ଶିକାରୀଙ୍କ ଗୁଳିରେ ସବୁଜ ବାହିନୀ କର୍ମଚାରୀ ଗୁରୁତର

ବାରିପଦା ଅଫିସ/ଖୁଣ୍ଟା/ଉଦଳା, ୨୪।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ତଥା ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ଅଞ୍ଚଳରେ ଗୁରୁବାର ଶିକାରୀଙ୍କ ଗୁଳିରେ ଜଣେ ସବୁଜବାହିନୀ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ସୁନାରାମ ସିଂ। ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଅଁା ଲଗାଇ ଦିଆଯାଉଥିବାରୁ ୫ ବନ କର୍ମଚାରୀଙ୍କ ସମେତ ସବୁଜ ବାହିନୀ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ମୁହଁାମୁହିଁ ହେବାରୁ ଏହି ଘଟଣା ଘଟିଥିଲା। ଧରାପଡ଼ି ଯିବା ଭୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଦେଶୀ ବନ୍ଧୁକ ସାହାଯ୍ୟରେ ଆଖିବୁଜା ଗୁଳି ଚଳାଇଥିଲେ। ପାଟ୍ରୋଲିଂରେ ଥିବା ସବୁଜ ବାହିନୀ କର୍ମଚାରୀ ସୁନାରାମଙ୍କ ଦୁଇ ଜଙ୍ଘରେ ୩ରୁ ଅଧିକ ଗୁଳି ବାଜିଥିବା ବେଳେ ଶିକାରୀମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବନ କର୍ମଚାରୀମାନେ ଆହତ ସୁନାରାମଙ୍କୁ ଉଦ୍ଧାର କରି ପ୍ରଥମେ ଉଦଳା ଓ ପରେ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ଫେରାର ହୋଇ ଯାଇଥିବା ଶିକାରୀମାନେ ୨ଟିି କୁଟାରୀ ଶିକାର କରିଥିବା ବନକର୍ମଚାରୀ କହିଛନ୍ତି। ଏ ସଂକ୍ରାନ୍ତରେ ବନବିଭାଗ ପକ୍ଷରୁ ଉଦଳା ଥାନାରେ ଏତଲା ଦିଆଯାଇଥିବା ଡୁକୁରା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri