ବଡ଼ ପ୍ରୟାସ: କ୍ୟୁଆର୍‌ କୋଡ୍‌ ସ୍କାନ କଲେ ମିଳୁଛି ଗଛର ବିବରଣୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ପ୍ରାଣୀ ଓ ଉଦ୍ଭିଦ ଜଗତ ପରସ୍ପର ପରିପୂରକ। ବୃକ୍ଷ ନ ରହିଲେ ପ୍ରାଣୀଜଗତ ତିଷ୍ଠି ରହିପାରିବ ନାହିଁ। ଅମ୍ଳଜାନ ବୃକ୍ଷଲତାଠାରୁ ଆସିଥିବା ବେଳେ କ୍ଷତିକାରକ ଅଙ୍ଗାରକାମ୍ଳକୁ ବୃକ୍ଷ ଗ୍ରହଣ କରିଥାଏ। ଉଦ୍ଭିଦ ଜଗତରେ ରହିଛି ଲକ୍ଷାଧିକ ପ୍ରଜାତିର ଔଷଧୀୟ ବୃକ୍ଷ। ସେଗୁଡ଼ିକର ବ୍ୟବହାର ବା ଔଷଧୀୟ ପ୍ରୟୋଗ ପାଇଁ ଅଧ୍ୟୟନ ସହ ସଂରକ୍ଷଣ ମଧ୍ୟ ଜରୁରୀ।

ଏହି ବିଷୟରେ ଅଧ୍ୟୟନ ପରେ କଳାହାଣ୍ଡି ଜିଲା ମା’ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ସ୍ବର୍ଗତ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଉଦ୍ୟମ ଓ ବଟ୍‌ନୀ ବିଭାଗ ମୁଖ୍ୟ ଡ଼. ଘନଶ୍ୟାମ ବେହେରାଙ୍କ ପ୍ରୟାସରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ୧୦୦ଟି ଗଛରେ କ୍ୟୁଆର୍‌ କୋଡ ଲଗାଯାଇଛି। ଆଗକୁ ଆହୁରି ୫୦୦ଟି ଗଛରେ କ୍ୟୁଆର୍‌ କୋଡ ଲାଗିବ।

ସ୍ମାର୍ଟ ଫୋନରେ ଏହାକୁ ସ୍କାନ କଲେ ଗଛର ଓଡ଼ିଆ, ହିନ୍ଦୀ, ଇଂଲିଶ ଓ ବଟାନିକାଲ ନାମ, ବୃକ୍ଷର ଔଷଧୀୟ ଗୁଣ, କାର୍ଯ୍ୟ, ଉପକାରିତା ବିଷୟରେ ଜଣେ ସହଜରେ ଜାଣିପାରିବ। ଗଛକୁ କ୍ୟୁଆର୍‌ କୋଡିଂ କରିବା ଏକ ସୁନ୍ଦର ବ୍ୟବସ୍ଥା, ଯାହା ମାଧ୍ୟମରେ ଡିଜିଟାଲ ଉପାୟରେ ବୃକ୍ଷ ସମ୍ପର୍କରେ ତଥ୍ୟ ହାସଲ କରିହେବ। ନୂଆ ପିଢ଼ିର ଛାତ୍ରୀଛାତ୍ର ବୃକ୍ଷର କ୍ୟୁଆର ସ୍କାନ କରି ଗଛଗୁଡ଼ିକର ଉପକାରିତା ବିଷୟରେ ଜାଣିବା ଦ୍ବାରା ବୃକ୍ଷର ସଂରକ୍ଷଣ ହୋଇପାରିବ।

ଅନେକ ପ୍ରଜାତିର ବୃକ୍ଷଲତା, ଗୁଳ୍ମ ଧୀରେଧୀରେ ଲୁପ୍ତ ହେବାକୁ ଯାଉଛି। ଆଉ ଯେଉଁମାନେ ଏହିସବୁ ଗଛପତ୍ରକୁ ଚିହ୍ନିଛନ୍ତି ସେମାନେ ମଧ୍ୟ ଆଗକୁ ନ ଥିବେ। ତେଣୁ ସେମାନେ ବଞ୍ଚିଥିବା ସମୟରେ ବୃକ୍ଷଲତାକୁ ଚିହ୍ନଟ କରାଯାଇ ସରକାରୀସ୍ତରରେ ହେଉ କି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ କ୍ୟୁଆର୍‌ କୋଡ ଲଗାଇବା ବ୍ୟବସ୍ଥା କଲେ ବୃକ୍ଷଗୁଡ଼ିକର ପରିଚୟ ଲୋକଲୋଚନକୁ ଆସିବା ସହ ଗଛଠାରୁ ଲୋକେ ଅନେକ ସୁଫଳ ପାଇପାରିବେ ଭାବି ଏହି ଅଭିନବ ବ୍ୟବସ୍ଥାକୁ ସ୍ବର୍ଗତ ପ୍ର. ଶତପଥୀ କାର୍ଯ୍ୟକାରୀ କରିଥିଲେ ବୋଲି ବଟ୍‌ନି ବିଭାଗ ମୁଖ୍ୟ ଡ. ବେହେରା କହିଛନ୍ତି।

ଗଛରେ କ୍ୟୁଆର୍‌ କୋଡ ପ୍ରଥମେ ଇଂଲଣ୍ଡର ଦକ୍ଷିଣ ଲଣ୍ଡନର କ୍ୟୁରେ ଅବସ୍ଥିତ ରୟାଲ ବଟାନିକାଲ ଗାର୍ଡେନରେ ୨୦୧୧ରେ ବ୍ୟବହାର ହୋଇଥିଲା। ଏହା ହେଉଛି ପୃଥିବୀର ଏକ ବୃହତ୍ତମ ଗାର୍ଡେନ ଯେଉଁଠି ୩୦,୦୦୦ ପ୍ରକାରର ବୃକ୍ଷ ରହିଛି।

ଭାରତରେ ପ୍ରଥମେ କେରଳରେ ଅବସ୍ଥିତ ଥାଲାସେରି ହେରିଟେଜ ଗାର୍ଡେନରେ ୨୦୧୩ ମସିହାରେ କ୍ୟୁଆର୍‌ କୋଡ ଲାଗିଥିଲା, ଯାହାକୁ ପର୍ଯ୍ୟଟକ ଉପଯୋଗ କରି ବୃକ୍ଷ ବିଷୟରେ ଜାଣିପାରୁଛନ୍ତି। ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟଠାରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରେ କ୍ୟୁଆର୍‌ କୋଡ ଲାଗି ସଂରକ୍ଷିତ କରାଯିବା ଏକ ଉପଲବ୍ଧି। ଏହି ଦିଗରେ ବଟାନି ବିଭାଗ ମୁଖ୍ୟଙ୍କ ସମେତ ଅଧ୍ୟାପକ ଗଣନାଥ ବାଗ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି।

କ୍ୟାମ୍ପସର ବିଭିନ୍ନ ବୃକ୍ଷରେ କ୍ୟୁଆର୍‌ କୋଡ ଲାଗିବା ଦ୍ବାରା ଛାତ୍ରୀଛାତ୍ର ଓ ଗବେଷଣାରତ ବିଦ୍ୟାର୍ଥୀମାନେ ଅନେକ ବୃକ୍ଷ ସମ୍ପର୍କରେ ଅବଗତ ହେଉଛନ୍ତି। ସବୁ ବଟାନିକାଲ ଗାର୍ଡେନ, ରାସ୍ତାକଡ଼ରେ ଥିବା ବୃକ୍ଷ, ଜଙ୍ଗଲ ପାଶର୍‌ବରେ ଥିବା ଗଛମାନଙ୍କରେ କ୍ୟୁଆର୍‌ କୋଡ ଲଗାଇବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?