ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ କର୍ମଚାରୀ ଅସତ୍‌ ଉପାୟ ଅବଲମ୍ବନ କରି ସେହି ଅନୁଦାନକୁ ଆତ୍ମସାତ କରୁଛନ୍ତି। ଏପରିକି ଅନୁଦାନ ଲୁଟିବା ପାଇଁ ସରକାରଙ୍କୁ ଭୁଲତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏ ବାବଦରେ ଉଚ୍ଚ ପଦାଧିକାରଙ୍କ ନିକଟରେ ଅଭିଯୋଗ ହେଉଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରତି କାମରେ ମୋଟା ଅଙ୍କର ପିସି କାରବାର ସହିତ ରାଜନୈତିକ ଚାପ ଯୋଗୁ ଅଧିକାରୀମାନଙ୍କ ମୁହଁ ବନ୍ଦ ରହୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରୁ ଏପରି ଅଭିଯୋଗ ସାମ୍‌ନାକୁ ଆସିଛି।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକର ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ନାନା ଉପାୟରେ ସରକାରୀ ଅନୁଦାନ ଲୁଟିବାରେ ଲାଗିପଡିଛନ୍ତି। ଉଦୟପୁର ପଞ୍ଚାୟତରେ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଏକାଧିକ ଘର ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଫଟୋ ଏଡିଟିଂ କରି ତାହାକୁ ସମ୍ପୂର୍ଣ୍ଣ ଦର୍ଶାଯାଉଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତ କରାଯାଉନାହିଁ। ଏପରି କି ବିଭାଗୀୟ ଅଧିକାରୀମାନେ ହିତାଧିକାରୀଙ୍କ ପାଖକୁ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ସେହିପରି ସମାନ ଫଟୋକୁ ଦୁଇ ଦୁଇ ଜଣ ହିତାଧିକାରୀଙ୍କ ଆଇଡିରେ ଅପ୍‌ଲୋଡ କରି ଅନୁଦାନ ଆତ୍ମସାତ୍‌ କରାଯାଉଛି। ଆବାସ ଯୋଜନାର ପ୍ରୋତ୍ସାହନ ରାଶି ଆତ୍ମସାତ୍‌ କରିବା ପାଇଁ ଘରର ଲିନେଟଲ ଢଳେଇ ପଡ଼ିବାର ୩ ଦିନ ପରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଯାଇଛି । ଉଦାହରଣ ସ୍ବରୂପ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସୁଦେବ ମହାକୁଡ ୧୧ ଜାନୁୟାରୀ ୨୦୨୧ରେ ଲିନ୍‌ଟେଲ ଢଳେଇ କରିଥିବା ବେଳେ ଜାନୁୟାରୀ ୧୪ ( ୩ ଦିନ ପରେ)ରେ ଗୃହ ନିର୍ମାଣ ଶେଷ ହୋଇଥିବା ଫଟୋ ଅପ୍‌ଲୋଡ କରାଯାଇଛି । ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଆଇଜିଏସ୍‌) କାମକୁ ମେଶିନରେ କରି କାମ ଶେଷ ହେବାର କିଛି ଦିନ ପରେ ସମାନ ଲୋକଙ୍କ ଫଟୋକୁ ବିଭିନ୍ନ ପ୍ରକଳ୍ପର ଆଇଡିରେ ଅପ୍‌ଲୋଡ କରାଯାଉଛି। ଉଦୟପୁର ପଞ୍ଚାୟତରେ ଗତ ୧୩ ତାରିଖରେ ୧୦ ଜଣ ଶ୍ରମିକଙ୍କ ଫଟୋକୁ ଦୁଇଟି ପ୍ରକଳ୍ପରେ ଅପ୍‌ଲୋଡ କରି ୨୦୦ ଜଣ ଶ୍ରମିକଙ୍କ ଅନୁଦାନ ଲୁଟ ହୋଇଥିବା ଅଭିଯୋଗ ହେଉଛି । ତେବେ ତଳସ୍ତରରେ ଜିଆରଏସ୍‌ ଏହି ଜିଓ ଟ୍ୟାଗ୍‌ କାର୍ଯ୍ୟ ଓ ଫଟୋ ଉଠାଇ ଅପ୍‌ଲୋଡ କାମ କରୁଥିବା ବେଳେ ସେମାନେ ମୋଟା ଅଙ୍କର ପିସି ନେଇ ଶ୍ରମିକମାନଙ୍କ ଟଙ୍କାକୁ ଲୁଟୁଛନ୍ତି। ଏପରି କି ଜିଆରଏସ୍‌ମାନେ ଚାକିରୀ ପାଇବା ପରେ ବହୁ ସମ୍ପତ୍ତିର ଅଧିକାରୀ ହେଉଥିବା ଅଭିଯୋଗ ହେଉଛି। ସମାନ ଫଟୋ ଅପ୍‌ଲୋଡ ଓ ଅନୁଦାନ ଲୁଟ ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ମୁଁ ନିଜେ ଏସବୁର ତଦନ୍ତ କରି ବୁଝିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri