Posted inଜାତୀୟ

କ୍ୟାବିନେଟ ପ୍ରସ୍ତାବ ଫେରାଇଦେଲେ ରାଜ୍ୟପାଳ

ଜୟପୁର,୨୮।୭: ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ଏଡାଇ ଚାଲିଛନ୍ତି। ଏପରିକି ରାଜ୍ୟ କ୍ୟାବିନେଟ ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ ଫେରାଇ ଦେଇଛନ୍ତି। ସରକାର ୨୧ ଦିନିଆ ନୋଟିସ୍‌ ଦେଲେ ଅଧିବେଶନ ଡକାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଯଦି ଆସ୍ଥାଭୋଟ ଲୋଡ଼ିବାକୁ ଚାହୁଁଛନ୍ତି ତେବେ ଏହା ଉଲ୍ଲେଖ କରି ସାନି କ୍ୟାବିନେଟ ପ୍ରସ୍ତାବ ପଠାଇଲେ ଶୀଘ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରିବ ବୋଲି କଲରାଜ କହିଛନ୍ତି।
କ୍ୟାବିନେଟ ସୁପାରିସ୍‌କୁ ଫେରାଇଦେବା ସହ ରାଜ୍ୟପାଳ ୩ଟି ପ୍ରସ୍ତାବ ଦେଇଛନ୍ତି। ଯଦି ଆସ୍ଥାଭୋଟ ହୁଏ ତେବେ ସରକାର ଏହାର ସିଧା ପ୍ରସାରଣ କରାଇବା ଉଚିତ । ଏଥିସହିତ କରୋନା ମହାମାରୀ ବ୍ୟାପିଚାଲିଥିବାରୁ ଅଧିବେଶନ ବେଳେ ପ୍ରତିକାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ହେବ। ଆସ୍ଥାଭୋଟ ଲୋଡ଼ିବାକୁ ଚାହଁ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଶ୍ନ କରିଥିଲେ। କରୋନା ଯୋଗୁ ସବୁ ସଦସ୍ୟଙ୍କୁ ଅଧିବେଶନକୁ ଡାକିବା ସମ୍ଭବ ନୁହେଁ ବୋଲି ପୂର୍ବରୁ ରାଜ୍ୟପାଳ କହିଥିଲେ।
ରାଜ୍ୟପାଳଙ୍କଠାରୁ ନିରାଶ ହେବା ପରେ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ରାଜ୍ୟର ରାଜନୈତିକ ସଙ୍କଟ ସମ୍ପର୍କରେ ଜଣାଇଛନ୍ତି। ଇତ୍ୟବସରରେ ଦଳର କେତେଜଣ ବିଧାୟକ ରାଷ୍ଟ୍ରପତିଙ୍କ ପାଖକୁ ସ୍ମାରକପତ୍ର ପଠାଇ ରାଜ୍ୟରେ ଦେଖାଦେଇଥିବା ସଙ୍କଟର ସମାଧାନ ଲାଗି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ରାଜସ୍ଥାନର ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଭାଜପା ଘୋଡ଼ାବେପାରରେ ସମ୍ପୃକ୍ତ ଥିତ୍ବା ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଫେୟାରମଣ୍ଟ ହୋଟେଲରେ ରହିଥିତ୍ବା କଂଗ୍ରେସ ବିଧାୟକମାନଙ୍କୁ ଗେହଲଟ କହିଥିଲେ, ସେ ରାଜ୍ୟପାଳଙ୍କ ଟାଳଟୁଳ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଦେଇଛନ୍ତି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିର୍ବାଚିତ ସରକାରଙ୍କ ପ୍ରସ୍ତାବକୁ ପ୍ରଥମ ଥର ପାଇଁ ରାଜ୍ୟପାଳ ଖାରଜ କରିଦେଇଥିବା ସେ କହିଛନ୍ତି। ଭାଜପା ଦ୍ୱାରା ରାଜ୍ୟରେ ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧର ଖୋଲା ଉଲ୍ଲଂଘନ ହେଉଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଭୟଭୀତ କରିବା ଲାଗି ସିବିଆଇ, ଇଡି ଏବଂ ଆୟକର ବିଭାଗର ଅପବ୍ୟବହାର କରାଯିବା ନିନ୍ଦନୀୟ ବୋଲି ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?