ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ମଣ୍ଡପ ଭୁଶୁଡ଼ିଲା

ରାଜନଗର, ୨୫ା୩(ଡି.ଏନ୍‌.ଏ.): ରାଜନଗର ବ୍ଲକ ଖମାରସାହିଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଭକ୍ତଗୋଷ୍ଠୀ ପକ୍ଷରୁ ଆୟୋଜିତ ୫୩ତମ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତମିଳନ ଉତ୍ସବ ଶୁକ୍ରବାର ଉଦ୍‌ଘାଟନ ହୋଇଥାନ୍ତା। ହେଲେ ଏହା ପୂର୍ବରୁ କାଳବୈଶାଖୀ ତାଣ୍ଡବରେ ଅପରାହ୍ନ ୧ଟାରେ ସନାତନ ଧର୍ମ ସମ୍ମିଳନୀ ମୁଖ୍ୟ ମଣ୍ଡପ, ପ୍ରସାଦ ମଣ୍ଡପ ଟେଣ୍ଟ ସହ ବାଉଁଶ ମାଟିରେ ଶୋଇଯାଇଛି। ଅଳ୍ପ କେତେ ମିନିଟ୍‌ ମଧ୍ୟରେ ଦୀର୍ଘଦିନର ପ୍ରସ୍ତୁତି ମାଟିରେ ମିଶିଯାଇଛି।
ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଆଞ୍ଚଳିକ ଭକ୍ତ ଗୋଷ୍ଠୀ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଗୁରୁବାର ସକାଳୁ ରାଜନଗରସ୍ଥିତ ଅଭିରାମ ଆଶ୍ରମରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ରଥରେ ସ୍ଥାପନ କରାଯାଇ ନାମ ସଂକୀର୍ତ୍ତନ ଓ ଘଣ୍ଟ ପାଟୁଆ ସହ ଶତାଧିକ ଭକ୍ତଙ୍କ ଶୋଭାଯାତ୍ରାରେ ରାଜନଗର ବଜାର, ଗଁା ପରିକ୍ରମା ପରେ ମହୁଲିଆ, ଚାନ୍ଦିବାଉଁଶମୂଳ, କଣ୍ଡିରା, ଭିତରଗଡ଼, ଘଡ଼ିଆମାଳ, ଈଶ୍ୱରପୁର ପଞ୍ଚାୟତ ସହିତ ଖମାରସାହି, ଡାଙ୍ଗମାଳ ଓ କୃଷ୍ଣନଗର ପଞ୍ଚାୟତର ପ୍ରତ୍ୟେକ ଗଁା ପରିକ୍ରମା କରିବା ପରେ ଠାକୁରଙ୍କୁ ସମ୍ମିଳନୀ ସ୍ଥଳକୁ ନିଆଯାଇଥିଲା। ସମ୍ମିଳନୀ ସ୍ଥଳରେ ନିର୍ମାଣ ହୋଇଥିବା ମନ୍ଦିରରେ ଠାକୁରଙ୍କୁ ସ୍ଥାପନ କରାଯାଇଥିଲା। ଶୁକ୍ରବାର ସକାଳେ ବସୁଧା ପୂଜା, ସୂର୍ଯ୍ୟପୂଜା, ଗୋମାତା ପୂଜା ସହ ଠାକୁରଙ୍କ ନୀତି ପୂଜା କରାଯାଇଥିଲା। ମଧ୍ୟାହ୍ନରେ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। ୨ ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିସାରିଥିଲେ। ଏହି ସମୟରେ ହଠାତ୍‌ ବର୍ଷା ପବନ ତାଣ୍ଡବ ରଚିଥିଲା। କେହି କିଛି ବୁଝିବା ପୂର୍ବରୁ ମଞ୍ଚ ଭୁଶୁଡ଼ିବା ଆରମ୍ଭ କରିଥିଲା। ଖାଇବାକୁ ବସିଥିବା ଲୋକେ ଓ ମଞ୍ଚ ତଳେ ଥିବା ଲୋକେ ସୌଭାଗ୍ୟକ୍ରମେ ବାହାରକୁ ଚାଲିଆସିଥିଲେ। ପରେ ମୁଖ୍ୟ ମଣ୍ଡପ ସହ ପ୍ରସାଦ ମଣ୍ଡପ, ଭଣ୍ଡାରଘର, ଅତିଥି ଭବନ ଓ ଭକ୍ତନିବାସ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା। ଏହି ଧର୍ମ ସମ୍ମିଳନୀ ଆୟୋଜିତ ହୋଇଥିବା ବିଲରେ କାଦୁଅ ହେବା ସହ ପାଣି ଜମି ରହିଛି। କାଳବୈଶାଖୀ ସମୟରେ ଭକ୍ତମାନେ ଠାକୁରଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଇଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଠାକୁରଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାରେ ସନାତନ ଧର୍ମ ସଭା ଉଦ୍‌ଘାଟନ ହୋଇଥାନ୍ତା। ଏହି ସନାତନ ଧର୍ମସଭା ପାଇଁ ବାବାଜୀ ପରମେଶ୍ୱର ଦାସ, ବାବାଜୀ ଆମତ୍ାରାମ ଦାସ, ବାବାଜୀ ଶ୍ରୀନିବାସ ଦାସ, ବାବାଜୀ ରତ୍ନାକର ଦାସ, ବାବାଜୀ ଭୀମସେନ ଦାସ, ବାବାଜୀ ଅଖିଳାନନ୍ଦ ଦାସ, ସ୍ବାମୀ ଉଦୟନାଥ ପର୍ବତ, ସ୍ବାମୀ ତ୍ରୈଲୋକ୍ୟଶ୍ୱର ଭାରତୀ, ଚାରଣ ଉଦୟନାଥ ସାହୁ ଓ ଦିବ୍ୟଜୀବନ ସଂଘର ୨ଜଣ ବାବାଜୀ ସମ୍ମିଳନୀ ସ୍ଥଳରେ ପହଞ୍ଚି ସାରିଥିଲେ। ଏହି ଧର୍ମ ସମ୍ମିଳନୀର ସଂଯୋଜକ ଅଭୟ ବାବାଙ୍କ ସୂଚନା ମୁତାବକ, ସକାଳେ ଠାକୁରଙ୍କ ପୂଜା ନୀତି ସରିଥିଲା। ମଧ୍ୟାହ୍ନରେ ଲୋକମାନେ ପ୍ରସାଦ ସେବନ କରୁଥିଲେ। ରାତିରେ ୭ ହଜାର ଲୋକଙ୍କ ପ୍ରସାଦ ସେବନ ପାଇଁ ପରିବା କଟା ଚାଲିଥିବା ବେଳେ ପ୍ରକୃତି ଦାଉ ସାଧିଲା। ଠାକୁର ନିମନ୍ତ୍ରିତ ହୋଇ ୩ ଦିନ ପାଇଁ ଆସିଛନ୍ତି। ଆଞ୍ଚଳିକ ଭକ୍ତଗୋଷ୍ଠୀର କର୍ମକର୍ତ୍ତା ଓ ୩ ପଞ୍ଚାୟତର ମୁରବିମାନେ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ବସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri