Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିବେ। ବିବାଦୀୟ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଏବଂ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ।
ବୃଷ
ବୃଷ
କେତେକ ସନ୍ଦେହଜନକ କାର୍ଯ୍ୟକୁ ଅବଲୋକନ କରି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଦୀର୍ଘ ଦିନରୁ ଅଟକି ରହିଥିବା ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ। ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଅର୍ଥ ଓ ସମ୍ମାନ ପାଇ ଖୁସି ରହିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବିତର୍କ କାରଣରୁ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପରିଜନ ସହ ଯାତ୍ରା କାଳରେ ଅସାବଧାନତାରୁ ଦ୍ରବ୍ୟ ହରଣ ହୋଇପାରେ।
କର୍କଟ
କର୍କଟ
ଆଶା ପୂରଣ ହେବା ସହ ସମସ୍ୟାର ସମାଧାନ ହେତୁ ମାନସିକ ସ୍ଥିରତା ଆସିବ। କିନ୍ତୁ ଅନ୍ୟମାନଙ୍କ କଥାରେ ପଡ଼ି ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମସ୍ୟାକୁ ଡାକି ଆଣିବା ପରି ହେବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପଛ କଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସହକର୍ମୀ ମାନଙ୍କ ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ। ଦୂରଯାତ୍ରା ଯୋଗ ଜୁଟିପାରେ।
କନ୍ୟା
ଅଭାବ ଅନଟନ ଦୂରେଇଯିବ ଏବଂ ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ଆଶା ଦେଖିପାରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପୁରାତନ ରୋଗ ପୀଡ଼ା ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ। ସଭା ସମିତିରେ, କୌଣସି ସିଦ୍ଧାନ୍ତ ନେବାରେ, ବନ୍ଧୁଙ୍କ ବିଚାର ଆପଣଙ୍କ ସପକ୍ଷରେ ରହିବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ସହକର୍ମୀମାନଙ୍କ ନିକଟରୁ ନିର୍ଭର ପ୍ରତିଶ୍ରୁତି ଲାଭ କରି ଦୁଶ୍ଚିନ୍ତାର ମାତ୍ରା କମିଯିବ। ସ୍ବାତୀ ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ଏବଂ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ। ସାମାନ୍ୟ କଥାରେ ଅତ୍ୟଧିକ ଉତ୍ତେଜିତ ହୋଇ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିପାରନ୍ତି। ପରିବହନ, ଏଜେନ୍‌ଶିପ୍‌, ହୋଟେଲ, ଷ୍ଟେଶନାରି ଓ ବିଦ୍ୟୁତ୍‌ ବ୍ୟବସାୟରେ ଉନ୍ନତି କରିବେ। ପ୍ରଶାସନିକ ସ୍ତରରେ ଏବଂ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ଧନୁ
ଧନୁ
ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ। ଆକସ୍ମିକ ଭାବରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ବୃଦ୍ଧି ପାଇବ, ମାତ୍ର ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ। ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ପରିବାରରେ କାହାର ଅସୁସ୍ଥତା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ମକର
ମକର
ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହିତ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପରିବାରରେ ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ। ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଆହ୍ଲାଦିତ ହେବେ। କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ନ ଦେଲେ ପଛରେ ପସ୍ତାଇବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଆସିବା ହେତୁ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି।
ମୀନମୀନ
ସକାଳୁଆ ଯାତ୍ରାରେ କାମ ହାସଲ ହେତୁ ମାନସିକ ଅସ୍ଥିରତା ଦୂର ହେବ। ବନ୍ଧୁମିଳନ ହେତୁକ ଆନନ୍ଦ ଲଭିବେ ଏବଂ ଆର୍ଥିକ ଉନ୍ନତି ପାଇଁ ଧ୍ୟାନ ଦେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri