ଉଚ୍ଚଶିକ୍ଷା ପ୍ରତି ସରକାରଙ୍କ ନୀଚ ଦୃଷ୍ଟି ଅକ୍ଷମଣୀୟ: କଂଗ୍ରେସ

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର): ଉଚ୍ଚଶିକ୍ଷା ପ୍ରତି ସରକାରଙ୍କ ନୀଚ ଦୃଷ୍ଟି ଅକ୍ଷମଣୀୟ। କୌଣସି ସରକାରୀ ବା ବେସରକାରୀ କଲେଜରେ ଅଧ୍ୟକ୍ଷ ନ ଥିବାବେଳେ ବୁଧବାର ରାଜ୍ୟ ସରକାର ଅଧ୍ୟକ୍ଷ ସମ୍ମିଳନୀ ଡାକୁଛନ୍ତି ବୋଲି ଦମ୍ଭୋକ୍ତି ଦେଖାଇବା କେତେ ସମୀଚୀନ। ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ନାମଲେଖା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ୨୧ତମ ସ୍ଥାନରେ ରହିଛି। ସର୍ବୋଚ୍ଚ ସ୍ତରରେ ମହାବିଦ୍ୟାଳୟ ଗୁଡିକରେ ସାମଗ୍ରିକ ନାମ ଲେଖା ଅନୁପାତ (ଜି.ଇ.ଆର) ୨୭.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୦.୭ ପ୍ରତିଶତ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ହ୍ରାସ ଉଦ୍‌ବେଗଜନକ ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଛନ୍ତି।
କଂଗ୍ରେସ ଭବନ ଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର କହିଛନ୍ତି, ଓଡ଼ିଶାର ସବୁଠାରୁ ଏହି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଭାରତର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ୯୩ତମ ସ୍ଥାନରେ ଅଛି। ନାକ୍‌ ଗ୍ରେଡ଼ିଙ୍ଗରେ ଏ + (ଇ+) ରୁ ଏ(ଇ)କୁ ଖସି ଆସିଛି। ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କରି ବିଶ୍ୱ ବିଦ୍ୟାଳୟଗୁଡିକର ସ୍ବତନ୍ତ୍ରତା ଅପହରଣ କରି ନେଇଛନ୍ତି। କଂଗ୍ରେସର ବିରୋଧ ସତ୍ୱେ ସରକାର ଏହି ଆଇନ ପ୍ରଣୟନ କରିବା ସହ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଅଧସ୍ତନ ଆଜ୍ଞାବହ ଅନୁଷ୍ଠାନରେ ପରିଣତ କରୁଛନ୍ତି। ଆମ ସାୈଭାଗ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତଦେଶ ଜାରିକରି ଏହି ଆଇନ୍‌କୁ ଅଚଳ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣର ସରକାର ବିଫଳ ହୋଇଛନ୍ତି। ସରକାରୀ ତଥ୍ୟ ମୁତାବକ ୧୨ଟି ବିଶ୍ୱବିଦ୍ୟାଳୟରେ ୫୬.୯୩ ପ୍ରତିଶତ ଶିକ୍ଷକ ପଦବୀ ଏବଂ ୫୮.୧୨ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ନିର୍ଦ୍ଧାରିତ ଶିକ୍ଷକ ଛାତ୍ର ଅନୁପାତ ବଜାୟ ନ ରହିବା ଫଳରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି ବୋଲି ଗଣେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri