Posted inରାଜ୍ୟ

ହିସାବ ନ ଦେଇ ଅନୁଦାନ ବୋହୁଛନ୍ତି

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ କରୁଛନ୍ତି। ସେହି ଅର୍ଥରୁ ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ହିସାବ ରଖୁନାହାନ୍ତି। ବିନିଯୋଗ ପ୍ରମାଣପତ୍ର (ୟୁସି) ମଧ୍ୟ ଦାଖଲ କରୁନାହାନ୍ତି। ଗତ ୧୭ ବର୍ଷ ଧରି ଏଭଳି ଧାରା ଜାରିରହିଛି। ୨୦୨୦ ଜୁନ୍‌ ୩୦ ସୁଦ୍ଧା ବିଭାଗଗୁଡ଼ିକ ୧୬,୩୦୧.୬୮ କୋଟି ଟଙ୍କାର ୟୁସି ଦାଖଲ କରିନାହାନ୍ତି। ସେହି ଅର୍ଥ କେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଛି କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ୍‌ ବେଳେ ତାହାର କିଛି ଥଳକୂଳ ପାଇନାହାନ୍ତି। କେବଳ ସେତିକି ନୁହେଁ ୨୦୦୩-୦୪ରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ବିଭାଗ ୩୬,୧୯୩.୮୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବା ସିଏଜି ଦର୍ଶାଇଛନ୍ତି। ବିତ୍ତୀୟ ପରିଚାଳନାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଉପରେ ସିଏଜି ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ବ୍ୟକ୍ତିଗତ ଜମା (ପିଡି) ଆକାଉଣ୍ଟରେ ରଖାଯାଇଥିବା ବହୁକୋଟି ଟଙ୍କା ଆତ୍ମସାତ କିମ୍ବା ଜାଲିଆତି ହେବା ନେଇ ସିଏଜି ଆଶଙ୍କା କରିଛନ୍ତି।
ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୧୩,୭୫୩.୨୫ କୋଟି ଟଙ୍କାର ୟୁସି ଦାଖଲ କରି ନ ଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ୬,୪୩୬.୮୩ କୋଟି, ଯୋଜନା ଓ ସଂଯୋଜନ ବିଭାଗ ୨,୯୬୩.୧୭ କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗ ୨,୯୬୧.୧୪ କୋଟି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨,୫୫୩.୧୭ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ୧୦ଟି ପ୍ରମୁଖ ବିଭାଗ ୧୦ ବର୍ଷ ହେବ ୧,୩୮୮.୭୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୪୦୩.୩୩ କୋଟି ଟଙ୍କାର ୟୁସି ବକେୟା ରଖିଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ୩୧୭.୯୦, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୧୮.୬୭, ଯୋଜନା ଓ ସଂଯୋଜନ ବିଭାଗ ୨୧୪.୩୫, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ୯୦.୪୯, ଶକ୍ତି ୫୮.୨୫, ପର୍ଯ୍ୟଟନ ଓ ସଂସ୍କୃତି ୧୯.୧, ଉଚ୍ଚଶିକ୍ଷା ୧୬.୨୧, ବିଦ୍ୟାଳୟ ଓ ଗଣଶିକ୍ଷା ୧୪.୧୯ ଏବଂ କୌଶଳ ବିକାଶ ବିଭାଗ ୧୦.