ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଅଙ୍ଗୁର

ଅଙ୍ଗୁରରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଏହାକୁ ନିୟମିତ ଖାଇଲେ ତାହା କେତେକାଂଶରେ ସଂକ୍ରମଣ ଆଶଙ୍କା ଦୂର କରିଥାଏ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ପ୍ରକାଶ କରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ ସଂକ୍ରମଣଜନିତ ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଅଙ୍ଗୁର ଖାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରରେ ଏହାର କେଉଁ ପ୍ରକାର ପ୍ରଭାବ ସେମାନଙ୍କର ସଂକ୍ରମଣ ଉପରେ ପଡୁଛି ତାହାକୁ ନିରୀକ୍ଷଣ ମଧ୍ୟ କରିଥିଲେ। ଏହାଦ୍ୱାରା ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତଙ୍କଠାରେ ସଂକ୍ରମଣ କମୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇଲେ ତାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖେ। ସବୁଠାରୁ ଖାସ୍‌ କଥା ହେଲା, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ। ଅଙ୍ଗୁରରେ ଭିଟାମିନ୍‌ ‘କେ’, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଭରି ରହିଛି। ଏହା ମଧ୍ୟ ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 2026: ସନ୍ଧ୍ୟା ୫ଟା ସୁଦ୍ଧା ୯୦% ମତଦାନ

କୋଲକାତା,୨୩।୪: 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୁଣି ଥରେ ଦେଶର ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର ଆସିଥିବା…

ଗଞ୍ଜାମରେ ବଢ଼ିଲା ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଛତ୍ରପୁର,୨୩।୪(ଦିଲ୍ଲୀପ ସାମଲ): ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ପୁଣି…

ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ…

ମମତା ଦିଦିଙ୍କ ଖେଳ ଶେଷ ହୋଇଛି: ଯୋଗୀ

ଚକଦହା,୨୩।୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ପଶ୍ଚିମବଙ୍ଗର ଚକଦହାରେ ଆୟୋଜିତ ଏକ ସାଧାରଣ…

୨୦୨୬ ଶେଷ ସୁଦ୍ଧା ଟ୍ରମ୍ପଙ୍କୁ ମିଳିବ ଦୁଇଟି ଖରାପ ଖବର? ମେଲାନିଆଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ଓ୍ବାଶିଂଟନ,୨୩।୪: ୨୦୨୬ ମସିହାର ଆରମ୍ଭ ଯେପରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିସ୍ଫୋରକ ଥିଲା, ସେହିପରି ବର୍ଷର ଶେଷ ମଧ୍ୟ ସମାନ ଭାବରେ ଭୟଙ୍କର ହୋଇପାରେ। ଇରାନ ସହିତ…

ମେ ୧ରୁ ଆରମ୍ଭ ହେବାକୁ ଯାଉଛି ଖପ୍ପର ଯୋଗ, ଏହି ୪ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ…

ଜ୍ୟୋତିଷ ଶାସ୍ତ୍ରର ନୀତି ଅନୁସାରେ, ୨୦୨୬ ମଇ ମାସର ଆରମ୍ଭ କିଛି ରାଶି ପାଇଁ ଉତ୍ଥାନ-ପତନ ସହିତ ଆରମ୍ଭ ହେବାର ଆଶା କରାଯାଉଛି। ୧ ମଇ ଠାରୁ…

CSKକୁ ମିଳିଲା ଆୟୁଷଙ୍କ ରିପ୍ଲେସମେଣ୍ଟ: IPL 2026 ମଧ୍ୟରେ ଚେନ୍ନାଇରେ ପହଞ୍ଚିଲେ ପୂର୍ବତନ MI ଖେଳାଳି

ନୂଆଦିଲ୍ଲୀ,୨୩।୪: ଚେନ୍ନାଇ ସୁପର କିଙ୍ଗସ ଆୟୁଷ ମହାତ୍ରେଙ୍କ ବଦଳରେ ଜଣେ ଖେଳାଳିଙ୍କୁ ପାଇଛି। ମହାତ୍ରେଙ୍କ ସ୍ଥାନରେ CSK ୩୨ ବର୍ଷୀୟ ଦ୍ରୁତ ବୋଲର ଆକାଶ ମାଧୱାଲଙ୍କୁ ନିଜ…

RCB ପ୍ଲେୟାରଙ୍କୁ ନେବ CSK! IPLରେ ଜଣେ ଖେଳାଳିଙ୍କୁ ଋଣରେ ନେବାରେ କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: IPL 2026 ରେ ଖେଳାଳିଙ୍କ ଆଘାତର ଧାରା ଅବିରତ ଜାରି ରହିଛି। ଏହା ମଧ୍ୟରେ, ଚେନ୍ନାଇ ସୁପର କିଙ୍ଗସ ନିଜକୁ ଏକ ବଡ଼ ସଙ୍କଟରେ ପକାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri