![](https://www.dharitri.com/wp-content/uploads/2021/04/Untitled-1-85.jpg)
ଜେନେଭା, ୨୦।୪: ଗରିବ ଦେଶଗୁଡ଼ିକୁ କୋଭିଡ୍ ଟିକା ଯୋଗାଣରେ ପାତରଅନ୍ତରକୁ ନେଇ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ ସମାଲୋଚନା କରିଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା ଟିକା ଯୋଗାଣ ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର କୋଭାକ୍ସ କାର୍ଯ୍ୟକ୍ରମକୁ ଗ୍ରେଟା ତାଙ୍କ ଫାଉଣ୍ଡେଶନ ତରଫରୁ ୧,୨୦,୦୦୦ ଡଲାର ସହାୟତା ଯୋଗାଇ ଦେଇଛନ୍ତି। ବିଶ୍ୱର ଗରିବ ଦେଶଗୁଡ଼ିକର ସବୁଠୁ ଅସୁରକ୍ଷିତ ଲୋକଙ୍କ ପାଇଁ କୋଭିଡ୍ ଟିକା କିଣିବାରେ ଏହି ଅର୍ଥ ବିନିଯୋଗ ହେବ। ଟିକାକରଣରେ ରହିଥିବା ଅସମାନତା ଦୂର ପାଇଁ ଅନ୍ତର୍ଜାତୀୟ ସମୁଦାୟ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ୧୮ ବର୍ଷୀୟା ଗ୍ରେଟା କହିଛନ୍ତି। ସବୁଠୁ ଅସୁରକ୍ଷିତଙ୍କୁ ପ୍ରଥମେ କୋଭିଡ୍ ଟିକା ମିଳିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।