Posted inଖେଳ

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌ ଲିଚ୍‌ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ସ୍ପିନରମାନଙ୍କୁ ପ୍ରସ୍ତୁତ ରହିବାକୁ ହେବ। ତେବେ ଜ୍ୟାକ୍‌ ଏହି ଗସ୍ତରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ସେ ଭାବୁଥିବା କହିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବିଜୟରେ ଲିଚ୍‌ ଏବଂ ଡୋମ୍‌ଙ୍କ ଯୋଡି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ହେଲେ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ତାଙ୍କୁ ଗୋଟିଏ ବି ଉଇକେଟ ମିଳି ନ ଥିଲା। ସ୍ବାନ୍‌ ୨୫୫ ଟେଷ୍ଟ ଉଇକେଟ ନେଇଥିବା ବେଳେ ୬୦ ଉଇକେଟ ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶରେ ନେଇଛନ୍ତି। ଉପମହାଦ୍ୱିପରେ ସଫଳ ହେବାକୁ ହେଲେ କ’ଣ କରିବାକୁ ହେବ ଲିଚ୍‌ ଜାଣିଥିବା ସ୍ବାନ୍‌ କହିଛନ୍ତି।

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବହୁତ ଧୌର୍ଯ୍ୟର ସହ ଖେଳନ୍ତି। ଏଣୁ ସଂଯମତାର ସହ ବୋଲିଂ କଲେ ଉଇକେଟ ନିଶ୍ଚିତ ମିଳିବ। ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ଏଣୁ ଲୟ ବିଗିଡ଼ିଯାଇପାରେ। ଜ୍ୟାକ୍‌ଙ୍କୁ ସିଧା ବଲ୍‌ ପକାଇବାକୁ ହେବ। ସେ ଏଭଳି କରିପାରିଲେ ସଫଳ ହେବେ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

ଓ୍ବାର୍ନର, ବେଆରଷ୍ଟୋଙ୍କୁ ଛାଡ଼ିଲା ସନରାଇଜର୍ସ

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆରଏଚ୍‌) ପୂର୍ବତନ ଅଧିନାୟକ ତଥା ଷ୍ଟାର ଓପନର ଡେଭିଡ୍‌ ଓ୍ବାର୍ନର ଓ ଜନ୍ନି ବେଆରଷ୍ଟୋଙ୍କୁ...

କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ଯୁବରାଜ

ଚଣ୍ଡିଗଡ, ୧୧।୬: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷ ଧରି କ୍ରିକେଟ ଜଡିତ ଥିବା...

ଆରମ୍ଭ ପୂର୍ବରୁ ବାତିଲ ହେଲା ଦ. ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଇଂଲଣ୍ଡ ଟିମ୍‌ ଥିବା ହୋଟେଲର କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଆସିବା...

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।...

ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ

ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯...

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌...

ବିରାଟ କୋହଲିଙ୍କ ବ୍ୟକ୍ତିତ୍ୱ ମଇଦାନ ଭିତରେ ଏବଂ ବାହାରେ ଭିନ୍ନ: ଜାମ୍ପା

ଦୁବାଇ,୧୨।୧୧: ଆଇପିଏଲ୍‌-୨୦୨୦ର ସଫଳ ଆୟୋଜନ ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସବୁଥର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳେ। ଏଣୁ ଏଥିପାଇଁ ଉଭୟ...

Advertisement
Archives

Model This Week