ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି

ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ବାଜି ମାରି ନେଇଛନ୍ତି। ରାମନାଗୁଡ଼ା ମୁଖ୍ୟ ବଜାର ଅଞ୍ଚଳରେ ଶ୍ରୀଧରଙ୍କ ଘର। ବଜାରରେ ତାଙ୍କର ପରିବା ଦୋକାନ ରହିଛି। ବ୍ୟବସାୟ ସହ ସେ ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଅଛନ୍ତି। ଗରିବ ଲୋକଙ୍କ ଭଲ ମନ୍ଦ ବୁଝି ଅସୁବିଧା ସମୟରେ ପାଖରେ ଠିଆ ହୋଇଥାଏ। ତେଣୁ ଲୋକେ ଆଜି ଜିତାଇଛନ୍ତି ବୋଲି ଶ୍ରୀଧର କହିଛନ୍ତି। ବ୍ଲକ ସଭାପତିଭାବେ ୧୫ ବର୍ଷ ଲୋକଙ୍କ ପାଇଁ କାମ କରିଛି। ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ହେବାପରେ ଲୋକେ ଭୋଟ ଦେଇ ସମର୍ଥନ ଜଣାଇଛନ୍ତି। ଲୋକଙ୍କ ସମସ୍ୟା ନେଇ ସରକାରଙ୍କ ପାଖରେ ରଖିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ...

ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ

ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ମନୁଶୁ ପଞ୍ଚାୟତର...

ସିଏଏ, ଏନ୍‌ଆରସି ବିରୋଧରେ ରାୟଗଡ଼ାରେ ଭାରତବନ୍ଦ ଡାକରା

ରାୟଗଡ଼ା ଅଫିସ,୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏନ୍‌ଆରସି ଏବଂ ସିଏଏ ବିରୋଧରେ ରାଷ୍ଟ୍ରବ୍ୟାପୀ ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାୟଗଡ଼ାରେ ଏହା ପାଳନ...

ସବୁଠି ସାମାଜିକ ଦୂରତାକୁ ବେଖାତିର

  ଟିକିରି,୪ା୫: ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ...

ମୃତଦେହ ନେଇ ଆମ୍ବୁଲାନ୍ସ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ରାୟଗଡା ଅଫିସ,୧୩।୮: ରାୟଗଡ଼ା ଜିଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।...

କାଶୀପୁର ପରେ ଅନ୍ୟ ବ୍ଲକକୁ ବ୍ୟାପୁଛି: କଲ୍ୟାଣସିଂହପୁରରେ ୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାୟଗଡ଼ା ଅଫିସ,୨୯ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ନିୟନ୍ତ୍ରଣକୁ ଆସି ନ ଥିବାବେଳେ ନିକଟସ୍ଥ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଲାଣି। ବୁଡ଼ାଗୁଡ଼ା ପଞ୍ଚାୟତରୁ ୮...

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ...

ଜୀବିକା ନେଇ ହତାଶ ୭୨୫ ମତ୍ସ୍ୟଜୀବୀ

କୋଲାବନଗର,୨୯ା୪(ଡି.ଏନ୍‌.ଏ.): ମାଛଚାଷକୁ ନେଇ ସ୍ବାବଲମ୍ବୀ ହୋଇଥିବା ଅପରକୋଲାବ ବିସ୍ଥାପିତ ପରିବାରର ୭୨୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଅନିଶ୍ଚିତତା ଭିତରେ ରହିଛି। ଜୟପୁର ମତ୍ସ୍ୟ...

Advertisement
Archives

Model This Week