Posted inଜାତୀୟ

ଇନ୍ଦିରା, ସୋନିଆ ବି ହରାଇଥିଲେ ସଦସ୍ୟତା

ନୂଆଦିଲ୍ଲୀ,୨୫ା୩: କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅତୀତରେ ଅନେକ ଆଇନପ୍ରଣେତା ଗୃହରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୯୭୭ର ଜରୁରିକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାହୁଲଙ୍କ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ୧୯୭୮ରେ କର୍ନାଟକର ଚିକ୍‌ମାଗଲୁର ଉପନିର୍ବାଚନରେ ଇନ୍ଦିରା ବିଜୟୀ ହୋଇ ଲୋକ ସଭାକୁ ଯାଇଥିଲେ। ନଭେମ୍ବର ୧୮ରେ ସେ ଲୋକ ସଭାରେ ପହଞ୍ଚତ୍ବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଇନ୍ଦିରାଙ୍କ ବିରୋଧରେ କ୍ଷମତାର ଦୁରୁପଯୋଗ ଓ ସରକାରୀ ଅଧିକାରୀମାନଙ୍କୁ ଅପମାନିତ କରିବା ଅଭିଯୋଗ ଆଣିଥିଲେ। ଉକ୍ତ ପ୍ରସ୍ତାବ ପାରିତ ହୋଇଥିଲା। ୭ ଦିନ ଧରି ବିତର୍କ ଚାଲିବା ପରେ ଇନ୍ଦିରାଙ୍କ ବିରୋଧରେ ସ୍ବାଧିକାର କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଇନ୍ଦିରାଙ୍କ ବିରୋଧରେ ତଦନ୍ତ କରି ମାସକ ଭିତରେ ରିପୋର୍ଟ ପ୍ରଦାନ କରିଥିଲା। ଫଳରେ ଇନ୍ଦିରାଙ୍କୁ ପାର୍ଲମେଣ୍ଟରୁ ବହିଷ୍କାର ସହ ଗିରଫ କରି ତିହାର ଜେଲକୁ ପଠାଇ ଦିଆଯାଇଥିଲା। ୧୯୮୦ରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରା ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୦୬ରେ ରାହୁଲଙ୍କ ମା’ ସୋନିଆ ଗାନ୍ଧୀଙ୍କ ବିରୋଧରେ ପାର୍ଲାମେଣ୍ଟରେ ଲାଭଜନକ ପଦବୀ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ପ୍ରସଙ୍ଗ ଉଠିଥିଲା। ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଚାଲିଥିଲା। ସୋନିଆ କଂଗ୍ରେସ ଅଧ୍ୟକ୍ଷା ଏବଂ ରାଏବରେଲି ଏମ୍‌ପି ଥିଲେ। ଏଥିସହ ଉପା ସରକାର ଗଢ଼ିଥିବା ନ୍ୟାଶନାଲ ଆଡ୍‌ଭାଇଜରି କାଉନ୍‌ସିଲର ମଧ୍ୟ ସେ ଅଧ୍ୟକ୍ଷା ଥିଲେ। ଏହାକୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ଆଖ୍ୟାଦେଇ ସୋନିଆଙ୍କୁ ଟାର୍ଗେଟ କରାଯାଇଥିଲା। ଶେଷରେ ସେ ବାଧ୍ୟହୋଇ ଲୋକ ସଭାରୁ ଇସ୍ତଫା ଦେଇଥିଲେ। ପରେ ସୋନିଆ ରାଏବରେଲିରୁ ପୁନଃ ନିର୍ବାଚିତ ହୋଇ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri