କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି, ପ୍ରତିଶ୍ରୁତିର ପାହାଡ଼ ଠିଆ ହେଉଛି, କିନ୍ତୁ ବଦଳୁନି ଗଞ୍ଜାମ ଜିଲାର ଦାଦନ ଶ୍ରମିକଙ୍କ ଭାଗ୍ୟ। ଭିଟାମାଟିରେ ରୋଜଗାର ନ ପାଇ ପେଟପାଟଣା ପାଇଁ ସାତ ସମୁଦ୍ର ତେର ନଦୀ ପାରି ହୋଇଥିବା ପୁଅ ଆଜି ଫେରୁଛି ଶବ ହୋଇ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ। ଖଲ୍ଲିକୋଟର ଉତ୍ତମ ଗୌଡ଼ଙ୍କ ଏହି କରୁଣ କାହାଣୀ ପୁଣି ଥରେ ଦାଦନ ଯନ୍ତ୍ରଣାର ନଗ୍ନଚିତ୍ରକୁ ପଦାରେ ପକାଇଛି। ଘର କାନ୍ଥରେ ଏବେ ବି ଜଳଜଳ ହୋଇ ଦିଶୁଛି ‘ଶୁଭ ବିବାହ’ର ଲେଖା। ଚିତ୍ରର ରଙ୍ଗ ବି ଶୁଖିନି, କିନ୍ତୁ ତା’ ଭିତରେ ସବୁଦିନ ପାଇଁ ଲିଭିଯାଇଛି ଜଣେ ସ୍ତ୍ରୀଙ୍କ ସିନ୍ଦୂର।

୪ ବର୍ଷ ତଳେ ସ୍ତ୍ରୀ ସାଗରିକାଙ୍କ ହାତ ଧରିଥିଲେ ଉତ୍ତମ। ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସାଗରିକା ଚଟାଣରେ ମୁଣ୍ଡ ପିଟି କାନ୍ଦୁଛନ୍ତି। କାନ୍ଦି କାନ୍ଦି ଅଚେତ ହୋଇପଡ଼ୁଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା-ମାଆ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସବୁଠାରୁ ହୃଦୟବିଦାରକ ଦୃଶ୍ୟ ସାଜିଛି ଉତ୍ତମଙ୍କ ୩ ବର୍ଷର କୋମଳମତି ପୁଅ। କିଛି ବୁଝିବା ଆଗରୁ ହୋଇଯାଇଛି ବାପାଛେଉଣ୍ଡ।

ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିବା ପାଇଁ ଟିକେଟ୍‌ ମଧ୍ୟ କାଟିସାରିଥିଲେ ଉତ୍ତମ। ଭଉଣୀ ଝରଣାଙ୍କୁ ଫୋନ୍‌ କରି ଖୁସିରେ କହିଥିଲେ, “ମୁଁ ଓଡ଼ିଶା ଫେରିଲେ ତୁମେ ସମସ୍ତେ ଭୁବନେଶ୍ୱର ଏୟାରପୋର୍ଟକୁ ଆସିବ ମୋତେ ନେବା ପାଇଁ।”

ଗତ ଦୁଇ ବର୍ଷ ହେଲା ଭାଇଙ୍କ ହାତରେ ରାଖୀ ବାନ୍ଧି ନ ଥିବା ଭଉଣୀଙ୍କ ମନରେ ଅନେକ ଆଶା ଥିଲା। ଏଥର ଭାଇ ଘରକୁ ଆସିଲେ ନିଶ୍ଚୟ ରାଖୀ ବାନ୍ଧିବେ ବୋଲି ସେ ଭାବିଥିଲେ। କିନ୍ତୁ ସବୁ ଆଶା ଧୂଳିସାତ୍ ହୋଇଗଲା।

ଦୁବାଇରେ ଏକ କମ୍ପାନୀରେ କାମ କରୁଥିବା ସମୟରେ ଉତ୍ତମ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର  ଦୁବାଇରୁ ଫୋନ୍‌ ଆସିଲା—ଉତ୍ତମ ଆଉ ନାହାନ୍ତି।

ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଫାସୁଳା ଗାଁର କୈଳାଶ ଗୌଡ଼ଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିଲେ ଉତ୍ତମ। ଦୁଇ ପଇସା ରୋଜଗାର କରି ପରିବାରକୁ ହସଖୁସିରେ ରଖିବେ ବୋଲି ସେ ଭାବିଥିଲେ। କିନ୍ତୁ ବିଧିର ବିଧାନ ଥିଲା ସମ୍ପୂର୍ଣ୍ଣ ଅଲଗା।

ଏବେ ଉତ୍ତମଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ପରିବାର ପକ୍ଷରୁ ଗୁହାରି କରାଯାଇଛି। ଏଥିସହ ଭାଙ୍ଗିପଡ଼ିଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

CSK ଛାଡ଼ିବା ପରେ ଏକ ନୂଆ ଭୂମିକାରେ ନଜର ଆସିବେ ମାଇକେଲ ହସି; ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୬।୧୧: କିଛି ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଛାଡ଼ିଥିବା ମାଇକେଲ ହସି ବର୍ତ୍ତମାନ ଅଷ୍ଟ୍ରେଲୀୟ ଦଳରେ ଯୋଗ ଦେଇଛନ୍ତି। ନଭେମ୍ବର ୬, ଶୁକ୍ରବାର ଜାରି…

ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ…

ଆଜି ଧନତେରସରେ ମାଲାମାଲ ହେବେ କେବଳ ଏହି ୪ ରାଶି, ବ୍ୟବସାୟରେ ହେବ ଲାଭ ହିିଁ ଲାଭ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଆଜି ୬ ନଭେମ୍ବର ୨୦୨୬, କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ସକାଳ ୧୦ଟା ୩୦ ମିନିଟରେ ଦ୍ୱାଦଶୀ ତିଥିର ସମାପ୍ତି ହୋଇ ତ୍ରୟୋଦଶୀ ତିଥି ଆରମ୍ଭ…

କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର

କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ…

ହୃଦୟ ବିଦାରକ ହତ୍ୟାକାଣ୍ଡ: ପତ୍ନୀ, ପୁଅ, ଶାଶୁ-ଶ୍ୱଶୁରଙ୍କ ସମେତ ୭ ଜଣଙ୍କୁ ହତ୍ୟା କଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୧: ବେଙ୍ଗାଲୁରୁରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି; ଏଥିରେ ୭ବର୍ଷର ଜଣେ ବାଳକ ମଧ୍ୟ…

ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମହିଳା ଆଇଆଇସି, ଘରଘର ବୁଲି…

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ଦୁଃଖ ଆଣି ଦେଇଛି ବାତ୍ୟା ଅର୍ଣ୍ଣବ। ବାତ୍ୟା ଓ ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଚାଳ ଛପର ଆଜବେଷ୍ଟସ୍‌ ଉଡ଼ିଯାଇଛି। ଅଧିକାଂଶ…

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର, ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩୦ ଦିନର ବୋନସ

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୨୫-୨୦୨୬ ବର୍ଷ ପାଇଁ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?