Posted inଫୁରସତ

ବାଧା ଦେଇନି ବୟସ: ଦ୍ୱିତୀୟ ଥର ମାଷ୍ଟର ଡିଗ୍ରୀ ହାସଲ କଲେ ଜେଜେମା’

ପଢ଼ିବା ଏବଂ ଲେଖିବା ପାଇଁ ବୟସର କୌଣସି ସୀମା ନ ଥାଏ। ଏହାକୁ କିଛି ଲୋକ ଗମ୍ଭୀରତାର ସହ ନେଇ ନିଜ ଇଚ୍ଛାଶକ୍ତି ବଳରେ ଏହାକୁ ପ୍ରମାଣ ବି କରାଇଥାନ୍ତି। ସାଧାରଣତଃ କଲେଜ ପାଠପଢ଼ା ୨୦-୨୨ ବର୍ଷ ମଧ୍ୟରେ ଶେଷ ହୋଇଯାଏ। ଅଧିକାଂଶ ଲୋକ ଭାବନ୍ତି ସେମାନେ ୩୦ ବର୍ଷରେ ପହଞ୍ଚିବା ବେଳକୁ ଶିକ୍ଷାର ବୟସ ବି ଶେଷ ହୋଇଯାଏ। ପଢ଼ିବାକୁ ଇଚ୍ଛା ନ ଥାଏ। ମାତ୍ର ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବୟସ ନ ଦେଖି ପାଠପଢ଼ାରେ ମନ ଦିଅନ୍ତି ଆଉ ଏଥିରେ ସଫଳ ମଧ୍ୟ ହୋଇଥାନ୍ତି। ଏହି ଯେମିତି ୮୭ ବର୍ଷୀୟ ଭାରତୀୟ ମୂଳ ଜେଜେମା ଏହାକୁ ବାସ୍ତବରେ ପରିଣତ କରିଛନ୍ତି। ଯାହାକି ଦୁନିଆର ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

ଭାରତୀୟ ମୂଳ କାନାଡୀୟ ଭାର୍‌ଥା ଶନମୁଗନାଥନ ୮୭ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମାଷ୍ଟର ଡିଗ୍ରୀ ହାସଲ କରି ଇତିହାସ ରଚିଛନ୍ତି। ଏଥିପାଇଁ ସେ ଦୁନିଆର ସବୁଠାରୁ ବୟସ୍କା ମହିଳା ହୋଇପାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଅଣ୍ଟାରିଓ ବିଧାନସଭାରେ ସମ୍ମାନିତ କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହା ପୂର୍ବରୁ ମଧ୍ୟ ଭାରଥା ମାଷ୍ଟର ଡିଗ୍ରୀ କରିଥିଲେ। ଏହା ଦ୍ୱିତୀୟ ଥର। ପ୍ରଥମ ମାଷ୍ଟର ଡିଗ୍ରୀ ପାସ୍‌ କରିବା ପରେ ତାଙ୍କର ଆଗ୍ରହ ଆହୁରି ବଢ଼ିଥିଲା। ସେ କେବଳ ସୁଯୋଗକୁ ଅପେକ୍ଷା କରିଥିଲେ ବୋଲି କୁହନ୍ତି। ଏହାପୂର୍ବରୁ ସେ ୫୦ ବର୍ଷ ବୟସରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ। ଏବେ ୮୭ ବର୍ଷରେ ପୁଣି ଥରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri