇଲେ ‘ଇଣ୍ଡିଆ’ ଏମପି, ଅଖିଲେଶ କହିଲେ ବଢିଲା ବିଶ୍ୱାସ

ନୂଆଦିଲ୍ଲୀ,୭।୮: ଆଜି ସଂସଦର ମୌସୁମୀ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପହଞ୍ଚିବେ। ରାହୁଲ ଗାନ୍ଧୀ ଦିନ ୧୨ଟା ସମୟରେ ପାର୍ଲାମେଣ୍ଟରେ...

ରିଭଲଭର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ପଶିଲେ ଜଣେ ବ୍ୟକ୍ତି

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ବସ୍ତି ଜିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଅବହେଳା ଦେଖିବାକୁ ମିଳିଛି। ଯୋଗୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି...

ପ୍ରଥମଥର ପେଟ୍ରୋଲଠାରୁ ମହଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ,୧୪।୬: କ୍ରମାଗତ ୧୮ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଡିଜେଲ ଦର ୪୮ ପଇସା ବୃଦ୍ଧି ପାଇଛି। ତେବେ...

Advertisement
Archives

Model This Week