ରାଜ୍ୟପାଳ ପୁରସ୍କାର

ଡ.କୁଳାଙ୍ଗାର

 

ଭାଇ… ରାଜ୍ୟପାଳ ପୁରସ୍କାର ନେବ କି…? ସ୍ଥାନୀୟ କବିଙ୍କଠାରୁ ହଠାତ୍‌ ଏମିତି ପ୍ରସ୍ତାବ ପାଇ ସିଏ ଭୟ ଓ ଶଙ୍କୋଚରେ ଥାଥା ମାମା ହେଲା। ସିଏ କହିଲା – ‘ଭାଇ! ଆମ ପିଲାବେଳେ ଜଣେ ଶିକ୍ଷକ ରାଜ୍ୟପାଳ ପୁରସ୍କାର ପାଇଥିଲେ। ଆମେ ବାଜା ବଜେଇ, ଫୁଲମାଳ ପକେଇ ସାର୍‌ଙ୍କୁ ଆଣିଥିଲୁ। ଅନ୍ୟ ଶିକ୍ଷକମାନେ ବହୁ ଚେଷ୍ଟା କରି ମଧ୍ୟ ସେ ପୁରସ୍କାର ପାଇ ନ ଥିଲେ! ହେଲେ ମୁଁ ତ ଶିକ୍ଷକ ନୁହେଁ।’
ସିଏ ଅଧାରୁ ପାଠ ଛାଡି କାମ କରିବାକୁ କେରଳ ପଳାଇଥିଲା। କରୋନା କାଳରେ ଗାଁକୁ ଆସି ରହିଗଲା। ଗଞ୍ଜେଇ ବ୍ୟବସାୟ ଆରମ୍ଭ କଲା। ସେଥିରେ ସଫଳ ହୁଅନ୍ତେ ତା’ ପାଖରେ କିଛି ପଇସା ହେଲା ଏବଂ ଲୋକମାନଙ୍କଠାରୁ ପରାମର୍ଶ ପାଇ ସରପଞ୍ଚ ପ୍ରାର୍ଥୀ ହେଲା। ହେଲେ ମଦ ସାମ୍ନାରେ ଗଞ୍ଜେଇର କାଟ୍‌ତି ବା କେତେ? ମଦଦୋକାନୀ ପ୍ରାର୍ଥୀ ଜଣକ ଜିତିଲେ, ସିଏ ହାରିଲା।
ତେବେ ସିଏ ମନୋବଳ ନ ହରେଇ ତା’ର ବ୍ୟବସାୟ ଜାରି ରଖିଛି। ଅତଏବ ତା’ ପଛରେ କିଛ ଲୋକ ମଧ୍ୟ ରହିଛନ୍ତି। ଏଇ କବି ଜଣକ ସେଇଥିରୁ ଜଣେ। କବି ନିର୍ବାଚନରେ ତା’ ପାଇଁ ପଦ ଛିଡ଼େଇ ପ୍ରଚାର ସ୍ଲୋଗାନ ଓ ଗୀତ ଲେଖୁଥିଲେ। ଅବଶ୍ୟ ସେଇଥିରେ ଗୋଟିଏ ବି ଭୋଟର ପ୍ରଭାବିତ ହେଲେନାହିଁ, ହେଲେ କବି ସେଇଦିନୁ ତାକୁ ପ୍ରଭାବିତ କରି ରଖିଛନ୍ତି। ମଝିରେ ମଝିରେ ତାକୁ ସ୍ଥାନୀୟ ସାହିତ୍ୟ ଆସର ଓ ବହି ଉନ୍ମୋଚନ ଆଦିକୁ ଡାକି ନେଇ ଅତିଥି କରିବା ସହିତ ସହଯୋଗ ବାବଦରେ କିଛି ଅର୍ଥ ଝଡାଉଛନ୍ତି। ସିଏ ସେଥିରେ ଖୁସି। କାରଣ ଏହି ସଭାର ବିବରଣୀ ସହିତ ତା’ର ଫଟୋ ଓ ନାମ ଆଦି ଖବରକାଗଜରେ ପ୍ରକାଶ ପାଇଥାଏ, କେବେ କେବେ ମୋବାଇଲ ନ୍ୟୁଜ ଚ୍ୟାନେଲରେ ମଧ୍ୟ ଭିଡିଓ ପ୍ରସାରିତ ହୁଏ।
ତେବେ ରାଜ୍ୟପାଳ ପୁରସ୍କାର ସିଏ ବା କେମିତି ପାଇବ? କବି କହିଲେ – ଗଲାଥର ବା ଆମ ଗାଁ ସଉଦା ଦୋକାନୀ ନରି ସାହୁକୁ ରାଜ୍ୟପାଳ ପୁରସ୍କାର ମିଳିଛି। ଯାଉନ ଦେଖିବ… ତା’ ଦୋକାନରେ ସିଏ ସେଇ ଫଟୋଟାକୁ ବନ୍ଧେଇ କରି ଓହଳାଇଛି! ସିଏ କହିଲା – ହେଲେ ରାଜ୍ୟପାଳ ପୁରସ୍କାର ତ ଶିକ୍ଷକଙ୍କୁ ମିଳେ! ନରିକୁ ମିଳିଲା କେମିତି? କବି କହିଲେ- ସେ ପୁରସ୍କାର ଅଲଗା ଏ ପୁରସ୍କାର ଅଲଗା! ତମେ ତ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ନେଲେ ଗଲା! ସିଏ ପଚାରିଲା – ରାଜ୍ୟପାଳ କୋଉଠି ଆସି ମୋତେ କ’ଣ ପାଇଁ ପୁରସ୍କାର ଦେବେ? କବି କହିଲେ – ମା ପୋଡାମୁହିଁ ସାହିତ୍ୟ ସଂସଦ ପକ୍ଷରୁ ରାଜଧାନୀର ଛାତି ଉପରେ ରାଜ୍ୟସ୍ତରୀୟ ସାହିତ୍ୟ-ସଂସ୍କୃତି-କଳା ସମ୍ମେଳନ ଆୟୋଜନ ହୋଇଛି! ସେଥିରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାପାଇଁ ସଦୟ ସମ୍ମତି ଦେଇଛନ୍ତି। ସିଏ ପଚାରିଲା – ସାହିତ୍ୟ- ସଂସ୍କୃତି- କଳା ସମ୍ମେଳନରେ ମୋତେ କାହିଁକି ପୁରସ୍କାର ମିଳିବ? କବି କହିଲେ – ଆହେ ଏସବୁ ତ ହେବ, ହେଲେ ସେଥିପାଇଁ ଯୋଉ ଖର୍ଚ୍ଚବାର୍ଚ୍ଚ ହେବ ତାହା କୋଉଠୁ ଆସିବ? ସେଥିପାଇଁ ତମଭଳିଆ ଲୋକମାନେ ପୁରସ୍କାର ପାଇଁ କିଛି ସହଯୋଗ ରାଶି ଦେଲେ ସଂସ୍ଥା ଚାଲିବ।
ସିଏ କହିଲା – ମୋତେ କେତେ ଦେବାକୁ ପଡ଼ିବ? କବି କହିଲେ – ମାତ୍ର ପାଞ୍ଚ ହଜାର। ସିଏ କହିଲା – ଠିକ୍‌ ଅଛି। ହେଲେ ତମେ ସେ ସଂସ୍ଥାରେ କ’ଣ ଅଛ? କବି କହିଲେ – କିଛି ନାଇଁ, ମୁଁ ତାଙ୍କର ପ୍ରତିନିଧି। ମୁଁ ସେଇଦିନ ପୁରସ୍କାର ପାଇବି। ସିଏ ପଚାରିଲା – ତମେ ବି କ’ଣ ପାଞ୍ଚ ହଜାର ଦେବ? କବି କହିଲେ – ନାଇଁ…। ତମଭଳିଆ ଦଶଟି ଲୋକ ଯୋଗାଡ଼ କରିଦେଲେ… ମୋର ମାଗଣା।
ସମ୍ମେଳନର ଦିନ ଉପନୀତ ହୁଅନ୍ତେ ସିଏ ସଦଳବଳ କବିଙ୍କ ସହିତ ସଭାସ୍ଥଳରେ ଉପସ୍ଥିତ ରହିଲା। ଆଗ ଆରମ୍ଭ ହେଲା କବିତା ପାଠ। କବିମାନେ କ’ଣ ପଢୁଛନ୍ତି ସିଏ କିଛି ବୁଝି ପାରୁ ନ ଥାଏ। ଏଥିମଧ୍ୟରେ ରାଜ୍ୟପାଳ ପହଞ୍ଚତ୍ଲେ। ଅତଏବ କବିତାପାଠକୁ ଅଧାରୁ ସ୍ଥଗିତ କରାଯିବା ସହିତ ସଭାପରେ କବିତାପାଠ ଜାରି ରହିବ ବୋଲି ଘୋଷଣା ସହିତ ମୁଖ୍ୟ ସଭାକାର୍ଯ୍ୟ ଆରମ୍ଭ ହେଲା। ଆୟୋଜକ ଅନୁଷ୍ଠାନର ସମ୍ପାଦକ ସାଦରଣୀୟ ବିବରଣୀ ପାଠ କଲା ପରେ ଆରମ୍ଭ ହେଲା ପୁରସ୍କାର ପ୍ରଦାନ ସମାରୋହ।
କେତେବେଳେ ତା’ ନଁା ଘୋଷଣା ହେବ ଶୁଣିବା ପାଇଁ ସିଏ କାନ ଠିଆ ଠିଆ କରି ଯିବା ପାଇଁ ଆତୁର ହେଲା। ତେବେ ମାତ୍ର ୧୦ଜଣଙ୍କୁ ପୁରସ୍କାର ପ୍ରଦାନ ପରେ ସମ୍ପାଦକ ଘୋଷଣା କଲେ କି ଜରୁରୀ କାର୍ଯ୍ୟବ୍ୟସ୍ତତା କାରଣରୁ ରାଜ୍ୟପାଳଙ୍କୁ ଯିବାକୁ ପଡ଼ିବ ତେବେ ପରେ ପରେ ପୁରସ୍କାର ପ୍ରଦାନ ଓ କବିତାପାଠ ଜାରି ରହିବ। ରାଜ୍ୟପାଳ ଭାଷଣ ପଢି ଯିବାକୁ ବାହାରିଲେ। ସିଏ ଏହା ଦେଖି ତାଙ୍କ ସାଥିରେ ଦୌଡିଲା ଏବଂ ଏହି ଅବସରରେ ତା’ ସାଥିରେ ଥିବା କବି ଫଟୋଟିଏ ଉଠାଇଦେଲେ। ସେମାନେ ପୁନଶ୍ଚ ସଭାଗୃହକୁ ଫେରିଲା ବେଳେ ତା’ ମୁହଁର ଭାଷାକୁ ବୁଝି କବି କହିଲେ – ରାଜ୍ୟପାଳଙ୍କ ସହିତ ଫଟୋ ତ ଉଠେଇଲ। ଏଇଟା ରାଜ୍ୟପାଳ ପୁରସ୍କାର ନୁହେଁ ବୋଲି କହିବାକୁ କାହା ଜିଭରେ ହାଡ଼ ଅଛି?
ଚଉସ୍ତରୀ ନମ୍ବର ପୁରସ୍କୃତ ପ୍ରତିଭା ତଥା ବିଶିଷ୍ଟ ସମାଜସେବୀ ଭାବରେ ତା’ର ନାମ ଘୋଷଣା ହୁଅନ୍ତେ ରାଜ୍ୟପାଳଙ୍କ ପ୍ରସ୍ଥାନ ପରେ ଅତିଥି ସ୍ଥାନ ପୂରଣ କରିଥିବା ସୁଆଦିଆ ଭୋଜନାଳୟ ମାଲିକଙ୍କ ହସ୍ତରୁ ସିଏ ମାନପତ୍ର, ଗାମୁଛା ଓ ଫୁଲତୋଡ଼ା ଗ୍ରହଣ କଲା। ସଭାଗୃହ ଓ ବାହାରେ ଥିବା ଗେଟ୍‌ରେ ରାଜ୍ୟପାଳଙ୍କ ଫଟୋ ସହ ଫଟୋ ଉଠାଇଲା।
ପୁରସ୍କାର ପାଇ ଫେରିବା ବାଟରେ ସିଏ ନିଜର ସମର୍ଥକ ଓ କବିଙ୍କ ସହିତ ଢାବାରେ ବସି ଖାନାପିନା କରିବା ଅବସରରେ ପଚାରିଲା – ରାଜ୍ୟପାଳଙ୍କ ଉପରେ ଆଉ କୋଉ ପାଳ ଅଛନ୍ତି? କବି କହିଲେ – ମହାମହିମ ରାଷ୍ଟ୍ରପତି… ! ସିଏ କହିଲା – ତାଙ୍କଠୁ ଯଦି ପୁରସ୍କାର କେବେ ମିଳିପାରିବ କହିବ। ଆମ ହୋଲ୍‌ସେଲରକୁ ଦେଲେ ସିଏ ଖୁସି ହେବ।
ଅଲରା, ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri