ଭୂତଚାଷୀଙ୍କଠାରୁ କିଣାଯାଇଛି ଧାନ

ପଟ୍ଟାମୁଣ୍ଡାଇ,୨୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଫଲସ୍‌ ଏଣ୍ଟ୍ରି ପାଇଁ ଭୂତଚାଷୀ ନଁାରେ ପଞ୍ଜୀକରଣ ଓ ପ୍ରକୃତ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାହାର ନଜର ନାହିଁ। କଷ୍ଟ କରି ଚାଷୀ ଧାନ ଅମଳ କରୁଛନ୍ତି, ନକଲି ଚାଷୀ ନଁାରେ ଦଲାଲ ଧାନ ବିକୁଛନ୍ତି। ସମବାୟ ସମ୍ପାଦକ, ମିଲର ଓ ଯୋଗାଣ ବିଭାଗର ଭିତିରି ସମ୍ପର୍କ ଯୋଗୁ ଏଭଳି ବେଆଇନ ପଞ୍ଜୀକରଣ କରାଯାଇଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକର ଚାଷୀ ସଙ୍ଗଠକମାନେ ଅଭିଯୋଗ କରିଛନ୍ତି। ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହ ସରକାରୀ ଏମ୍‌ଏସ୍‌ପିକୁ ହରିଲୁଟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍‌ ୧୪ଟି ସମବାୟ ସମିତିରେ ଧାନକିଣାକୁ ନେଇ ସନ୍ଦେହ ଦେଖାଦେଇଛି। ଏଠାରେ ଜାଲିଆତି ହୋଇଥିବା ସ୍ଥାନୀୟ କେତେଜଣ ଚାଷୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ୧୪ ମଣ୍ଡିରେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ପାଖରୁ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନକିଣା ହେବାର ଲକ୍ଷ୍ୟ ରଖାଯାଇଥିଲା। ଗୁରୁବାର ସୁଦ୍ଧା ୧ ଲକ୍ଷ ୭୭ ହଜାର ୧୦୪ କୁଇଣ୍ଟାଲ ୧୪ କିଲୋ ଧାନ କିଣାଯାଇଛି। ୫,୮୮୩ ଚାଷୀଙ୍କ ମଧ୍ୟରୁ ଅଧିକାଂଶ ଭୂତଚାଷୀ ଧାନ ଦେଇଥିବା ପଛରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଚାଷୀମାନେ ଯେଉଁ ଅଞ୍ଚଳରେ ସେମାନଙ୍କ ଜମି କି ବାସିନ୍ଦାଗତ ପ୍ରମାଣପତ୍ର ନାହିଁ, ସେହି ଅଞ୍ଚଳର ମଣ୍ଡି ଅଧୀନରେ ନିଜ ଧାନ ବିକିବାକୁ ପଞ୍ଜୀକୃତ କରି ଧାନ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାଉଣ୍ଡ ଜିରୋରୁ ତନଖି କରିବାରୁ ଏଭଳି ତଥ୍ୟ ଜଣାପଡିଛି।
କୃଷକ ନେତା ବିଜୟ ଦାସଙ୍କ ସହ ସାନଜରିଆ ମଣ୍ଡିରୁ ଜାଣିବାକୁ ପାଇଲୁ ସମ୍ପାଦକଙ୍କ ଅନୁପସ୍ଥିତିରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଧାନ କିଣୁଛନ୍ତି। ମନଇଚ୍ଛା ଓଜନ କରି କଟ୍‌ନି ଛଟ୍‌ନି କରି ଧାନ କିଣାଯାଇଛି। ଆଉ ଚାଷୀ ସବୁ ଦେଖି ବି ଚୁପଚାପ୍‌ ଥିଲେ। କାରଣ ପାଟି ଖୋଲିଲେ ଚାଷୀଙ୍କ ଧାନ ଠିକ୍‌ ମାନର ନ ଥିବା କହି କିଣାଯାଉନି ବୋଲି ସେ କହିଥିଲେ। ସେହିପରି ବାଟରେ ଖଡିଅଣ୍ଟା ମଣ୍ଡିରେ ଚାଷୀ ନ ଥିଲେ। ଏଠାରେ ସ୍ଥାୟୀ ସମ୍ପାଦକ ନ ଥିବାରୁ ଡିଇଓ ଶଶିକାନ୍ତ ପଣ୍ଡା ବସିଥିଲେ। ଧାନକିଣା କେମିତି ଚାଲିଛି ବୋଲି ପଚାରିବାରୁ ରେଜିଷ୍ଟର ଦେଖି କହିଥିଲେ ପ୍ରାୟ ସରି ଆସିଲାଣି। ୧୨,୬୩୮ କୁଇଣ୍ଟାଲ ଟାର୍ଗେଟ ଥିଲା ୧୨,୫୫୨ କଇଣ୍ଟାଲ ଧାନ କିଣା ସରିଲାଣି। ହେଲେ କେଉଁ ଚାଷୀ ସବୁ ବିକିଛନ୍ତି ତାହାର ତଥ୍ୟ ପଚାରିଲା ବେଳକୁ ସେ ହଡ଼ବଡ଼େଇ ଯାଇଥିଲେ। ସେହିପରି ଗଁାର ଛକକୁ ଆସି ବୁଝାବୁଝି କରିବାରୁ ଜଣାପଡ଼ିଥିଲା ମଣ୍ଡିରେ ଦଲାଲ ରାଜ୍‌ ଚାଲିଛି। ଭୂତଚାଷୀ ନଁାରେ ଏଥର ଧାନକିଣା ହୋଇଛି। ଫଲ୍‌ସ ନାମ ଏଣ୍ଟ୍ରି କରାଯାଇଛି। ବହୁ ଚାଷୀ ସିଧାସଳଖ ମିଲ୍‌କୁ ନେଇ ଧାନ ଦେଇଛନ୍ତି ବୋଲି ଜଣାପଡିଥିଲା। ସେହିପରି ବଡ଼ପଡ଼ା ସମବାୟ ସମିତି ସମ୍ପାଦକ କୃଷ୍ଣଜୀବନ ଦାସ କହିଥିଲେ, ଏପରିକି ଭିଡ଼ କାରଣରୁ ସୁବିଧା ଦୃଷ୍ଟିରୁ ଚାଷୀଙ୍କ ଧାନ ଗାଡ଼ି ମଣ୍ଡିକୁ ନ ଆସି ମିଲଗୁଡ଼ିକୁ ଯାଉଛି। ଗତ ୧୯ ତାରିଖରେ ୨୩ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିଲା। ମାତ୍ର ଜିଲା ଯୋଗାଣ ବିଭାଗ କୌଣସି ଟାର୍ଗଟେ ଦେଇ ନ ପାରିବାରୁ ସେମାନେ ଧାନ ଦେବାରୁ ବଞ୍ଚତ୍ତ ହୋଇଥିଲେ। ବଡ଼ପଡ଼ା ସରପଞ୍ଚ ସୌଦାମିନୀ ସେଠୀଙ୍କୁ ପଚାରିବାରେ ପ୍ରକୃତ ଚାଷୀ ନାମ ପଞ୍ଜୀକୃତ ନ ହୋଇ ଭୂତଚାଷୀଙ୍କ ନାମରେ ପଞ୍ଜୀକୃତ ହୋଇ ଧାନ ବିକ୍ରି କରାଯାଇଛି। ଏନେଇ ଚାଷୀମାନେ ଆସି ଅଭିଯୋଗ କରିଥିଲେ। ଅନ୍ୟ ମଣ୍ଡିଗୁଡ଼ିକ ଖବର ନେବାରୁ ସବୁଠି କଟ୍‌ନି ଛଟ୍‌ନି ସାଙ୍ଗକୁ ମିଲଗୁଡ଼ିକୁ ସିଧାସଳଖ ଚାଷୀ ଧାନ ନେଇ ଯାଉଥିବା ସୂଚନା ମିଳିଛି। ଆଉ ମିଲକୁ ଗଲେ ଚାଷୀଙ୍କଠାରୁ ମନଇଚ୍ଛା ମିଲର୍ସ କୁଇଣ୍ଟାଲ ପିଛା ଧାନ କାଟୁଛନ୍ତି। ଅନ୍ୟପକ୍ଷରେ ସମବାୟ ସମିତି ଅନ୍ତର୍ଗତ ଚାଷୀମାନେ ପଞ୍ଜୀକରଣ କରି ଧାନ ବିକ୍ରି କରିବା କଥା। ମାତ୍ର ସଂସାରଫଳ, ଶ୍ୟାମସୁନ୍ଦରପୁର, ଚନ୍ଦନନଗର, କଷଣଅଣ୍ଟା, ବଡ଼ମୂଳବସନ୍ତ ପ୍ରଭୃତି ସମବାୟ ସମିତିରେ ଯେଉଁ ଚାଷୀମାନଙ୍କ ଜମି ଓ ସ୍ବତ୍ୱ ପ୍ରମାଣପତ୍ର ନ ଥିଲା ସେମାନେ ନାମ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ଅଭିଯୋଗ ହେଉଛି। ଏହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ କହିଛନ୍ତି। ଏଥିରୁ ଜଣାପଡୁଛି ଜମିଗୁଡିକ ଭେରିଫିକେଶନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ କିଭଳି ଭୂତ ଚାଷୀଙ୍କ ସମ୍ପର୍କରେ ଜାଣିପାରିଲେ ନାହିଁ ବୋଲି ସ୍ଥାନୀୟ ଚାଷୀମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ସମବାୟ ସମ୍ପାଦକ ନିଜେ ଭୂତଚାଷୀଙ୍କ ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ଜଣେ ବ୍ୟାଙ୍କ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରୁ ୪ ଥର ଜମି ଭେରିଫିକେଶନ ହୋଇଛି। ଏଭଳି ଜାଲିଆତି ହୋଇ ନ ଥିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?