ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜିନ୍‌ର ପ୍ରତିଯୋଗୀ ପରାଗ କାନସାରାଙ୍କ ବୁଧବାର ନିଧନ ହୋଇଛି। ଏନେଇ ପରାଗଙ୍କ ବନ୍ଧୁ ତଥା ଲୋକପ୍ରିୟ କମେଡିଆନ ସୁନୀଲ ପାଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଏକ ଭିଡିଓ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ପରାଗ ଗୁଜରାଟ ବଡୋଦରାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ ଶୋ’ରୁ ଏକ ନୂଆ ପରିଚୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି

ବଲିଉଡ୍‌ କଳାକାରମାନେ ପ୍ଲାଷ୍ଟିକ୍‌ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା...

ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ରେ ଗୃହୀତ ହେଲା ଦିଶା ବିଲ୍‌: ବଳାତ୍କାର ଅଭିଯୁକ୍ତଙ୍କୁ ୨୧ ଦିନରେ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ,୧୩।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ ଦିଶା ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶୁକ୍ରବାର ବିଧାନସଭାରେକ ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ...

ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି...

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ...

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ଧରାହେଲା ଗୁପ୍ତଚର ପାରା

ଶ୍ରୀନଗର,୨୬ା୫: ଜମ୍ମୁ-କଶ୍ମୀରର କଠୁଆ ଜିଲାରୁ ସ୍ଥାନୀୟ ଲୋକେ ଏକ ଗୁପ୍ତଚର ପାରାକୁ ଧରିଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପାରା ହୀରାନଗର ସେକ୍ଟରରେ ଉଡୁଥିବାବେଳେ ମନ୍ୟାରି ଗ୍ରାମର...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…

ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ...

Advertisement
Archives

Model This Week