ଲୁଙ୍ଗି-ନାଇଟି ପିନ୍ଧି ବାହାରେ ନ ବୁଲିବାକୁ ମନା କଲେ ଗ୍ରେଟର ନୋଏଡା ସୋସାଇଟି, ସୋସିଆଲ ମିଡ଼ିଆରେ ଭାଇରାଲ…

ଗ୍ରେଟର ନୋଏଡା,୧୪।୬ : ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟ ସୋସାଇଟିର ଏକ ନିର୍ଦ୍ଦେଶ ଏବେ ଚର୍ଚ୍ଚାରେ ରହିଛି। ସୋସାଇଟିର ଏକ ବିଜ୍ଞପ୍ତି ହେଡଲାଇନରେ ରହିଛି। ଲୋକମାନଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ବୁଲିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଗ୍ରେଟର ନୋଏଡାର ଫାଇ ୨ ପିକେଟ ୪ ହିମସାଗର ଆପାର୍ଟମେଣ୍ଟ ଏହି ନିର୍ଦ୍ଦେଶ ଜାରି କରିଛି। ତେବେ ଏହି ଆଦେଶକୁ ବିରୋଧ କରାଯାଉଛି। ସୋସାଇଟିର ନିର୍ଦ୍ଦେଶ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବର୍ଡର ରୋଡ ସଂଗଠନର ଅବସରପ୍ରାପ୍ତ ଏବଂ ସେବା କରୁଥିବା ବ୍ୟକ୍ତିମାନେ ଏହି ସୋସାଇଟିରେ ରୁହନ୍ତି। ଆରଡବ୍ଲୁଏ ଅଧିକାରୀଙ୍କ ତରଫରୁ କୁହାଯାଇଛି ବାହାରେ ବୁଲିବା ସମୟରେ ସମସ୍ତେ ସେମାନଙ୍କ ଆଚରଣ ଏବଂ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ନ ବୁଲିବାକୁ ଅନୁରୋଧ କରାଯାଛି। ଯାହା ଘରର ପୋଷାକ ଅଟେ। ସୋସାଇଟିର ଅଫିସ ଧାରକମାନେ ଏହା ମଧ୍ୟ କହିଛନ୍ତି ମହିଳାମାନଙ୍କ ଠାରୁ କ୍ରମାଗତ ଅଭିଯୋଗ ଆସୁଥିଲା। ଏହା ପରେ ଏହି ପଦକ୍ଷେପ ନିଆଯାଇଛି।

ସୋସାଇଟିର ଆରଡବ୍ଲୁ ସଭାପତି ପି.କେ କଲରା କହିଛନ୍ତି ଅଭିଯୋଗ ଆସୁଥିଲା ଲୋକମାନେ ଘର ଭିତରେ ପିନ୍ଧୁଥିବା ପୋଷାକରେ ବାହାରେ ବୁଲିବା ଆରମ୍ଭ କରୁଛନ୍ତି। ଏହା ଏକ ଭୁଲ ପରିବେଶ ସୃଷ୍ଟି କରିଥିଲା। ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି। ଏହା ଲୋକମାନଙ୍କ ଉପରେ ବାଧ୍ୟତାମୂଳକ ଭାବେ ଲାଗୁ ହୋଇନାହିଁ।
ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟରେ ପ୍ରାୟ ୩୦୦୦ ପରିବାର ବାସ କରନ୍ତି। ସୋସାଇଟିର ଏଓଏ ମଙ୍ଗଳବାର ଏକ ଚିଠି ଜାରି କରିଛନ୍ତି। ଯେଉଁଥିରେ ଲେଖା ହୋଇଛି ଏହା ସମସ୍ତଙ୍କଠାରୁ ଆଶା କରାଯାଉଛି ଯଦି ଆପଣ ବାହାରେ ବୁଲୁଛନ୍ତି, ତେବେ ଆପଣଙ୍କର ଆଚରଣ ଏବଂ ପୋଷାକର ବିଶେଷ ଯତ୍ନ ନିଅନ୍ତୁ, ଯାହାଫଳରେ କେହି କିଛି ଆପତ୍ତି କରିବାର ସୁଯୋଗ ପାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri