Posted inଖେଳ

ଗ୍ରେଗ୍‌ ବାର୍କଲେ ଆଇସିସି ନୂଆ ଅଧ୍ୟକ୍ଷ

ଦୁବାଇ,୨୬।୧୧(ପି.ଟି.): ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ ଗ୍ରେଗ୍‌ ବାର୍କଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ସ୍ବତନ୍ତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସିଙ୍ଗାପୁରର ଇମ୍ରାନ ଖ୍ବାଜାଙ୍କୁ ଅତି ସହଜରେ ପରାସ୍ତ କରି ସେ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି। ଭାରତ ଶଶାଙ୍କ ମନୋହରଙ୍କ ପରେ ସେ ଏହି ଗୁରୁଦାୟିତ୍ୱ ସମ୍ଭାଳିବେ।
ମଙ୍ଗଳବାର ଆଇସିସିର ବାର୍ଷିକ ତ୍ରୈମାସିକ ବୈଠକରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଇଲେକଟ୍ରୋନିକ ଭୋଟିଂ ପ୍ରକ୍ରିୟାରେ ୧୬ଜଣ ବୋର୍ଡ ଅଫ୍‌ ଡାଇରେକ୍ଟର ଯୋଗ ଦେଇଥିଲେ। ଏଥିରେ ଟେଷ୍ଟ ଖେଳୁଥିବା ଫୁଲ୍‌ ମେମ୍ବର ଦେଶର ୧୨ ଓ ଆସୋସିଏଟ୍‌ ଦେଶଗୁଡିକର ୩ଜଣ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଜଣେ ସ୍ବତନ୍ତ୍ର ମହିଳା ଡାଇରେକ୍ଟର (ଇନ୍ଦ୍ରା ନୁୟି) ସାମିଲ ରହିଥିଲେ। ମତଦାନରେ ନ୍ୟୁଜିଲାଣ୍ଡର ଏହି କ୍ରିକେଟ ପ୍ରଶାସକ ୧୧-୫ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡ ଭୋଟିଂରେ କ୍ରିକେଟ ସାଉଥ ଆଫ୍ରିକାର ସମର୍ଥନ ହାସଲ କରିଥିଲେ ଓ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପ୍ରଥମ ରାଉଣ୍ଡ ଭୋଟିଂରେ ଖ୍ବାଜା ୬ ଖଣ୍ଡ ଭୋଟ୍‌ ହାସଲ କରିଥିବା ବେଳେ ବାର୍କଲେ ୧୦ ଖଣ୍ଡ ଭୋଟ ପାଇଥିଲେ। ତେବେ ବର୍ତ୍ତମାନର ନିୟମ ଅନୁସାରେ ଦୁଇ-ତୃତୀୟାଂଶ ଭୋଟ ହାସଲ କଲେ ଜଣେ ପ୍ରାଥୀ ବିଜୟୀ ଘୋଷିତ ହେବେ। ତେଣୁ ବାର୍କଲେଙ୍କୁ ଦ୍ୱିତୀୟ ରାଉଣ୍ଡରେ ଆଉ ଗୋଟିଏ ଭୋଟର ଆବଶ୍ୟକତା ଥିଲା। କାରଣ ଆଇସିସି ବୋର୍ଡର ୧୭ତମ ସଦସ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶହନେଙ୍କ ମତଦାନର ଅଧିକାର ନ ଥିଲା।
ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବାର୍କଲେଙ୍କୁ ସମର୍ଥନ କରିଥିଲେ ବୋଲି ଜଣାଯାଇଛି। ଅନ୍ୟପଟେ ଖ୍ବାଜାଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସମର୍ଥନ କରିଥିଲା। ସିଙ୍ଗାପୁର କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ଖ୍ବାଜା ଅଧିକରୁ ଅଧିକ ଆଇସିସି ଇଭେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ବାର୍କଲେ ଅକଲାଣ୍ଡରେ ଜଣେ କମର୍ସିଆଲ ଆଇନଜୀବୀ ଭାବେ କାର୍ଯ୍ୟକରନ୍ତି ଓ ୨୦୧୨ରୁ ସେ ନ୍ୟୁଜିଲାଣ୍ଡ କ୍ରିକେଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏବେ ଆଇସିସି ବୋର୍ଡରେ ସେ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରୁଛନ୍ତି। ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେବେ। ଏହାପୂର୍ବରୁ ବାର୍କଲେ ୨୦୧୫ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ନିର୍ଦ୍ଦେଶକ ଥିଲେ। ସେ ମଧ୍ୟ ନର୍ଦନ ଡିଷ୍ଟ୍ରିକ୍ସସ କ୍ରିକେଟ ଆସୋସିଏଶନ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଛନ୍ତି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ବିଭିନ୍ନ କମ୍ପାନୀରେ ସେ ଜଣେ ଅଭିଜ୍ଞ ନିର୍ଦ୍ଦେଶକ ଭାବେ ବୋର୍ଡର ବିଭିନ୍ନ ପଦରେ ରହି କାର୍ଯ୍ୟ କରୁଛନ୍ତି।
ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଆଇସିସିର ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବା ନିଶ୍ଚିତ ଭାବେ ଏକ ଗୌରବର ବିଷୟ ଓ ସମର୍ଥନ ଦେଇଥିବାରୁ ମୋର ସାଥୀ ଆଇସିସି ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବାର୍କଲେ କହିଛନ୍ତି। କରୋନା ମହାମାରୀରୁ ମୁକୁଳି କ୍ରିକେଟର ବୃହତ୍ତର ସ୍ବାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟକରିବାକୁ ପ୍ରୟାସ କରିବୁ। କ୍ରିକେଟର ପ୍ରଚାର, ପ୍ରସାର ଓ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି। କ୍ରିକେଟକୁ ଆହୁରି ଦୃଢ କରିବାକୁ ଓ ସାରା ବିଶ୍ୱରେ ଲୋକପ୍ରିୟ କରାଇବାକୁ ୧୦୪ ଆଇସିସି ମେମ୍ବରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?