୬୪ କୋଟି ଟଙ୍କାର ଖର୍ଚ୍ଚ ହିସାବ ଦେଇନାହାନ୍ତି। ଦୀର୍ଘବର୍ଷ ହେବ ବିଭାଗଗୁଡ଼ିକ ୟୁସି ଦେଉ ନ ଥିବାରୁ ଅର୍ଥ ବିଭାଗ ୨୦୧୩ ଡିସେମ୍ବର ୪ରେ ଟାଟା କନ୍‌ସଲଟାନ୍ସି ସହିତ ଏକୀକୃତ ଅର୍ଥ ପରିଚାଳନା ପ୍ରଣାଳୀ (ଆଇଏଫ୍‌ଏମ୍‌ଏସ୍‌) ମଡ୍ୟୁଲ କାର୍ଯ୍ୟକାରୀ କରିବା ପାଇଁ ଏକ ଚୁକ୍ତିନାମା କାର୍ଯ୍ୟକାରୀ କରିଥିଲା। ଏହାଦ୍ୱାରା ଅର୍ଥ ବିଭାଗ ୟୁସି ଦେଉ ନ ଥିବା ବିଭାଗଗୁଡ଼ିକ ଉପରେ ନଜର ରଖି ପାରିଥାଆନ୍ତା। ୨୦୧୮ ଏପ୍ରିଲ ସୁଦ୍ଧା ଏହି ମଡ୍ୟୁଲ କାର୍ଯ୍ୟକାରୀ କରିବାକୁ ସର୍ତ୍ତ ରଖାଯାଇଥିଲା। ମାତ୍ର ୩ ବର୍ଷ ପରେ ମଧ୍ୟ ଆଇଏଫ୍‌ଏମ୍‌ଏସ୍‌ କାର୍ଯ୍ୟକାରୀ ହୋଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଏହାକୁ ବାଦ୍‌ଦେଲେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଅନୁଦାନ (ଜିଆଇ) ଆକାରରେ ଦେଇଥିବା ଅର୍ଥର ମଧ୍ୟ କୌଣସି ହିସାବ ନାହିଁ। ୨୦୧୯-୨୦ରେ ରାଜ୍ୟ ସରକାର ବିଭିନ୍ନ ଅନୁଷ୍ଠାନକୁ ୧,୬୮୮.୦୬ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ତାହାକୁ କେଉଁ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଛି, ତାହା ସ୍ପଷ୍ଟ ଉଲ୍ଲେଖ କରା ନ ଯାଇ ଅନ୍ୟାନ୍ୟ ଖର୍ଚ୍ଚ ଭାବେ ଦର୍ଶାଇବାକୁ ନେଇ ସିଏଜି ସନ୍ଦେହ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ବ୍ୟକ୍ତିଗତ ଜମା (ପିଡି) ଖାତାରେ ମଧ୍ୟ ଅନିୟମିତତା ଦେଖାଦେଇଛି। ଓଡ଼ିଶା କୋଷସଂହିତା ଅନୁଯାୟୀ ମହାଲେଖାକାରଙ୍କ ବିନାନୁମତିରେ ଗୋଟିଏ ବି ବ୍ୟକ୍ତିଗତ ଜମାଖାତା ଖୋଲାଯାଇ ପାରିବ ନାହିଁ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୮୩୦ଟି ପିଡି ଆକାଉଣ୍ଟଧାରୀଙ୍କର ୨୦,୮୯୯.୮୫ କୋଟି ଟଙ୍କା ରହିଛି। ସେଥିରୁ ୧୬,୭୫୮.୨୯ କୋଟି ଟଙ୍କା ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗୋଟିଏ ପିଡି ଆକାଉଣ୍ଟରେ ଥିବା ବେଳେ ଅବଶିଷ୍ଟ ଟଙ୍କାରୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ୧୧୫ଟି ପିଡି ଆକାଉଣ୍ଟରେ ୧୮୮୭.୯୦ କୋଟି, ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ୩୧୪ ପିଡି ଆକାଉଣ୍ଟରେ ୬୪୮.୦୭ କୋଟି, ଶିକ୍ଷାନୁଷ୍ଠାନଗୁଡ଼ିକର ୨୯୬ ପିଡି ଆକାଉଣ୍ଟରେ ୮୦.୭୬ କୋଟି, ସ୍ବାସ୍ଥ୍ୟ ଓ ବଦାନ୍ୟ ଅନୁଷ୍ଠାନର ୪ ପିଡି ଆକାଉଣ୍ଟରେ ୧୧.୨୪ କୋଟି ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଭଳି ଅନ୍ୟ ସଂସ୍ଥାର ୧୧୦ ପିଡି ଆକାଉଣ୍ଟରେ ୧,୫୧୩.୫୯ କୋଟି ଟଙ୍କା ରହିଛି। ଏହାକୁ ରାଜ୍ୟ ରାଜକୋଷକୁ ଫେରାଇବା କଥା। ମାତ୍ର ତାହା କରା ନ ଯାଇ ଉକ୍ତ ପିଡି ଆକାଉଣ୍ଟରେ ବର୍ଷ ବର୍ଷ ରହିଥିବା ଦର୍ଶାଯାଇଛି। ଏହି ସବୁ ଅର୍ଥ ଜାଲିଆତି କିମ୍ବା ଆତ୍ମସାତ୍‌ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri