ବାରବାଟୀର ରୂପାନ୍ତରୀକରଣ ନେଇ ସରକାର ସ୍ପଷ୍ଟ କରନ୍ତୁ: ସୁବାସ ସିଂ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ହେବ କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। କଟକ ଗଡ଼ଖାଇସ୍ଥିତ ରେସିଡେଣ୍ଡଣ୍ଟଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମେୟର କହିଛନ୍ତି, ବାରବାଟୀ ଷ୍ଟାଡିୟମ ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ। ଏହାର ରୂପାନ୍ତରୀକରଣ ପାଇଁ ଗତ ଫେବୃଆରୀ ୨୭ରେ ପୂର୍ବତନ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏନେଇ ତତ୍କାଳୀନ ସରକାର ଓସିଏ ଏବଂ ବିସିସିଆଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, ବର୍ଷ ବର୍ଷ ଧରି ଜମି ଲିଜ୍‌ ପାଇଁ ଚୁକ୍ତି ହୋଇପାରୁ ନ ଥିବାବେଳେ ବିଜେଡି ସରକାର ଅଲିମ୍ପିକ ଆସୋସିଏଶନକୁ ଜମି ଦେଇଛନ୍ତି। ବର୍ତ୍ତମାନ ଭାଜପା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏପରି କି ବିଧାନସଭାରେ ଗୋଟିଏ ଶବ୍ଦରେ ଏହି ଯୋଜନାକୁ ନା କହିବା ଆଦୌ ଶୋଭା ପାଉନାହିଁ। ଆଉ ଏକ ଷ୍ଟାଡିୟମ କରିବା ଅନ୍ୟ ପ୍ରସଙ୍ଗ, କିନ୍ତୁ ବାରବାଟୀକୁ ନେଇ ସରକାର କ’ଣ ଯୋଜନା ରଖିଛନ୍ତି ତାହା ଜଣାନ୍ତୁ। ଯଦି ଯୋଜନା ନାହିଁ, ତେବେ ପୂର୍ବ ସରକାର କରିଥିବା ଯୋଜନାକୁ କେବେ କାର୍ଯ୍ୟକାରୀ କରିବେ। ବାରବାଟୀକୁ ନେଇ ରାଜନୀତୀକରଣ ହେବା ଉଚିତ୍‌ ନୁହେଁ, ବରଂ ଏହାର ରୂପାନ୍ତରୀକରଣ କାର୍ଯ୍ୟ ସମ୍ପନ୍ନ ପାଇଁ ମିଳିତ ଚାପ ଓ ଉଦ୍ୟମ ହେବା ଆବଶ୍ୟକ। କଟକର ଗର୍ବ ଓ ଗୌରବ ରକ୍ଷା ପାଇଁ କଟକବାସୀ ମେୟର ଭାବେ ତାଙ୍କୁ ନିର୍ବାଚିତ କରିଛନ୍ତି। କ୍ରୀଡ଼ାକ୍ଷେତ୍ରରେ ବାରବାଟୀ ଯେପରି ଅନ୍ତର୍ଜାତୀୟ ମାନ୍ୟତା ପାଉ ସେନେଇ ସରକାର ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।
ଅପରପକ୍ଷରେ ମେୟରଙ୍କ ଏଭଳି ଆକ୍ଷେପକୁ ନେଇ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ। କଟକ ସିଡିଏ ସେକ୍ଟର-୬ଠାରେ ସମୀର ଗଣମାଧ୍ୟମକୁ କହିଛନ୍ତି, ମେୟରଙ୍କ ଦାୟିତ୍ୱ କେବଳ ସିଏମ୍‌ସି କଥା ଚିନ୍ତା କରିବା। ବର୍ଷା ହେଲେ କଟକ ପାଣିରେ ବୁଡୁଛି। ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି। ମଶା ସହରବାସୀଙ୍କୁ ଅତିଷ୍ଠ କରୁଛି। ସହରବାସୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ମେୟରଙ୍କ ଉପରେ କ୍ଷୋଭପ୍ରକାଶ କରୁଛନ୍ତି। ତେଣୁ ମେୟର କଟକବାସୀଙ୍କୁ ଭୁଅଁା ନ ବୁଲାନ୍ତୁ। ସହର ସମସ୍ୟା କଥା ନ ବୁଝି ବାରବାଟୀ ଷ୍ଟାଡିୟମକୁ ନେଇ ରାଜନୀତି କାହିଁକି କରୁଛନ୍ତି। ସେ କ୍ରୀଡାବିତ୍‌ ନୁହନ୍ତି। ଖେଳ ସହ ତାଙ୍କର ସମ୍ପର୍କ ନାହିଁ ଏବଂ ସେ କୌଣସି ଆସୋସିଏଶନରେ ମଧ୍ୟ ନାହାନ୍ତି। ଏପରି କି ତାଙ୍କୁ ଷ୍ଟାଡିୟମରେ ଆମେ କେବେ ଦେଖିନୁ। ତେଣୁ ସେ ଏ କଥାରେ ମୁଣ୍ଡ ନ ପୂରାଇ ମେୟର ଭାବେ ସହରର ସମସ୍ୟା କିପରି ସମାଧାନ କରିବେ ସେ ନେଇ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନର ଭାଜପା ସରକାର ବାରବାଟୀ ଷ୍ଟାଡିୟମ ବାବଦରେ ଅବଗତ ଅଛନ୍ତି। ଷ୍ଟାଡିୟମର ପୁନରୁଦ୍ଧାର ନିଶ୍ଚିତ ହେବ ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?