ଏଇ ଭାରତରେ

ମହାରାଷ୍ଟ୍ର ସୋଲାପୁରର ୩୦ ବର୍ଷୀୟା ମୟୂର ଶାହା ଅଦରକାରୀ ଫିସ୍‌ ସ୍କିନ୍‌ ବା ମାଛ ଚମଡ଼ାକୁ ପ୍ରୋସେସିଂ କରି ଏକ ପ୍ରକାର ପରିବେଶ ଉପଯୋଗୀ ଲେଦର ପ୍ରସ୍ତୁତ କରୁଛନ୍ତି। ସେ ସେଥିରେ ବିଭିନ୍ନ ଡିଜାଇନର ବ୍ୟାଗ୍‌ ଓ ଅନ୍ୟ ଜିନିଷ ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଛନ୍ତି। ୨୦୧୫ରେ ମୟୂର ଆଇସ୍‌ଲାଣ୍ଡ ଯାଇଥିବାବେଳେ ସେଠାରେ ଏକ ଲୋକାଲ ମାର୍କେଟରେ ସାଲମନ ମାଛ ଚମଡ଼ାରେ ତିଆରି ଏକ ବ୍ରେସ୍‌ଲେଟ୍‌ ଦେଖିବାକୁ ପାଇଥିଲେ। ପରେ ସେ ଏହାର ଜ୍ଞାନକୌଶଳ ସମ୍ପର୍କରେ ଜାଣି ଅଦରକାରୀ ମାଛ ଚମଡ଼ାରୁ ଜିନିଷ ତିଆରି କରିବାର ନିଷ୍ପତ୍ତି ନେଇଥିଲେ। ଇଞ୍ଜିନିୟରିଂ ଇଣ୍ଡଷ୍ଟ୍ରିରୁ ଚାକିରି ଛାଡ଼ି ୨୦୧୮ରେ ‘ମାୟୁ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ସାଲମନ ଏବଂ ଓଲ୍‌ଫିସ୍‌ ଚମଡ଼ାରୁ ହ୍ୟାଣ୍ଡ୍‌ବ୍ୟାଗ୍‌ ନିର୍ମାଣ ଆରମ୍ଭ କରିଥିଲେ। ମାଛ ଚମଡ଼ାରୁ ପ୍ରସ୍ତୁତ ବ୍ୟାଗ୍‌ ବି ଓ୍ବାଟରପ୍ରୁଫ୍‌ । ତାଙ୍କ କମ୍ପାନୀ ଚେନ୍ନାଇରେ ଜିରୋ ଓ୍ବେଷ୍ଟ ସାର୍ଟିଫିକେଟ ପାଇଛି ଓ ଭାରତର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ହ୍ବାଇଟ୍‌ କ୍ୟାଟେଗୋରିରେ ସ୍ଥାନିତ କରିଛି। ଫିସ୍‌ ସ୍କିନ୍‌ ପ୍ରୋସେସିଂରୁ ଯାହା ଓ୍ବେଷ୍ଟ ବାହାରୁଛି ତାହାକୁ ବାୟୋପ୍ରୋସେସ୍‌ରେ ଖତ ପ୍ରସ୍ତୁତ କରାଯାଉଛି। ଏହିସବୁ କାର୍ଯ୍ୟରେ ମୟୂର ୯୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ମୟୂରଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡ଼ିକ ବିଦେଶରେ ବି ପରିଚୟ ସୃଷ୍ଟି କରିବା ପ୍ରୟାସ ଜାରି ରଖିଛି। ଏହି ସାମଗ୍ରୀଗୁଡ଼ିକ ୫୦୦ରୁ ୯୦,୦୦୦ ଟଙ୍କା ଯାଏ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri