ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା ପୋଲିସର ତତ୍ପରତା ଯୋଗୁଁ ବିଭିନ୍ନ ସାଇବର ଠକେଇ ମାମଲାରେ  ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଅର୍ଥରାଶି ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ଜଣାପଡ଼ିଛି।

ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ଏନେଇ ସୂଚନା ଦେଇଥିଲେ। ଓଡ଼ିଶା ପୋଲିସ ସାଇବର ସଚେତନତା ଓ ସାଇବର ଅପରାଧର ତଦନ୍ତକୁ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ। ଆଧୁନିକ ତଦନ୍ତ ପ୍ରଣାଳୀରେ ପୋଲିସ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଥିବାରୁ ସାଇବର ଠକେଇ ମାମଲାରେ ତ୍ୱରିତ ପଦକ୍ଷେପ ନିଆଯାଇପାରୁଛି।

ପୋଲିସ ପକ୍ଷରୁ ସନ୍ଦିଗ୍ଧ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ବ୍ଲକ୍ କରାଯାଇଥିଲା। ପରେ ଆଇନଗତ ଓ କୋର୍ଟ ପ୍ରକ୍ରିୟା ମାଧ୍ୟମରେ ଠକେଇ ଟଙ୍କା ଉଦ୍ଧାର କରାଯାଇ  ଫେରାଇ ଦିଆଯାଇଛି।

ଏହି କ୍ରମରେ ସାଇବର ଠକେଇର ଶିକାର ହୋଇଥିବା ଶ୍ୟାମ ଦୋରାଙ୍କୁ ସମ୍ପୂର୍ଣ୍ଣ ୧୨ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ୨୬ ଲକ୍ଷ ଟଙ୍କା ହରାଇଥିବା ମାନସ କୁମାର ମୁଖୋପାଧ୍ୟାୟଙ୍କୁ ୧୨.୫ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ୮୫ ଲକ୍ଷ ଟଙ୍କାର ଠକେଇର ଶିକାର ରମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ୧୬ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ୨୬ ଲକ୍ଷ ଟଙ୍କା ହରାଇଥିବା ଅଜୟ ମିଞ୍ଜଙ୍କୁ ୪.୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ଆଉ ୧୨ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ହୋଲ୍ଡ ହୋଇ ରହିଛି। ଆଇନଗତ ପ୍ରକ୍ରିୟା ପରେ ଏହି ଟଙ୍କା ମଧ୍ୟ ମିଳିଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ଜନସାଧାରଣଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନ କରିବା, ପାସ୍‌ୱାର୍ଡ ଓ ଓଟିପି କାହାକୁ ନ ଦେବା ସହ କମ୍ ସମୟରେ ଅଧିକ ଲାଭର ଲୋଭ ଦେଖାଉଥିବା ନକଲି ବିନିଯୋଗ ଯୋଜନାଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ସାଇବର ହେଲ୍ପଲାଇନ୍‌ ୧୯୩୦ରେ ଯୋଗାଯୋଗ କରିବା କିମ୍ବା ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ କରିବାକୁ ଏସ୍‌ପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri