Posted inଫୁରସତ

ବାଇକ୍‌ ଦାବି କରି ହଟହଟାରେ ପଡ଼ିଲେ ବର

ମିରଟ, ୧୧।୧୦: ବାହାଘର ସମୟରେ କନ୍ୟା ପକ୍ଷକୁ ବାଇକ୍‌ ଦାବି କରି ହଟହଟାରେ ପଡ଼ିଛନ୍ତି ଜଣେ ଲୋଭୀ ବର। ଫଳରେ କନ୍ୟାପକ୍ଷ ଲୋକ ଏଥିରେ କ୍ରୋଧିତ ହୋଇ ବରକୁ ବନ୍ଧକ ରଖିଥିଲେ। ଏହାପରେ ବର ଓ କନ୍ୟା ପକ୍ଷ ଲୋକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟପକ୍ଷ ଲୋକଙ୍କୁ ଥାନାକୁ ନେଇ ଆସିଥିଲା।
ଘଟଣାଟି ଉତ୍ତର ପ୍ରଦେଶ ମିରଟ ସହରରେ ଦେଖିବାକୁ ମିଳିଛି। ଲକ୍‌ ଡାଉନ୍‌ରେ ନିକ୍‌ହା ସରିଯାଇଥିବାବେଳେ ଏଠାରେ ଶନିବାର ବିବାହ ଉତ୍ସବ ଥିଲା। ତେବେ ବାହାଘର ସମୟରେ ବର ଏକ ସର୍ତ୍ତ ରଖିଥିଲା। କନ୍ୟାକୁ ନେବା ପାଇଁ ବର ବାଇକ୍‌ ଦାବି କରିଥିଲା। କନ୍ୟାଘର ପକ୍ଷ କିନ୍ତୁ ବରର ଏହି ସର୍ତ୍ତରେ ଅକ୍ଷମତା ପ୍ରକାଶ କରିଥିଲେ। ବର କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିଲା। ଶେଷରେ କନ୍ୟାଘର ପକ୍ଷ ବରକୁ ବନ୍ଧକ ରଖିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ବର ଓ କନ୍ୟାଘର ଲୋକଙ୍କୁ ଥାନାକୁ ଆଣିଥିଲା। ସେଠାରେ କନ୍ୟାଘର ପକ୍ଷରୁ ବର ନାମରେ ଯୌତୁକ ଦାବି ନେଇ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୋଗର ସତ୍ୟାସତ ଜାଣିବାକୁ ଚେଷ୍ଟା କରୁଛି। ଅଭିଯୋଗ ପ୍ରମାଣିତ ହେଲେ ବର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୧ ବର୍ଷ ବୟସରେ ଯୁବ ମଡେଲଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ

ମଡେଲିଂ କରିବାର ଏକ ବୟସ ଥାଏ ବୋଲି କୁହାଯାଏ ବିଶେଷ କରି ଯୁବକ ଯୁବତୀମାନେ ଏହି କ୍ଷେତ୍ରରେ ଆଗକୁ ଆସୁଥିବା ବେଳେ ଏମିତି ମଡେଲଙ୍କୁ ପ୍ରାୟ...

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...

ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ...

ଚାଇନା ରାଷ୍ଟ୍ରପତିିଙ୍କ ଭଳି ଦେଖାଯିବାରୁ ଅପେରା ଗାୟକଙ୍କର ବଢ଼ୁଛି ଅଡ଼ୁଆ

ଚାଇନାର ଜଣେ ଜଣାଶୁଣା ଅପେରା ଗାୟକ ଲୁୟୁ କିକିଙ୍ଗ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୬୩ ବର୍ଷୀୟ ଲୁୟୁଙ୍କ ଫଟୋକୁ ବାରମ୍ବାର କାଟି ଦିଆଯାଉଛି। କାରଣ ସେ...

ଫଟୋଶୁଟ୍‌ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ

ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ...

ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ

ଦିସ୍‌ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ...

୨୨୫ କିଲୋ ଓଜନ ସତ୍ତ୍ୱେ ଆହୁରି ମୋଟା ହେବାକୁ ଚାହାନ୍ତି ଏହି ବ୍ୟକ୍ତି, ଦୈନିକ ଡାଏଟ୍‌ ଶୁଣିଲେ ଉଡିବ ହୋସ୍‌

ବର୍ତ୍ତମାନ ଯୁବପିଢ଼ୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି। ବିଶେଷକରି ଫଲୋଅର୍ସ ବଢ଼ାଇବାକୁ ନେଇ ଚାଲିଛି ଏକ ପ୍ରତିଯୋଗିତା। ଏଥିପାଇଁ ଲୋକମାନେ ଭଳିକି ଭଳି...

Advertisement
Archives

Model This Week