ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚମାଖଣ୍ଡିସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନକୁ ରାଜ୍ୟପାଳ ରଘୁବର ଦାସ ଗୁରୁବାର ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ଦେଖିବା ସହିତ ମିଶନ ଶକ୍ତିର ମା’ମାନଙ୍କ ସହ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତି ଏବଂ ପ୍ୟାକିଂକୁ ପ୍ରଶଂସା କରିଥିଲେ।

ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ଯାହା ଟଙ୍କା ରୋଜଗାର କରୁଛନ୍ତି ତାହାକୁ ଠିକ ଭାବେ ବ୍ୟବହାର କରିବା ଦରକାର। ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ସାମଗ୍ରୀ କିପରି ବ୍ରାଣ୍ଡିଂ ହେବ ଏବଂ ସେଗୁଡିକର କିପରି ମାର୍କେଟିଂ ହେବ ତାହାର ଆବଶ୍ୟକ ରହିଛି ବୋଲି ରାଜ୍ୟପାଳ କହିଥିଲେ। ମହିଳାମାନଙ୍କ ଅର୍ଥନୈତିକ ବ୍ୟବସ୍ଥାରେ ସୁଦୃଢ ହେଲେ ରାଜ୍ୟ ଓ ଦେଶର ସୁଦୃଢ ହେବ ବୋଲି କହିଛନ୍ତି।

ପରେ କାଳିଆବାଲି ଗ୍ରାମର ମିଶନ ଶକ୍ତିର ଏସ. ଜ୍ୟୋତି ରେଡ୍ଡୀ, ଅଗସ୍ତି ନୂଆଗାଁର କାଦାମ୍ବରୀ ଦାସ, ବଉଳଗାଁର ସଂଯୁକ୍ତା ସାହୁ ଓ ମାୟାପାଟଣା ଗ୍ରାମର ସିଏଚ ଦମୟନ୍ତୀ କିପରି ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କଠାରୁ ଆରମ୍ଭ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଛନ୍ତି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସଭା କାର୍ଯ୍ୟକୁ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ସଂଯୋଜନା କରିଥିବା ବେଳେ ଗଂଜାମ ଜିଲାପରିଷଦର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ। ଗଞ୍ଜାମ ଏସ୍‌ପି ଜଗମହୋନ ମୀନା, ବ୍ରହ୍ମପୁର ଏସ୍‌ପି ଡା. ସ୍ରବଣା ବିବେକ ଏମ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଏସ୍‌ପି ଏସ. ବେହେରା, ଛତ୍ରପୁର ଏସ୍‌ଡିପିଓ ଗୈାରହରୀ ସାହୁ, ଓଡିଶା ଜିବୀକା ମିଶନର ଜିଲା ପ୍ରକଳ୍ପ ସଂଯୋଜକ ନବୀନ କୁମାର ସେନାପତି, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଶାସ୍ବତ କୁମାର ସାହୁ, ଓରମାସ୍‌ର ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇତାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri