Posted inଜାତୀୟ

ସ୍ଥାୟୀ କମିଶନ ହେବେ ମହିଳା

ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍‌ଏସ୍‌ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶନାମା ଫଳରେ ସୈନ୍ୟବାହିନୀରେ ମହିଳା ଅଧିକାରୀମାନଙ୍କୁ ବଡ଼ ଭୂମିକା ମିଳିବ ଓ ଅବସର ନେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିପାରିବେ ବୋଲି ସେନା ମୁଖପାତ୍ର କଲୋନେଲ ଅମନ ଆନନ୍ଦ କହିଛନ୍ତି।
ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ସେନାର ସମସ୍ତ ୧୦ଟି ବିଭାଗରେ ଏସ୍‌ଏସ୍‌ସିରେ ଥିବା ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମିଳିବ। ସେହି ବିଭାଗଗୁଡ଼ିକ ହେଲା ଆର୍ମି ଏୟାର ଡିଫେନ୍ସ, ସିଗ୍‌ନାଲ୍ସ, ଇଞ୍ଜିନିୟର୍ସ, ଆର୍ମି ଆଭିଏଶନ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିୟର୍ସ, ଆର୍ମି ସର୍ଭିସ କର୍ପସ ଏବଂ ଇଣ୍ଟେଲିଜେନ୍ସ କର୍ପସ। ସମ୍ପ୍ରତି ମହିଳା ଅଫିସରକୁ କେବଳ ଦୁଇଟି ବିଭାଗ ଜଜ୍‌ ଆଡଭୋକେଟ ଜେନେରାଲ (ଜେଏଜି) ଏବଂ ଶିକ୍ଷାରେ ସ୍ଥାୟୀ କମିଶନ ମିଳିଛି। ଏସ୍‌ଏସ୍‌ସି ମହିଳା ଅଫିସରମାନେ ସେମାନଙ୍କର ଆବଶ୍ୟକ ଦସ୍ତାବିଜ୍‌ କାମ ଶେଷ କରିବା ପରେ ଚୟନ ବୋର୍ଡ ବସି ସେମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବେ ବୋଲି ସେନା ମୁଖପାତ୍ର କହିଛନ୍ତି।
ଏସ୍‌ଏସ୍‌ସିରେ ମହିଳା ଅଫିସରମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ବର୍ଷ ପାଇଁ ନିଆଯାଉଥିବାବେଳେ ଏହାକୁ ୧୪ ବର୍ଷ ପର୍ଯ୍ୟନ୍ତ ବଢ଼ାଯିବାର ବ୍ୟବସ୍ଥା ରହିଥିଲା। ତେବେ ସ୍ଥାୟୀ କମିଶନରେ ସେମାନେ ଅବସର ନେବା ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସିଗ୍‌ନାଲ୍ସ, ଇଞ୍ଜିନିୟୟରିଂ, ଆର୍ମି ଆଭିଏଶନ, ଆର୍ମି ଏୟାର ଡିଫେନ୍ସ ଏବଂ ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲରେ ମହିଳାମାନଙ୍କୁ ସ୍ଥାୟୀ କମିଶନ କରାଇବା ପାଇଁ ଗତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ନୀତିଗତ ନିଷ୍ପତ୍ତି ନେଇଥିଲା। ଖାଲି ସ୍ଥାନ ଏବଂ ମହିଳା ଅଫିସରମାନଙ୍କ ଆଗ୍ରହ, ଉପଯୁକ୍ତତା, ପ୍ରଦର୍ଶନ, ମେଡିକାଲ୍‌ ଫିଟ୍‌ନେସ୍‌ ଏବଂ ପ୍ରତିଯୋଗିତାମୂଳକ ମେଧା ଆଧାରରେ ସ୍ଥାୟୀ କମିଶନ ଦେବା ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ ତିନି ବାହିନୀ ମହିଳାମାନଙ୍କୁ ମେଡିକାଲ, ଶିକ୍ଷା, ଆଇନ, ସିଗ୍‌ନାଲ୍ସ, ଲଜିଷ୍ଟିକ୍‌ ଏବଂ ଇଞ୍ଜିନିୟରିଂରେ ସ୍ଥାୟୀ ନିଯୁକ୍ତିକୁ ଅନୁମତି ଦେଇଥିଲା। ବାୟୁସେନାରେ ଉଡ଼ାଣ ବିଭାଗକୁ ବାଦ୍‌ ଦେଇ ଅନ୍ୟ ସବୁ ବିଭାଗରେ ମହିଳା ଅଫିସର ସ୍ଥାୟୀ କମିଶନ ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା ଥିଲା। ସେହିପରି ନୌସେନା ଲଜିଷ୍ଟିକ୍ସ, ନାଭାଲ ଡିଜାଇନିଂ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ, ଇଞ୍ଜିନିୟରିଂ ଓ ଆଇନ ବିଭାଗରେ ମହିଳାଙ୍କ ସ୍ଥାୟୀ କମିଶନକୁ ଅନୁମତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିଂସା ଲାଗି ଭାଜପାକୁ ଦୋଷଦେଲେ ମମତା

କୋଲକାତା,୧୧ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ଲାଗି ଭାଜପାକୁ ଦୋଷ ଦେଇଛନ୍ତି। କେନ୍ଦ୍ର ଓ ଭାଜପା କର୍ମୀମାନେ ମୁଖ୍ୟତଃ ଏଥିଲାଗି ଦାୟୀ। ରାଜ୍ୟ...

ଶପଥ ନେଲେ ଯୋଗୀ, ୟୁପିକୁ ମିଳିଲା ୨ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଯୋଗୀ ଆଦିତ୍ୟନାଥ । ଅଟଳ ବିହାରୀ ବାଜପେୟୀ...

ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ...

ଏଚ୍‌ଟିଇଟି ପରୀକ୍ଷା ସମୟରେ ମହିଳାମାନେ ବିନ୍ଦି, ସିନ୍ଦୁର ପିନ୍ଧିବାକୁ ମିଳିଲା ଅନୁମତି

ଫତେହାବାଦ,୧୪।୧୧: ହରିୟାଣା ଟିଚର ଇଲିଜିବିଲିଟି ଟେଷ୍ଟ(ଏଚ୍‌ଟିଇଟି) ପରୀକ୍ଷାରେ ମହିଳାମାନେ ବିନ୍ଦି ଓ ସିନ୍ଦୁର ପିନ୍ଧି ପାରିବେ ବୋଲି ବୁଧବାର ଫତେହାବାଦ ଡେପୁଟି କମିଶନର ଧିରେନ୍ଦ୍ର ଖରାଗ...

ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ...

ଉପହାରରେ ଦେଇଥିବା ଫୋନ ନ ଫେରାଇବାରୁ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା

ପାକୁର,୫।୪: ଉପହାରରେ ଦେଇଥିବା ସ୍ମାର୍ଟ ଫୋନ ଫେରାଇବାକୁ ମନା କରି ଦେବାରୁ ଜଣେ ନାବାଳିକାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ। ଏଭଳି ଘଟଣା ଝାଡ଼ଖଣ୍ଡର...

Advertisement
Archives

Model This Week