କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ ନଜର ଜୁଲାଇ ୨୦୨୬ର ମହଙ୍ଗା ଭତ୍ତା (Dearness Allowance DA) ବୃଦ୍ଧି ଉପରେ ରହିଛି।

ସାଧାରଣତଃ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇ ମାସରେ ମହଙ୍ଗା ଭତ୍ତା ସଂଶୋଧନ କରିଥାନ୍ତି। ଜାନୁଆରୀ ମାସର ଡିଏ ମାର୍ଚ୍ଚ-ଏପ୍ରିଲରେ ଘୋଷଣା ହେଉଥିବା ବେଳେ, ଜୁଲାଇ ମାସର ଡିଏ ସେପ୍ଟେମ୍ୱର କିମ୍ୱା ଅକ୍ଟୋବର ମାସରେ ଘୋଷଣା କରାଯାଏ। କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣିମା ଏବଂ ଓନମ ଭଳି ମୁଖ୍ୟ ପର୍ୱପର୍ୱାଣିକୁ ଦୃଷ୍ଟିରେ ରଖି କର୍ମଚାରୀ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ଡିଏ ବୃଦ୍ଧି ଘୋଷଣା ଯଥାଶୀଘ୍ର କରିବାକୁ ଦାବି କରିଛନ୍ତି।

ଅଲ ଇଣ୍ଡିଆ ଏନ୍ପିଏସ ଏମ୍ପ୍ଲୋଇଜ ଫେଡେରେସନ ଏବଂ ନ୍ୟାସନାଲ ମିଶନ ଫର୍‌ ଓଲ୍ଡ ପେନ୍ସନ ସ୍କିମ ଭାରତର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ମଞ୍ଜିତ ପଟେଲଙ୍କ ସମେତ ଅନେକ ବିଶେଷଜ୍ଞଙ୍କ କହିବାନୁସାରେ, ପର୍ୱପର୍ୱାଣି ଋତୁକୁ ଧ୍ୟାନରେ ରଖି ସରକାର ଡିଏ ଘୋଷଣାକୁ ବିଳମ୍ୱ ନକରି ଅଗଷ୍ଟ ଶେଷ ସୁଦ୍ଧା (ରକ୍ଷାବନ୍ଧନ ପାଖାପାଖି) କରିଦେବା ଉଚିତ। ରକ୍ଷାବନ୍ଧନ ଏବଂ ଓନମ ଭଳି ପର୍ୱକୁ ଆଖିଆଗରେ ରଖି ସରକାର କର୍ମଚାରୀଙ୍କ ଦରମା ଦିନେ-ଦୁଇଦିନ ପୂର୍ୱରୁ ପ୍ରଦାନ କରନ୍ତୁ ଏବଂ ଡିଏ ବୃଦ୍ଧି ମଧ୍ୟ ଶୀଘ୍ର ଘୋଷଣା କରନ୍ତୁ ବୋଲି କର୍ମଚାରୀ ସଂଗଠନଗୁଡ଼ିକ ଦାବି କରିଛନ୍ତି।

ମନେରଖନ୍ତୁ, ମହଙ୍ଗା ଭତ୍ତା ବୃଦ୍ଧି କେବଳ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ହିଁ ଲାଗୁ ହୋଇଥାଏ। ଯେପର୍ଯ୍ୟନ୍ତ ୮ମ ବେତନ ଆୟୋଗ ଲାଗୁ ହୋଇନାହିଁ, ସେପର୍ଯ୍ୟନ୍ତ ୭ମ ବେତନ ଆୟୋଗ (7th Pay Commission) ଆଧାରରେ ହିଁ ଡିଏ ଗଣନା କରାଯିବ।

ଏହା ପୂର୍ୱରୁ ମୋଦୀ ସରକାର ମାର୍ଚ୍ଚ-ଏପ୍ରିଲ୍ରେ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିଥିଲେ, ଯାହାଦ୍ୱାରା ଡିଏ ୫୮% ରୁ ବୃଦ୍ଧି ପାଇ ୬୦% ହୋଇଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ତଥ୍ୟ ଏବଂ ମହଙ୍ଗା ଦରର ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ ଏଥର ଡିଏ ୨ ରୁ ୩ ପ୍ରତିଶତ ବୃଦ୍ଧି ପାଇପାରେ। ଯଦି ସରକାର ୩% ବୃଦ୍ଧିକୁ ମଞ୍ଜୁରୀ ଦିଅନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମୋଟ ମହଙ୍ଗା ଭତ୍ତା ମୂଳ ଦରମା (Basic Salary) ର ୬୩% କୁ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?