ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ ପଡିଯାଇଛନ୍ତି। ଯଦିଓ, ସେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, କିନ୍ତୁ ପୂର୍ବ ପରି ଦର୍ଶକଙ୍କୁ ଆକୃଷ୍ଟ କରି ପାରି ନ ଥିଲେ। ସେ ହୁଏତ ଫିଲ୍ମରେ ସଫଳ ହୋଇ ନ ଥାଇପାରନ୍ତି କିନ୍ତୁ ଏହା ରୋଜଗାର କରିବାରେ ସେ ପଛରେ ନାହାନ୍ତି। ସେ ଆଜି ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଗୋବିନ୍ଦା ହୁଏତ ତାଙ୍କର ଦ୍ୱିତୀୟ ଇନିଂସରେ ସଫଳ ହୋଇ ନାହାନ୍ତି, କିନ୍ତୁ ଆଜିବି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏହି କାରଣରୁ ସେ ଅନେକ ପ୍ରକାରର ବିଜ୍ଞାପନ ଏବଂ ଡ୍ୟାନ୍ସ ରିଆଲିଟି ଶୋ’ରେ ନଜର ଆସୁଛନ୍ତି । ଗୋବିନ୍ଦାଙ୍କର ତିନିଟି ବଙ୍ଗଳା ଅଛି, ଯାହା ମୁମ୍ବାଇ ଏବଂ ଏହାର ଆଖପାଖରେ ଅଛି। ଏଥିରୁ ସେ ବର୍ଷକୁ ୧୬ କୋଟିରୁ ଅଧିକ ରୋଜଗାର କରନ୍ତି। ସେ ତାଙ୍କ ପରିବାର ସହିତ ଜୁହୁରେ ଥିବା ତାଙ୍କ ବଙ୍ଗଳାରେ ରୁହନ୍ତି। ଏହା ବ୍ୟତୀତ ତାଙ୍କର ମର୍ସିଡିଜ ବେଞ୍ଜ ପରି ମହଙ୍ଗା କାର୍‌ ଅଛି। ଅଭିନେତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୫୧ କୋଟି ଟଙ୍କା ବୋଲି କୁହାଯାଉଛି। ଗୋବିନ୍ଦା ଅନେକ ରିଅଲ ଇଷ୍ଟେଟ ସମ୍ପତ୍ତିରେ ବିନିଯୋଗ କରିଛନ୍ତି। ଏହା ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
ଫିଲ୍ମ କ୍ୟାରିୟର୍‌ ଆରମ୍ଭରେ ଗୋବିନ୍ଦା ଏକ ଆକ୍ସନ ଏବଂ ଡ୍ୟାନ୍ସ ହିରୋ ଭାବରେ ଜଣାଶୁଣା ଥିଲେ। ପରେ ସେ କମେଡିରେ ଫିଲ୍ମ କରିଥିଲେ। ଏଥିଥିରେ ସେ ବହୁତ ସଫଳ ହୋଇଥିଲେ। ସେ ‘କୁଲି ନମ୍ବର-୧’, ‘ରାଜା ବାବୁ’ ଏବଂ ‘ହିରୋ ନମ୍ବର-୧’ ଭଳି ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri