
ଫେବୃଆରୀ ୧୪ ଅର୍ଥାତ୍ ଆସନ୍ତାକାଲି ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯିବ। ଏହି ଦିନଟି ପ୍ରେମୀଯୁଗଳଙ୍କ ପାଇଁ ସ୍ବତନ୍ତ୍ର। ଏହି ଦିନ ନିଜ ପ୍ରିୟଜନଙ୍କ ନିକଟରେ ନିଜର ଭାବନା ପ୍ରକାଶ କରିବାର ସୁଯୋଗ ମିଳିଥାଏ।
ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକା ଏବଂ ପ୍ରେମିକ ପରସ୍ପର ସହିତ ସମୟ ବିତାନ୍ତି। ସେମାନଙ୍କୁ ଏକାଠି ବୁଲୁଥିବାର ଦେଖି ସିଙ୍ଗଲ୍ମାନଙ୍କ ହୃଦୟକୁ କଷ୍ଟ ହୋଇଥାଏ। କାରଣ ସେମାନଙ୍କ ସହିତ ଏମିତି ହାତ ଧରି ବୁଲିବା ପାଇଁ କେହି ନ ଥାନ୍ତି।
କିନ୍ତୁ ଭାଲେଣ୍ଟାଇନ୍ସ ଡେ’ରେ ସିଙ୍ଗଲ୍ମାନଙ୍କ ପାଇଁ ଏକ ବଡ଼ ଅଫର୍ ଆସିଛି। ଏହି ଦିନ ଭଡାରେ ପ୍ରେମିକା/ପ୍ରେମିକ ସହ ସମୟ ବିତାଇବା ପାଇଁ ସୁଯୋଗ ମିଳୁଛି।
ଏପରି ଏକ ସେବା ଭାରତର ପଡ଼ୋଶୀ ଦେଶ ଚାଇନାରେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ୨୦ ମିନିଟ ପାଇଁ ୧୦ ଟଙ୍କା ଚାର୍ଜ ଦେବାକୁ ପଡୁଛି। ଏହି ସେବା କେବଳ ମଲ୍ଡ଼ିକରେ ଉପଲବ୍ଧ। ଭଡାଟିଆ ପ୍ରେମିକାକୁ ବାହାରକୁ ନେଇଯିବାର କୌଣସି ଅନୁମତି ନାହିଁ।
କିନ୍ତୁ ଏବେ ଅନଲାଇନ ଯୁଗରେ ସବୁକିଛି ଅନଲାଇନ ହୋଇଯାଇଛି। ତେଣୁ ପ୍ରେମିକ ଏବଂ ପ୍ରେମିକାଙ୍କୁ ଭଡ଼ା ଦେବାର ସେହି ସେବା ମଧ୍ୟ ଅନଲାଇନ ହୋଇଗଲାଣି। ଏହି ସେବା ଚାଇନା ଏବଂ ଜାପାନରେ ବହୁତ ମିଳିବ।
୨୦୨୪ରେ ଭାରତରେ ପ୍ରେମିକଙ୍କୁ ଭଡ଼ାରେ ନେବାର ସେବା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହରରେ ଏପରି ସେବା ଆରମ୍ଭ ହୋଇଥିଲା। କିନ୍ତୁ ଡେଟିଂ ଆପ ଆସିବା ପରଠାରୁ, ଏହି ପ୍ରକାରର ସେବା ପ୍ରାୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଭାରତରେ ଏପରି ସକ୍ରିୟ ସେବା ଦେଖାଯାଉନାହିଁ।