Posted inଫୁରସତ

ବରଣମାଳା ପାଇଁ ଷ୍ଟେଜ୍‌ରେ ଅପେକ୍ଷା କରିଥିଲେ ବର; ପ୍ରେମିକଙ୍କ ସହ ଫେରାର ହୋଇଗଲେ କନ୍ୟା; ଆଉ ତା’ ପରେ…

ଚିତ୍ରକୂଟ: ଆପଣ ସିନେମାରେ କନ୍ୟା ହଠାତ୍‌ ବିବାହ ମଣ୍ଡପରୁ ପ୍ରେମିକଙ୍କ ସହ ଫେରାର ହେବା ଦୃଶ୍ୟ ଦେଖିଥିବେ ନିଶ୍ଚୟ। ହେଲେ ବାସ୍ତବରେ ମଧ୍ୟ ଏଭଳି ଏକ ଘଟଣା ଉତ୍ତରପ୍ରଦେଶ କାନପୁରର ମଊ ଥାନା ଅଞ୍ଚଳରେ ଘଟିଛି। ଏଠାରେ ଏକ ବର ବରଯାତ୍ରୀଙ୍କୁ ଧରି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ହେଲେ ବିବାହ ପୂର୍ବରୁ କନ୍ୟା ସେଠାରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ମାମଲା ଥାନାରେ ପହଞ୍ଚିଛି।

ସମ୍ପୂର୍ଣ୍ଣ କଥା କିଛି ଏଭଳି। ମଊ ଥାନା ଅଞ୍ଚଳରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ନିଜ ଝିଅର ବିବାହ ପଡୋଣୀ ଗ୍ରାମର ଯୁବକଙ୍କ ସହ ଠିକ୍‌ କରିଥିଲେ। ଧାର୍ଯ୍ୟ ବିବାହ ତାରିଖରେ ବର କନ୍ୟାଙ୍କୁ ନେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯାଇଥିଲା। ବରଯାତ୍ରୀମାନେ ମଧ୍ୟ ଖାଇବାରେ ବ୍ୟସ୍ତ ହୋଇଯାଇଥିଲେ। ହେଲେ ହଠାତ କନ୍ୟା ଗାଏବ ହୋଇଯାଇଥିବା ଖବର ଶୁଣିବାକୁ ମିଳିଥିଲା।

ବର ବରଣମାଳା ପାଇଁ ଷ୍ଟେଜରେ ବସିଥିଲେ। ହେଲେ ଦୀର୍ଘ ସମୟ ଯାଏ କନ୍ୟା ଆସି ନ ଥିଲେ। ପରେ ବରପକ୍ଷ ଲୋକେ କନ୍ୟାପକ୍ଷ ଲୋକଙ୍କୁ କାରଣ କ’ଣ ବୋଲି ପଚାରିଥିଲେ। ହେଲେ କନ୍ୟା ପ୍ରେମିକଙ୍କ ସହ ଫେରାର ହୋଇଥିବା ଜଣାପଡ଼ିଥିଲା। ଘଟଣାରେ ଭାଙ୍ଗିପଡ଼ିଥିବା କନ୍ୟାଙ୍କ ବାପା ସାନଝିଅଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ। ମାତ୍ର ନାବାଳିକା ଯୋଗୁ ବିବାହ ସମ୍ଭବ ନ ଥିଲା। ଫଳରେ କଥା ଥାନାରେ ପହଞ୍ଚିଥିଲା।

ପୋଲିସ ମାମଲାର ଯାଞ୍ଚ କରିବା ପରେ ଗ୍ରାମରେ ଥିବା ପ୍ରେମିକଙ୍କ ଘରେ ଉକ୍ତ କନ୍ୟାଙ୍କୁ ପାଇଥିଲା। ତାଙ୍କୁ ପଚରାଯିବାରେ ସେ ମଣ୍ଡପ ଯିବା ପୂର୍ବରୁ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା କଥା କହିଥିଲେ। ଉଭୟ ପକ୍ଷ ତାଙ୍କୁ ବୁଝାଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ନ ଥିଲା। ସେ ଫେରିବାକୁ ଅରାଜି ହୋଇଥିଲେ। ଶେଷରେ କନ୍ୟାଙ୍କ ବାପା ପ୍ରେମିକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଝିଅଙ୍କୁ ଅପହରଣ କରିନେଇଥିବା ନେଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏହି ଫଟୋ, ଆପଣ ବି ଭାବି ପାରିବେନି ଏହା ପ୍ରକୃତରେ କ’ଣ?

ଟୁଇଟରରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଶେୟାର ହୋଇଥିବା ଫଟୋ ଅସଲି କି ନକଲି କେହି ଜାଣି...

ଅନ୍‌ଲାଇନ୍‌ କ୍ଲାସ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହୋଇଥିଲେ ହରିଶ: ଏବେ ସହଯୋଗର ହାତ ବଢ଼ାଇଲେ ସେହଓ୍ବାଗ୍‌

କରୋନା ମୁକାବିଲାକୁ ନେଇ ସାରା ଦେଶରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସ୍କୁଲ-କଲେଜ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କ...

ଦର୍ପଣ ପରି ସ୍ବଚ୍ଛ ନଦୀ ଜଳ: ଦେଖିହେବ ମୁହଁ

ଶିଲଂ: ଭାରତରେ ଥିବା ନଦୀଗୁଡ଼ିକର ଜଳ ପ୍ରାୟ ଅପରିଷ୍କାର। ତେବେ ଏଭଳି ଏକ ନଦୀ ରହିଛି ଯାହାର ପାଣି ସମ୍ପୂର୍ଣ୍ଣ ସ୍ବଚ୍ଛ। ଏହାର ପାଣି କାଚକେନ୍ଦୁ...

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ...

ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…

‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି...

କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା

ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର...

କରୋନା ପରବର୍ତ୍ତୀ ପୃଥିବୀ: ମଜାଳିଆ ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୫।୩: କରୋନା ପରବର୍ତ୍ତୀ ପୃଥିବୀର ଅବସ୍ଥା କିପରି ହେବ ସେ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ...

Advertisement


Archives

Model This Week

Why Dharitri