Posted inଜାତୀୟ

ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି।

ରାଜ ନିବାସ କାର୍ଯ୍ୟାଳୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏସବୁ ଫାଇଲରେ ସାମ୍ବିଧାନିକ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିନାହାଁନ୍ତି। ତେଣୁ ସମସ୍ତ ଫାଇଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫେରସ୍ତ କରାଯାଇଛି।

ସୂଚନାନୁସାରେ, ଉପରାଜ୍ୟପାଳଙ୍କ ହାଉସକୁ ସ୍ବାକ୍ଷରିତ ହୋଇନଥିବା ଫାଇଲ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉପରାଜ୍ୟପାଳ ସାକ୍ସେନାଙ୍କ ତରଫରୁ ଏକ ଚିଠି ମଧ୍ୟ ଲେଖାଯାଇଛି ଯେଉଁଥିରେ ସମସ୍ତ ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ କରାଯିବା ଉଚିତ ବୋଲି କୁହାଯାଇଛି।

ଏହି ସମୟରେ ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସହ ଜଡିତ ମାମଲାରେଉରାଜ୍ୟପାଳ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁଯାୟୀ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ପକ୍ଷରୁ ମିଳିଥିବା ରିପୋର୍ଟ ଉପରେ ଭିଜିଲାନ୍ସ ବିଭାଗର କାର୍ଯ୍ୟରେ ଅଢ଼େଇ ବର୍ଷ ବିଳମ୍ବ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କରେ ସିଭିସି ୧୭ ଫେବୃଆରୀ ୨୦୨୦ ରେ ଭିଜିଲାନ୍ସ ବିଭାଗରେ ରିପୋର୍ଟ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁରେ ବୁଲାଇଲେ

ରାଞ୍ଚି,୨୯।୯: ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁ ବୁଲାଇଛନ୍ତି ଗ୍ରାମବାସି। ଝାଡ଼ଖଣ୍ଡର ଡୁମକା ଜିଲାର...

ସିଏଏକୁ ନେଇ ଜାମା ମସ୍‌ଜିଦ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ ଜାମା ମସ୍‌ଜିଦ୍‌ ବାହାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପରିସ୍ଥିତିକୁ...

ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା

ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)...

୧ ନଭେମ୍ବରରୁ ଖୋଲିବ ସ୍କୁଲ…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ସ୍କୁଲ ୧ ନଭେମ୍ବରରୁ ଖୋଲିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ବୁଧବାର ସୂଚନା...

ଖୋଲିବ ସେଲୁନ, ଚାଲିବ ବସ୍‌

କୋଲକାତା,୨୮।୬: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟରେ କୋଭିଡ କଟକଣାକୁ...

ସମଲିଙ୍ଗୀ ବିବାହ ସ୍ବୀକୃତି ଆବେଦନ ଖାରଜ

ଆଲ୍ଲାହାବାଦ,୧୫।୪: ଉତ୍ତରପ୍ରଦେଶର ଦୁଇ ମହିଳା ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିନ୍ଦୁ ବିବାହ ଆଇନ ସେମାନଙ୍କ ବିବାହକୁ ବିରୋଧ...

ଆସନ୍ତାକାଲି ପୁଣି ପଶ୍ଚିମବଙ୍ଗ ଯିବେ ମୋଦି

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବେ। ପଶ୍ଚିମବଙ୍ଗରେ ହେବାକୁ ଥିବା...

ଏମ୍‌ପି ଦାନିଶ ଅଲିଙ୍କୁ କରୋନା: ଗୋଟିଏ ଦିନ ପୂର୍ବରୁ ଗୃହରେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ,୨୧।୧୨:ବହୁଜନ ସମାଜ ପାର୍ଟି ଏମ୍‌ପି ଦାନିଶ ଅଲି କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଟିକାକରଣର ଉଭୟ...

Advertisement
Archives

Model This Week