Posted inଜାତୀୟ

କଶ୍ମୀରୀ ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌, ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଲୋକେ…

ଶ୍ରୀନଗର, ୫।୬ : କଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏହି ଟ୍ରାନ୍ସଫର ତାଲିକାରେ ଥିବା ନାମ ମେସେଜିଂ ଆପ ଏବଂ ସୋସିଆଲ ମିଡିଆରେ ଲିକ ହୋଇଛି। ଏହା ପରେ କଶ୍ମୀରୀ ପଣ୍ଡିତ ଶିକ୍ଷକମାନେ କ୍ରୋଧରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ତାୱି ବ୍ରିଜକୁ ଜାମ କରିଥିଲେ। କ୍ରୋଧିତ କର୍ମଚାରୀ କହିଛନ୍ତି ଯେ ଆମକୁ କଶ୍ମୀରରୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସରକାର ଏହି ତାଲିକାକୁ ସାର୍ବଜନୀନ କରି ଆତଙ୍କବାଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ହିନ୍ଦୁ କର୍ମଚାରୀମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ଏନେଇ ପ୍ରଦର୍ଶନ କରିଛନ୍ତି।

କଶ୍ମୀର ଫେରିଥିବା ହିନ୍ଦୁ ସରକାରୀ କର୍ମଚାରୀମାନେ ସେମାନଙ୍କ ସ୍ଥାନାନ୍ତର ଦାବି କରୁଥିଲେ। ମାତ୍ର ସରକାରୀ ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌ ହେବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜମ୍ମୁକୁ କୌଣସି ସରକାରୀ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀ କହିଛନ୍ତି ଯେ, ସେମାନେ ଗତ ୧୫ ବର୍ଷ ଧରି କଶ୍ମୀରରେ କୌଣସି ସୁରକ୍ଷା ବିନା କାର୍ଯ୍ୟ କରୁଛନ୍ତି। କିନ୍ତୁ ଏବେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।

ତାଲିକା ଲିକ୍‌ ହୋଇଥିବା ନେଇ ଭାଜପା ପକ୍ଷରୁ ଆପତ୍ତି କରାଯାଇଛି। ଏହାକୁ ବିରୋଧ କରି ଭାଜପା ସୁରକ୍ଷା ଉଲ୍ଲଂଘନ ବୋଲି କହିଛି। ତାଲିକା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅଧୀନରେ ଚାକିରି ପାଇଥିବା ୧୭୭ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ଟ୍ରାନ୍ସଫର କରାଯାଇଛି।

ହ୍ବାଟସ ଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରାନ୍ସଫର ତାଲିକା ଶେୟାର କରାଯାଇଛି। ଭାଜପା ମୁଖପାତ୍ର ଅଲତାଫ ଠାକୁର ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରାନ୍ସଫର ତାଲିକାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ କରିବା ଏକ ପ୍ରମୁଖ ସୁରକ୍ଷା ଉଲ୍ଲଂଘନ କାରଣ ପୋଷ୍ଟିଂ କରାଯାଇଛି ତାହା ସହଜରେ ଆତଙ୍କବାଦୀମାନେ ଜାଣି ପାରିବେ। ଏହି ତାଲିକାର ଲିକ ପ୍ରସଙ୍ଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ କଶ୍ମୀର ଉପତ୍ୟକାରେ ଟାର୍ଗେଟ କିଲିଂ ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?