ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ ପଡିଯାଇଛନ୍ତି। ଯଦିଓ, ସେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, କିନ୍ତୁ ପୂର୍ବ ପରି ଦର୍ଶକଙ୍କୁ ଆକୃଷ୍ଟ କରି ପାରି ନ ଥିଲେ। ସେ ହୁଏତ ଫିଲ୍ମରେ ସଫଳ ହୋଇ ନ ଥାଇପାରନ୍ତି କିନ୍ତୁ ଏହା ରୋଜଗାର କରିବାରେ ସେ ପଛରେ ନାହାନ୍ତି। ସେ ଆଜି ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଗୋବିନ୍ଦା ହୁଏତ ତାଙ୍କର ଦ୍ୱିତୀୟ ଇନିଂସରେ ସଫଳ ହୋଇ ନାହାନ୍ତି, କିନ୍ତୁ ଆଜିବି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏହି କାରଣରୁ ସେ ଅନେକ ପ୍ରକାରର ବିଜ୍ଞାପନ ଏବଂ ଡ୍ୟାନ୍ସ ରିଆଲିଟି ଶୋ’ରେ ନଜର ଆସୁଛନ୍ତି । ଗୋବିନ୍ଦାଙ୍କର ତିନିଟି ବଙ୍ଗଳା ଅଛି, ଯାହା ମୁମ୍ବାଇ ଏବଂ ଏହାର ଆଖପାଖରେ ଅଛି। ଏଥିରୁ ସେ ବର୍ଷକୁ ୧୬ କୋଟିରୁ ଅଧିକ ରୋଜଗାର କରନ୍ତି। ସେ ତାଙ୍କ ପରିବାର ସହିତ ଜୁହୁରେ ଥିବା ତାଙ୍କ ବଙ୍ଗଳାରେ ରୁହନ୍ତି। ଏହା ବ୍ୟତୀତ ତାଙ୍କର ମର୍ସିଡିଜ ବେଞ୍ଜ ପରି ମହଙ୍ଗା କାର୍‌ ଅଛି। ଅଭିନେତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୫୧ କୋଟି ଟଙ୍କା ବୋଲି କୁହାଯାଉଛି। ଗୋବିନ୍ଦା ଅନେକ ରିଅଲ ଇଷ୍ଟେଟ ସମ୍ପତ୍ତିରେ ବିନିଯୋଗ କରିଛନ୍ତି। ଏହା ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
ଫିଲ୍ମ କ୍ୟାରିୟର୍‌ ଆରମ୍ଭରେ ଗୋବିନ୍ଦା ଏକ ଆକ୍ସନ ଏବଂ ଡ୍ୟାନ୍ସ ହିରୋ ଭାବରେ ଜଣାଶୁଣା ଥିଲେ। ପରେ ସେ କମେଡିରେ ଫିଲ୍ମ କରିଥିଲେ। ଏଥିଥିରେ ସେ ବହୁତ ସଫଳ ହୋଇଥିଲେ। ସେ ‘କୁଲି ନମ୍ବର-୧’, ‘ରାଜା ବାବୁ’ ଏବଂ ‘ହିରୋ ନମ୍ବର-୧’ ଭଳି ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri